Union Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା, ଶସ୍ତା ହେବ ସୁନା ରୂପା ସହ...
Advertisement
Article Detail0/zeeodisha/odisha2349317

Union Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା, ଶସ୍ତା ହେବ ସୁନା ରୂପା ସହ...

Union Budget 2024: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବଜେଟ୍ ଉପସ୍ଥାପନ କରିଛନ୍ତି। ଏ-ହି ବଜେଟ୍ ରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ମୋଦି ସରକାର। ବିଶେଷକରି ସଂସଦରେ ସାଧାରଣଙ୍କ ଚାପ କମାଇବାକୁ ଯାଇ ନିର୍ମଳା ସୀତାରମଣ ସୁନା, ରୂପା ଓ ପ୍ଲାଟିନମ୍ ଉପରୁ କଷ୍ଟ୍ୟୁମ୍ କମିବ ବୋଲି ଘୋଷଣା କରିଛନ୍ତି। 

Union Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା, ଶସ୍ତା ହେବ ସୁନା ରୂପା ସହ...

Union Budget 2024: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବଜେଟ୍ ଉପସ୍ଥାପନ କରିଛନ୍ତି। ଏ-ହି ବଜେଟ୍ ରେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ମୋଦି ସରକାର। ବିଶେଷକରି ସଂସଦରେ ସାଧାରଣଙ୍କ ଚାପ କମାଇବାକୁ ଯାଇ ନିର୍ମଳା ସୀତାରମଣ ସୁନା, ରୂପା ଓ ପ୍ଲାଟିନମ୍ ଉପରୁ କଷ୍ଟ୍ୟୁମ୍ କମିବ ବୋଲି ଘୋଷଣା କରିଛନ୍ତି। ବିଶେଷକରି, ସୁନା ଓ ରୂପା ଉପରୁ କଷ୍ଟ୍ୟୁମ୍ ଡ୍ୟୁଟି  ୬ % ହ୍ରାସ ହେବ।  ସେହିପରି ପ୍ଲାଟିନମ୍ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ। ଯାହାକି ସାଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେବ ବୋଲି କୁହାଯାଇପାରିବ। 

ALSO READ : August Grah Gochar 2024: ଅଗଷ୍ଟ ମାସରେ ଏହିସବୁ ରାଶି ଉପରେ ରହିବ ଶନି-ସୂର୍ଯ୍ୟଙ୍କ କୋପ, ବିଗିଡି଼ବ ଆର୍ଥିକ ଅବସ୍ଥା ସହ ଦେଖାଦେବ...

ସେହିପରି,  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ବଜେଟରେ ଏକ ବଡ଼ ଘୋଷଣା କରିଛନ୍ତି।  ମୋବାଇଲ ଫୋନ ,ଚାର୍ଜର ଓ ବ୍ୟାଟେରୀ ଶସ୍ତା କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଅନ୍ୟପଟେ,ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ। ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ କଷ୍ଟମ୍ ଡ୍ୟୁଟି ୧୫% କୁ ହ୍ରାସ ପାଇବ । ଏହା ବ୍ୟତିତି ଇଲେକ୍ଟ୍ରିକ୍ ତାର ଏବଂ ଏକ୍ସ-ରେ ମେସିନ୍ ଶସ୍ତା ହେବ । ତିନୋଟି କର୍କଟ ଔଷଧ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ଏବଂ ଚମଡ଼ା ନିର୍ମିତ ବସ୍ତୁ, ଷ୍ଟିଲ ଏବଂ ଲୁହା ଭଳି ସାମଗ୍ରୀ ଶସ୍ତା ହୋଇଛି। ଏହାସହ, 
ପେଟ୍ରୋକେମିକାଲ୍ ଓ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ ।