ମହାମାରୀର ତୃତୀୟ ଲହର ଆଶଙ୍କା; କେନ୍ଦ୍ର ଆଲର୍ଟ, ଫୋକସରେ ଏହି ୮ ରାଜ୍ୟ
Advertisement

ମହାମାରୀର ତୃତୀୟ ଲହର ଆଶଙ୍କା; କେନ୍ଦ୍ର ଆଲର୍ଟ, ଫୋକସରେ ଏହି ୮ ରାଜ୍ୟ

କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ପର୍ଯ୍ୟଟନ ସ୍ଥାନ ତଥା ହିଲ୍ ଷ୍ଟେସନ ଥିବା ଆଠଟି ରାଜ୍ୟକୁ କୋରୋନା ବିସ୍ତାରକୁ ଏଡାଇବା ପାଇଁ କଡା କୋଭିଡ୍ ଉପଯୁକ୍ତ ଆଚରଣ କରିବାକୁ କହିଛନ୍ତି। ଏହା ସହ କୋରୋନା ସଂକ୍ରମଣ ରୋକିବାପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଧିରେ ଧିରେ ଦେଶରେ କୋରୋନାର ଦ୍ୱିତୀୟ ଲହର ଦୁର୍ବଳ ହେଉଛି। ତୃତୀୟ ଲହର ଆସି ଦୁଆର ମୁହଁରେ ଠିଆ ହୋଇଛି! ଏଭଳି ପରିସ୍ଥିତିରେ ଲୋକଙ୍କ ଅବହେଳାର ଚିତ୍ର ଦେଖିବାକୁ ମିଳୁଛି। ପର୍ଯ୍ୟଟନସ୍ଥଳିରେ କୋରୋନା କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଉଛି। ଯାହାକୁ ନେଇ ଏବେ କେନ୍ଦ୍ର ସରକାର କଠୋର ହୋଇଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ପର୍ଯ୍ୟଟନ ସ୍ଥାନ ତଥା ହିଲ୍ ଷ୍ଟେସନ ଥିବା ଆଠଟି ରାଜ୍ୟକୁ କୋରୋନା ବିସ୍ତାରକୁ ଏଡାଇବା ପାଇଁ କଡା କୋଭିଡ୍ ଉପଯୁକ୍ତ ଆଚରଣ କରିବାକୁ କହିଛନ୍ତି। ଏହା ସହ କୋରୋନା ସଂକ୍ରମଣ ରୋକିବାପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି।

କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ, କୋଭିଡର (Coronavirus) ଦ୍ୱିତୀୟ ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ତେଣୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବୈଠକରେ ଗୋଆ, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ କୋଭିଡର ବର୍ତ୍ତମାନର ସ୍ଥିତି ଏବଂ ଲୋକମାନଙ୍କର ଟିକାକରଣର ନୂତନ ସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ହିଲ୍ ଷ୍ଟେସନ (Hill stations) ତଥା ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳୀରେ କୋରୋନାର ଉପଯୁକ୍ତ ଆଚରଣ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଥିବା ଗଣମାଧ୍ୟମର ରିପୋର୍ଟକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ସଚିବ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

Also Read: ଦୁଆର ମୁହଁରେ କରୋନା ମହାମାରୀର ତୃତୀୟ ଲହର

କୋଭିଡର ଦ୍ୱିତୀୟ ଲହରର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି ଅଜୟ ଭଲ୍ଲା ଗୁରୁତ୍ୱାରୋପ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟମାନେ ନିଜସ୍ୱ ପଦକ୍ଷେପ ଗ୍ରହଣ କରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଲୋକଙ୍କ ଦ୍ୱାରା ଅନ୍ୟାନ୍ୟ ନିରାପଦ ଆଚରଣ ସମ୍ବନ୍ଧରେ କୋରୋନା ପ୍ରୋଟୋକଲ (Corona Protocol) କୁ କଡାକଡି ପାଳନ କରିବା ଉଚିତ। କେନ୍ଦ୍ରରୁ କୁହାଯାଇଛି ଯେ, କୋଭିଡର ଦ୍ୱିତୀୟ ଲହରର ଦୁର୍ବଳତାର ଗତି ଦେଶର ବିଭିନ୍ନ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ସମାନ ନୁହେଁ। କୋଭିଡ ପଜିଟିଭ ମାମଲାର ସାମଗ୍ରିକ ହାର ହ୍ରାସ ପାଉଛି, ତଥାପି ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶର କେତେକ ଜିଲ୍ଲାରେ କୋଭିଡ ପଜିଟିଭ ମାମଲାର ହାର ୧୦ ପ୍ରତିଶତ ରହିଛି। ଏହା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।

ରାଜ୍ୟଗୁଡିକ ମଧ୍ୟ ଟେଷ୍ଟିଂ-ଟ୍ରାକ୍-ଟ୍ରିଟ୍-ଟିକାକରଣ (Corona Vaccine) ଏବଂ କୋରୋନାର ଉପଯୁକ୍ତ ଆଚରଣର ପାଞ୍ଚ T ରଣନୀତି ଅନୁସରଣ କରିବାକୁ କୁହାଯାଇଥିଲା। ଯେପରି ଗୃହ ମନ୍ତ୍ରଣାଳୟର ଆଦେଶ ୨୯ ଜୁନ୍ ୨୦୨୧ ରେ ଧାର୍ଯ୍ୟ କରାଯାଇଥିଲା। ଭବିଷ୍ୟତରେ କୋରୋନା ମାମଲାରେ ବୃଦ୍ଧି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁବିଧା (ବିଶେଷକରି ଗ୍ରାମାଞ୍ଚଳ, ଉପାନ୍ତ ତଥା ଆଦିବାସୀ ଅଞ୍ଚଳରେ) ପ୍ରସ୍ତୁତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ଡକ୍ଟର ଭିକେ ପାଲ୍, ସଦସ୍ୟ (ସ୍ୱାସ୍ଥ୍ୟ), NITI ଆୟୋଗ, ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର, ମହାନିର୍ଦ୍ଦେଶକ, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଏବଂ ମୁଖ୍ୟ ସଚିବ, ପୋଲିସ୍ ମହାନିର୍ଦ୍ଦେଶକ ଏବଂ ଆଠଟି ରାଜ୍ୟର ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) ମଧ୍ୟ ଭାଗ ନେଇଥିଲେ।