ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ, ମଦ ମୃତ୍ୟୁ ହେଲେ ବୁଡ଼ିଯିବ ଆପଣଙ୍କ ସବୁ ଟଙ୍କା !
Advertisement
Article Detail0/zeeodisha/odisha871116

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ, ମଦ ମୃତ୍ୟୁ ହେଲେ ବୁଡ଼ିଯିବ ଆପଣଙ୍କ ସବୁ ଟଙ୍କା !

ଜଷ୍ଟିସ ଏମ.ଏମ ଶାନ୍ତନାଗୌଦାର ଏବଂ ଜଷ୍ଟିସ ଭିନିତ୍ ସରନଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ରାୟକୁ ସଂରକ୍ଷିତ ରଖି କହିଛନ୍ତି ଯେ, ମଦମୃତ୍ୟୁ ଏକ ଦୁର୍ଘଟଣା ନୁହେଁ।

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ, ମଦ ମୃତ୍ୟୁ ହେଲେ ବୁଡ଼ିଯିବ ଆପଣଙ୍କ ସବୁ ଟଙ୍କା !

ନୂଆଦିଲ୍ଲୀ: ଅତ୍ୟଧିକ ମଦ୍ୟପାନ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ବୀମା ଦାବିକୁ ସୋମବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଏହି ଘଟଣାରେ ବୀମା କମ୍ପାନୀର ଦାୟିତ୍ବ ହେଉଛି ସମ୍ପୂର୍ଣ୍ଣ କିମ୍ବା ପ୍ରତ୍ୟେକ୍ଷ ଭାବରେ ଦୁର୍ଘଟଣା ହେଲେ କ୍ଷତିପୂରଣ ଦେବା ଆବଶ୍ୟକ। ଜଷ୍ଟିସ ଏମ.ଏମ ଶାନ୍ତନାଗୌଦାର ଏବଂ ଜଷ୍ଟିସ ଭିନିତ୍ ସରନଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗର ରାୟକୁ ସଂରକ୍ଷିତ ରଖି କହିଛନ୍ତି ଯେ, ମଦମୃତ୍ୟୁ ଏକ ଦୁର୍ଘଟଣା ନୁହେଁ। ତେବେ ବୀମା ନୀତି ଅନୁସାରେ ଦୁର୍ଘଟଣାର ଶୀକାର ଲୋକଙ୍କୁ ହିଁ ବିମାରାଶି ମିଳିଥାଏ । 

" ଗଠିତ ଖଣ୍ଡପୀଠର ଶୁଣାଣି ଅନୁସାରେ, ମାମଲାର ସତ୍ୟତା ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୪, ୨୦୦୯ ରେ ଜାତୀୟ ଆୟୋଗର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଦେଖାଯାଉ ନାହିଁ। ଏହି ଆଦେଶ କୋର୍ଟ (Supreme Court) ହିମାଚଳ ପ୍ରଦେଶ ରାଜ୍ୟ ବନ ବିଭାଗରେ କାର୍ଯ୍ୟରତ ଥିବା ଚୌକିଦାରଙ୍କ ମୃତ୍ୟୁ ଉପରେ ହିଁ ଦେଇଛନ୍ତି।

Also Read: ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢ଼ିଲା ଦରମା ଓ ଅବସର ବୟସ ସୀମା

ହିମାଚଳ ପ୍ରଦେଶ (Himachal Pradesh)ର ସିମଲା ଜିଲ୍ଲାରେ ଏହି କର୍ମଚାରୀଙ୍କ ମୃତ୍ୟୁ ୧୯୯୭ ମସିହା ଅକ୍ଟୋବର ୭ ଓ  ୮ ତାରିଖ ମଧ୍ୟରେ ହୋଇଥିଲା । ଏହାସହ ପୋଷ୍ଟମର୍ଟମ ରିପୋର୍ଟ ରେ ତାଙ୍କ ମୃତ୍ୟୁର କାରଣ ଅତ୍ୟଧିକ ମଦ୍ୟପାନ ହେତୁ ଶ୍ୱାସରୁଦ୍ଧ ହୋଇ ହୋଇଥିଲା ବୋଲି କୁହାଯାଇଛି । ଅଦାଲତ କହିଛନ୍ତି ଯେ, ଏଭଳି ମୃତ୍ୟୁ ଦୁର୍ଘଟଣାଜନିତ ମୃତ୍ୟୁ ବର୍ଗରେ ନାହିଁ ଏବଂ ସଂପୃକ୍ତ ବୀମା ପଲିସି (Insurance Policy) ଅନୁଯାୟୀ ଏଭଳି ମାମଲାରେ କ୍ଷତିପୂରଣ ଦେବାର ଦାୟିତ୍ବ ବୀମା କମ୍ପାନୀ ପାଖରେ ନାହିଁ।