ଆମେରିକୀୟ ସୁନାମୀ ଚେତାବନୀ କେନ୍ଦ୍ର ନ୍ୟୁଜିଲ୍ୟାଣ୍ଡ, ଭାନୁଆଟ ଏବଂ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପପୁଞ୍ଜ ପାଇଁ ସତର୍କତା ଜାରିକରିଛି।
Trending Photos
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଭାଗରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ସେଠାରେ ସୁନାମୀ ଆସିବା ଆଶଙ୍କା ରହିଛି। ଆମେରିକାୟ ଭୂବିଜ୍ଞାନ ଏଜେନ୍ସି ପକ୍ଷରୁ କୁହାଯାଇଛି ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ରହିଛି। ଏଥିରେ ଦର୍ଶାଯାଇଛି ଏହି ଦେଶରେ ଅବସ୍ଥିତ ଲୟାଲିଟି ଦ୍ୱୀପପୁଞ୍ଜର ଦକ୍ଷିଣ-ପୂର୍ବ ଭାଗରେ ୬ ମାଇଲ ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି।
ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ବାବଦରେ କୌଣସି ରିପୋର୍ଟ ମିଳିନାହିଁ। ଆମେରିକୀୟ ସୁନାମୀ ଚେତାବନୀ (America Tsunami Warning Center) କେନ୍ଦ୍ର ନ୍ୟୁଜିଲ୍ୟାଣ୍ଡ (Newzealand), ଭାନୁଆଟ (Vanuatu) ଏବଂ ପ୍ରଶାନ୍ତ ମହାସାଗରରେ (Pacific Ocean) ଅବସ୍ଥିତ ଦ୍ୱୀପପୁଞ୍ଜ (Islet) ପାଇଁ ସତର୍କତା ଜାରିକରିଛି। ଏହି ଅଞ୍ଚଳରେ ଭୂକମ୍ପ ହେବାର ସମ୍ଭାବନା ରହିଛି। କାରଣ ଏହା ସମୁଦ୍ରର ଚତୁର୍ଦ୍ଦିଗରେ ଏକ ଭୂକମ୍ପ ଆକୃତିର ଘୋଡା ନାଲ ଆକୃତିର ଅଞ୍ଚଳ ଭାବେ ଦୃଶ୍ୟମାନ ହେଉଛି ରିଙ୍ଗ ଅଫ୍ ଫାୟାର (Rings of Fire) ମଧ୍ୟରେ ଅବସ୍ଥିତ।
Also Read: ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ
ବୁଧବାର ନ୍ୟୁଜିଲ୍ୟାଣ୍ଡର ଉତ୍ତର ଭାଗରେ ଅବସ୍ଥିତ ଗଭୀର ସମୁଦ୍ରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଏହି ଅଞ୍ଚଳରେ ଅଞ୍ଚଳରେ ସୁନାମୀ ନେଇ ଚେତାବନୀ ଜାରି କରାଯାଇଛଝି। ଏନେଇ ଆମେରିକାର ଭୂତତ୍ତ୍ୱ ଏଜେନ୍ସି ରିପୋର୍ଟ କହିଛି ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୭ ରହିଛି। ଏହାର କେନ୍ଦ୍ରସ୍ଥ ଲୟାଲିଟି ଦ୍ୱୀପ (Loyalty Isalnd) ଠାରୁ କିଲୋମିଟର ଦୂରରେ ଅବସ୍ଥିତ।
ଆମେରିକୀୟ ସୁନାମୀ ଚେତାବନୀ କେନ୍ଦ୍ର ଭାନୁଆଟ ଏବଂ ଫିଜି ଆଦି ଦ୍ୱୀପ ଦେଶ ପାଇଁ ୧ ମିଟର ଅର୍ଥାତ ୩.୩ ଫୁଟ ପର୍ଯ୍ୟନ୍ତ ସୁନାମୀ ଆସିବା ନେଇ ଚେତାବନୀ ଜାରି କରିଛି। ଜାରି ଏହି ଚେତାବନୀରୁ ଆମେରିକାର ସାମୋଆ ବାଦ ପଡିଛି।