ଫେୟାର୍ ଆଣ୍ଡ ଲଭଲିରୁ ହଟିବ FAIR: କଂପାନୀ ବଦଳାଇବ ପ୍ରଡକ୍ଟର ନାଁ
Advertisement

ଫେୟାର୍ ଆଣ୍ଡ ଲଭଲିରୁ ହଟିବ FAIR: କଂପାନୀ ବଦଳାଇବ ପ୍ରଡକ୍ଟର ନାଁ

Unilever କଂପାନୀର ନିଷ୍ପତ୍ତି । ସୌନ୍ଦର୍ଯ୍ୟ ଉତ୍ପାଦ ଫେୟାର୍ ଆଣ୍ଡ ଲଭଲିର ବଦଳାଯିବ ନାମ । ଏବେ ବ୍ୟୁଟି ପ୍ରଡକ୍ଟରେ ବ୍ୟବହୃତ ହ୍ବାଇଟ୍, ଲାଇଟ୍ ଓ ଫେୟାର ଆଦି ଶବ୍ଦକୁ ହଟାଯିବ । ବିଜ୍ଞାପନରେ କେବଳ ଗୋରୀ ଝିଅ ନୁହେଁ, ଏବେ ସବୁ ରଙ୍ଗର ଝିଅଙ୍କୁ ସାମିଲ୍ କରାଯିବ ।

ଫେୟାର୍ ଆଣ୍ଡ ଲଭଲିରୁ ହଟିବ FAIR: କଂପାନୀ ବଦଳାଇବ ପ୍ରଡକ୍ଟର ନାଁ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ବର୍ଣ୍ଣ ବୈଷମ୍ୟ ବିରୋଧରେ ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ତେଜୁଛି ଆନ୍ଦୋଳନ । ଏଭଳି ସମୟରେ Unilever କଂପାନୀ ନେଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବ୍ୟୁଟି ପ୍ରଡକ୍ଟର ନାଁ ପରିବର୍ତ୍ତନ କରିବାକୁ କଂପାନୀ ଚାହୁଁଥିବା ସୂଚନା ମିଳିଛି । ଭାରତର ମାର୍କେଟରେ ଫେୟାର ଆଣ୍ଡ ଲଭଲିର ରହିଛି ଅନେକ ଚାହିଦା । ଗୋରାପଣ ପାଇଁ ଯୁବପିଢୀଙ୍କ ପ୍ରଥମ ପସନ୍ଦ ଫେୟାର ଆଣ୍ଡ ଲଭଲି । Unilever କଂପାନୀ ଭାରତରେ ଏହି ପ୍ରଡ଼କ୍ଟ ବିକ୍ରି କରି ବର୍ଷକୁ ୫୦ କୋଟି ଡ଼ଲାରରୁ ଅଧିକ ଲାଭ ପାଇଥାଏ । ଅନେକ ସମୟରେ ଗୋରା-କଳା ଭେଦ ଭାବ ପାଇଁ ଭାରତରେ ମଧ୍ୟ ବିରୋଧାଭାସ ଦେଖାଯାଇଛି ।

Unilever କଂପାନୀ ବ୍ରାଣ୍ଡ ପ୍ୟାକେଜିଂରୁ ଫେୟାର୍, ହ୍ୱାଇଟେନିଂ ଓ ଲାଇଟେନିଂ ଭଳି ଶବ୍ଦକୁ ହଟାଇବ । ଏହା ବ୍ୟତୀତ ବିଜ୍ଞାପନ ଓ ପ୍ରଡକ୍ଟର ପ୍ରଚାର ପାଇଁ ସବୁ ରଙ୍ଗର ଫିମେଲଙ୍କୁ ସୁଯୋଗ ଦିଆଯିବ । ଭାରତ ବ୍ୟତୀତ ଫେୟାର ଆଣ୍ଡ ଲଭଲି  ବାଂଲାଦେଶ,   ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ପାକିସ୍ଥାନ ଓ ଏସିଆର ଅନେକ ଦେଶରେ ବିକ୍ରି ହେଉଛି ।

ଆମେରିକାରେ ଜର୍ଜ ଫ୍ଲଏଡ ନାମକ ବ୍ୟକ୍ତିଙ୍କ ହତ୍ୟା ପରେ ବର୍ଣ୍ଣ ବୈଷମ୍ୟକୁ କେନ୍ଦ୍ର କରି ବିରୋଧାଭାସ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ବ୍ଲାକ-ହ୍ୱାଇଟ୍ ଏବେ ବଡ଼ ପ୍ରସଙ୍ଗ । ତେବେ କିଛି ଦିନ ପୂର୍ବରୁ Johnson କଂପାନୀ ମଧ୍ୟ ସ୍କିନ୍ ହ୍ବାଇଟେନିଂ ପ୍ରଡକ୍ଟ କାରବାରରୁ ହଟିବ ବଲି ନିଷ୍ପତ୍ତି ନେଇଥିଲା । ଏଥିରେ ଭାରତର କ୍ଲିନ୍ ଆଣ୍ଡ କ୍ଲିଅୟାରନ୍ସ ବ୍ରାଣ୍ଡ ଓ ଏସିଆରେ ନ୍ୟୁଟ୍ରୋଜେନା ଫାଇନ୍ ଫେୟାରନେସ୍ ଲାଇନ୍ ମଧ୍ୟ ସାମିଲ୍ ଅଛି ।