• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଯାହାଙ୍କୁ ଆପଣ କୃଷକ କହୁଛନ୍ତି ସେମାନେ ସବୁ ମୱାଲି: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି

Farmer Parliament: ଏହି ପ୍ରକରଣରେ ଜଡ଼ିତ ଏକ ପ୍ରଶ୍ନରେ ଆନ୍ଦୋଳନକାରୀଙ୍କୁ କୃଷକ କହିବା ଯୋଗୁଁ ମିନାକ୍ଷୀ ଲେଖି ବିଗିଡ଼ି ଯାଇଥିଲେ । ସେ କହିଛନ୍ତି, 'ପ୍ରଥମ କଥା ଏହି ଲୋକଙ୍କୁ କୃଷକ ବୋଲି କହିବା ବନ୍ଦ କର । କାରଣ ଏମାନେ କୃଷକ ନୁହଁନ୍ତି ।'

ଯାହାଙ୍କୁ ଆପଣ କୃଷକ କହୁଛନ୍ତି ସେମାନେ ସବୁ ମୱାଲି: କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି
(ଫାଇଲ ଫଟୋ)

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା କୃଷକମାନଙ୍କ (Farmers) ବିଷୟରେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି (Meenakshi Lekhi) ଗୁରୁବାର ଦିନ ଏକ ବିବାଦୀୟ ବୟାନ ଦେଇଛନ୍ତି । ଲେଖି ପଦର୍ଶନକାରୀ ଚାଷୀଙ୍କୁ ମୱାଲି (Mawali) ସହିତ ତୁଳନା କରି ଏହି ପଦର୍ଶନକୁ ଅପରାଧିକ କାର୍ଯ୍ୟକଳାପ ବୋଲି କହିଛନ୍ତି । ଲେଖି କହିଛନ୍ତି ଯେ ୨୬ ଜାନୁଆରୀରେ ଯାହା ଘଟିଥିଲା ​​ତାହା ମଧ୍ୟ ଏକ ଲଜ୍ଜାଜନକ ଅପରାଧିକ କାର୍ଯ୍ୟକଳାପ (Criminal activity)। ଲେଖି ବିରୋଧୀଙ୍କୁ (Opposition) ଏଭଳି କାର୍ଯ୍ୟକଳାପରେ ସହଯୋଗ କରୁଥିବା ଅଭିଯୋଗ କରିଛନ୍ତି । ଗୁରୁବାର ଅନୁଷ୍ଠିତ କିସାନ ସଂସଦରେ ଜଣେ ଗଣମାଧ୍ୟମର ବ୍ୟକ୍ତି ଆହତ ହେବା ପରେ କେନ୍ଦ୍ର ମନ୍ତ୍ରୀ ଏହା କହିଛନ୍ତି । ଲେଖି କହିଛନ୍ତି ଯେ ସେମାନେ କୃଷକ ନୁହଁନ୍ତି ବରଂ ମୱାଲି ଅଟନ୍ତି । ଏହା ଅପରାଧିକ କାର୍ଯ୍ୟକଳାପ ।

ବାସ୍ତବରେ ନୂତନ କୃଷି ନିୟମକୁ (Farmer law) ବିରୋଧ କରି ୨୦୦ କୃଷକଙ୍କ ଏକ ଦଳ ଗୁରୁବାର ଦିନ ଦିଲ୍ଲୀର ଜନ୍ତର ମନ୍ତର ଠାରେ 'କିସାନ ସଂସଦ' (Farmer Parliament) ଆରମ୍ଭ କରିଥିଲେ । ଏହି ସମୟରେ ଏକ ନ୍ୟୁଜ୍ ଚ୍ୟାନେଲର ଭିଡିଓ ସାମ୍ବାଦିକଙ୍କ ସହ ହୋଇଥିବା "ଅସଦାଚରଣ" ମାମଲା ସାମ୍ନାକୁ ଆସିଥିଲା । ସମାନ ଘଟଣା ପରିପ୍ରେକ୍ଷୀରେ ବିଜେପିର ପ୍ରତିକ୍ରିୟା ଜାଣିବା ପାଇଁ ଯେତେବେଳେ ଜଣେ ସାମ୍ବାଦିକ ମିନାକ୍ଷୀ ଲେଖି ପ୍ରଶ୍ନ ପଚାରିଥିଲେ, ସେତେବେଳେ ଲେଖିଙ୍କୁ ଆନ୍ଦୋଳନକାରୀ କୃଷକ ଭାବରେ ସମ୍ବୋଧିତ କରି ପ୍ରଶ୍ନ ପଚରାଯାଇଥିଲା, ଏହାର ଉତ୍ତରରେ ସେ କହିଥିଲେ ଯେ "ପୁଣି ଆପଣ ସେହି ଲୋକମାନଙ୍କୁ କିସାନ କହୁଛ...ମୱାଲି ଏହି ଲୋକେ ।"

ଅଧିକ ପଢ଼ନ୍ତୁ: କୋରୋନା ଦ୍ୱିତୀୟ ଲହରରେ ଦେଶର ଅନାଥ ହେଲେ ଏତିକି ପିଲା, ସରକାର ଦେଲେ ରିପୋର୍ଟ

ସେ ଆହୁରି ମଧ୍ୟ କହିଛନ୍ତି, ଗଣମାଧ୍ୟମ ଉପରେ ଆକ୍ରମଣ ଏକ ଅପରାଧିକ କାର୍ଯ୍ୟକଳାପ ...୨୬ ଜାନୁଆରୀରେ ଯାହା ଘଟିଥିଲା ​​ତାହା ମଧ୍ୟ ଲଜ୍ଜାଜନକ ଥିଲା । ଏହା ମଧ୍ୟ ଅପରାଧିକ କାର୍ଯ୍ୟକଳାପ ଓ ବିରୋଧୀଦଳଙ୍କ ଦ୍ୱାରା ଏହିପରି ଜିନିଷଗୁଡିକୁ ଉତ୍ସାହିତ କରାଯାଉଛି ।"

ଏହି ପ୍ରକରଣରେ ଜଡ଼ିତ ଏକ ପ୍ରଶ୍ନରେ ଆନ୍ଦୋଳନକାରୀଙ୍କୁ କୃଷକ କହିବା ଯୋଗୁଁ ଲେଖି ବିଗିଡ଼ି ଯାଇଥିଲେ । ସେ କହିଛନ୍ତି, ପ୍ରଥମ କଥା ଏହି ଲୋକଙ୍କୁ କୃଷକ ବୋଲି କହିବା ବନ୍ଦ କର । କାରଣ ସେମାନେ କୃଷକ ନୁହଁନ୍ତି । ସେମାନେ 'ଷଡଯନ୍ତ୍ରକାରୀ' ଲୋକଙ୍କ ଦ୍ୱାରା ଚାଲୁଛନ୍ତି । ଯେଉଁମାନେ କୃଷକଙ୍କ ନାମରେ ଏହି 'କାର୍ଯ୍ୟ' କରୁଛନ୍ତି ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ କଲେ ଭୀଷ୍ମ ପ୍ରତିଜ୍ଞା; 'କୋରୋନା ଶେଷ ନହେବା ପର୍ଯ୍ୟନ୍ତ ମୁଁ ଅନ୍ନ ଗ୍ରହଣ କରିବି ନାହିଁ'

“କୃଷକ ନିଜ କ୍ଷେତରେ କାମ କରୁଛନ୍ତି । ଏମାନେ ଦଲାଲଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବ୍ୟକ୍ତି, ଯେଉଁମାନେ ଚାଷୀଙ୍କୁ କୌଣସି ପ୍ରତ୍ୟକ୍ଷ ଲାଭ ଦେବାକୁ ଚାହାଁନ୍ତି ନାହିଁ ।"

ଗଣମାଧ୍ୟମ ଉପରେ କଥିତ ଭାବେ ହୋଇଥିବା ଆକ୍ରମଣ ଉପରେ ସେ କହିଛନ୍ତି, କୌଣସି ଗଣମାଧ୍ୟମକୁ ଅଟକାଇବାକୁ ଚେଷ୍ଟା କରିବା ଗଣତନ୍ତ୍ରର ଅବମାନନା । ଏହି ଲୋକମାନେ କେବଳ ଗଣତନ୍ତ୍ରର ଦ୍ୱାହି ଦେଇଥାନ୍ତି ।