Biden at Delhi: ଦିଲ୍ଲୀରେ ମୋଦି-ବାଇଡେନ ଭେଟଘାଟ
Advertisement
Article Detail0/zeeodisha/odisha1862127

Biden at Delhi: ଦିଲ୍ଲୀରେ ମୋଦି-ବାଇଡେନ ଭେଟଘାଟ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଜି -20 ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିଛନ୍ତି। ଏହା ହେଉଛି ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ। ସେ ଭାରତରେ ୩ ଦିନ ରହିବେ। ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତିଙ୍କୁ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ ଗ୍ରହଣ କରିଥିଲେ। ଏହା ପରେ ବିଡେନ ଆମେର

Biden at Delhi: ଦିଲ୍ଲୀରେ ମୋଦି-ବାଇଡେନ ଭେଟଘାଟ

US President Joe Biden: ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଜି -20 ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ପହଞ୍ଚିଛନ୍ତି। ଏହା ହେଉଛି ବାଇଡେନଙ୍କ ପ୍ରଥମ ଭାରତ ଗସ୍ତ। ସେ ଭାରତରେ ୩ ଦିନ ରହିବେ। ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତିଙ୍କୁ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ ଗ୍ରହଣ କରିଥିଲେ। ଏହା ପରେ ବିଡେନ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ଏବଂ ତାଙ୍କ ଝିଅଙ୍କୁ ଭେଟିଥିଲେ। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକ କରିବେ।

ବିଡେନ ହେଉଛନ୍ତି ଆମେରିକାର ଅଷ୍ଟମ ରାଷ୍ଟ୍ରପତି ଯିଏକି ଭାରତ ଗସ୍ତ କରିଛନ୍ତି। ବିଶେଷ କଥା ହେଉଛି ଭାରତର ସ୍ୱାଧୀନତାର ପ୍ରଥମ ୫୦ ବର୍ଷରେ କେବଳ ୩ ଜଣ ଆମେରିକୀୟ ରାଷ୍ଟ୍ରପତି ଭାରତ ଗସ୍ତ କରିଥିଲେ। ଏଥି ସହିତ ଗତ ୨୩ ବର୍ଷ ମଧ୍ୟରେ ଆମେରିକାର ରାଷ୍ଟ୍ରପତିଙ୍କ ଏହା ହେଉଛି ଷଷ୍ଠ ଗସ୍ତ।

 

ଆମେରିକାର ଏନଏସଏ ଜେକେ ସଲିଭାନ କହିଛନ୍ତି ଯେ ନାଗରିକ ପରମାଣୁ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଏହା ବ୍ୟତୀତ ଛୋଟ ମଡ୍ୟୁଲାର ଆଣବିକ ରିଆକ୍ଟର ଉପରେ ଚୁକ୍ତି ହୋଇପାରେ। ଦୁଇ ଦେଶ ମଧ୍ୟରେ ଜିଓ ଜେଟ ଇଞ୍ଜିନ ଚୁକ୍ତି ଉପରେ ମଧ୍ୟ ଆଲୋଚନା ଆଗକୁ ବଢିପାରେ। ହ୍ୱାଇଟ ହାଉସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ଦୁଇ ନେତାଙ୍କ ମଧ୍ୟରେ ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା ହୋଇପାରେ। ଏହି ସମୟରେ ଅର୍ଥନୈତିକ ଏବଂ ସାମାଜିକ ସ୍ତରରେ ଯୁଦ୍ଧର ପ୍ରଭାବକୁ ହ୍ରାସ କରିବାକୁ ଆଲୋଚନା କରାଯିବ। ମୋଦୀ-ବିଡେନ ଗରିବୀ ତଥା ଅନ୍ୟାନ୍ୟ ବିଶ୍ୱବ୍ୟାପୀ ଆହ୍ୱାନର ମୁକାବିଲା ପାଇଁ ବିଶ୍ୱ ବ୍ୟାଙ୍କ ତଥା ଅନ୍ୟାନ୍ୟ ବହୁପକ୍ଷୀୟ ବିକାଶ ବ୍ୟାଙ୍କର କ୍ଷମତା ବୃଦ୍ଧି ବିଷୟରେ ମଧ୍ୟ ଆଲୋଚନା କରିବେ।

G20 ପାଇଁ ୯ ତାରିଖର କାର୍ଯ୍ୟକ୍ରମ ସୂଚୀ
ସକାଳ ସାଢେ 9ଟା: ଭାରତ ମଣ୍ଡପ ଅତିଥିମାନଙ୍କୁ ସ୍ୱାଗତ
ସକାଳ ସାଢେ ୧୦ଟା: ସମିଟ ହଲରେ ଓ୍ୱାନ ଆର୍ଥ ଉପରେ ପ୍ରଥମ ବୈଠକ। ପରେ ଅତିଥିଙ୍କୁ ମଧ୍ୟାହ୍ମ ଭୋଜନରେ ଆପ୍ୟାୟିତ କରାଯିବ
ଅହରାହ୍ଣ ସାଢେ ୧ଟା:  ଅତିଥିମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା
ଅପରାହ୍ଣ ୩ଟା: ସମିଟ ହଲରେ ଓ୍ୱାନ ଆର୍ଥ ଉପରେ ଦ୍ୱିତୀୟ ବୈଠକ। ହଲକୁ ଅତିଥି ମାନଙ୍କ ପ୍ରତ୍ୟାବର୍ତ୍ତନ। 
ସନ୍ଧ୍ୟା ୭ଟା: ରାତ୍ରି ଭୋଜନ। ଏହା ପୂର୍ବରୁ ଓ୍ୱେଲକମ ଫଟୋଗ୍ରାଫି। 
ରାତି ୮ଟା: ରାତ୍ରି ଭୋଜନ ସମୟରେ ଆଲୋଚନା। 
ରାତି ୯ଟା: ଲିଡର୍ସ ଲାଉଞ୍ଜରେ ଅତିଥିଙ୍କ ସମାଗମ। ପରେ ହୋଟେଲକୁ ପ୍ରତ୍ୟାବର୍ତ୍ତନ

G20 ପାଇଁ ୧୦ ତାରିଖର କାର୍ଯ୍ୟକ୍ରମର ସୂଚୀ

ସକାଳ ୮.୧୫: ରାଜଘାଟରେ ଅତିଥିମାନଙ୍କ ଆଗମନ। ଏଠାରେ ପିସ ଓ୍ୱାଲରେ ଦସ୍ତଖତ କରିବେ ଅତିଥି। 
ସକାଳ ୯ : ମହାତ୍ମା ଗାନ୍ଧୀ ସମାଧିରେ ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବେ। ଏହା ପରେ ଭକ୍ତି ଗୀତର ଆୟୋଜନ କରାଯିବ। 
ସକାଳ ୯.୨୦: ଭାରତ ମଣ୍ଡପମକୁ ଫେରିବେ ଅତିଥି। 
ସକାଳ ୧୦.୧୫: ସାଉଥ ପ୍ଲାଜାରେ ଚାରାରୋପଣ କାର୍ଯ୍ୟକ୍ରମ। 
ସକାଳ ୧୦.୩୦ ମିନିଟ: ସମିଟ ହଲରେ ଓ୍ୱାନ ଫ୍ୟୁଚର ଉପରେ ତୃତୀୟ ବୈଠକ। ଏହା ପରେ ନୂଆଦିଲ୍ଲୀ ମେନିଫେଷ୍ଟୋର ଘୋଷଣା କାର୍ଯ୍ୟକ୍ରମ। ପରେ ଅଧ୍ୟକ୍ଷତା ଦାୟିତ୍ୱ ହସ୍ତାନ୍ତର। 
ମଧ୍ୟାହ୍ନ ୧୨.୩୦ ମିନିଟ: ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ। ଅତିଥିମାନଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ।