ଏହି ଯୁଦ୍ଧ ବିମାନର ପ୍ରୋଟୋଟାଇପ କୁ ଉଡାଇ ଇତିହାସ ରଚିଛି ଆମେରିକା । ଏହା ଦୁନିଆର ସବୁଠାରୁ ଅଧିକ ବେଗଗାମୀ, ଘାତକ, ଅତ୍ୟାଧୁନିକ ହତିଆର ସହ ସଂଯୁକ୍ତ ଯୁଦ୍ଧ ବିମାନ ।
Trending Photos
ୱାଶିଂଟନ: ସାମରିକ କ୍ଷେତ୍ରରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଋଷ (Russia), ଚୀନ (China) କୁ ଜବାବ ଦେବା ଲାଗି ସମସ୍ତ ସ୍ତରରେ ଉଦ୍ୟମ ଜାରି ରଖିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States of America) । ଏହିକ୍ରମରେ ଅତି ଗୋପନୀୟତାର ସହ ଷଷ୍ଠ ପିଢିର ଯୁଦ୍ଧ ବିମାନ (6th Generation Fighter Jet) ନିର୍ମାଣ କରିଥିବା ନେଇ ଦାବି କରିଛି ଆମେରିକା ।
ଏହି ଯୁଦ୍ଧ ବିମାନର ପ୍ରୋଟୋଟାଇପ (Prototype) କୁ ଉଡାଇ ଇତିହାସ ରଚିଛି ଆମେରିକା । ଏହା ଦୁନିଆର ସବୁଠାରୁ ଅଧିକ ବେଗଗାମୀ, ଘାତକ, ଅତ୍ୟାଧୁନିକ ହତିଆର ସହ ସଂଯୁକ୍ତ ଯୁଦ୍ଧ ବିମାନ । ଏହାକୁ ଆମେରିକା ନେକ୍ସଟ୍ ଜେନେରେସନ ଏୟାର ଡୋମିନାନ୍ସ ପ୍ରୋଗାମ (Next Generation Air Dominance Program) ଆଧାରରେ ବିକଶିତ କରିଛି । କେତେକ ସାମରିକ ବିଶେଷଜ୍ଞ ଏହାକୁ ଏଫ-୩୫ ଯୁଦ୍ଧବିମାନ (F35 Fighter Jet) ର ଅତ୍ୟାଧୁନିକ ସଂସ୍କରଣ ବୋଲି ଦାବି କରୁଛନ୍ତି ।
ଆମେରିକା ବାୟୁସେନା (USA Air Force) ଟେକ୍ନୋଲୋଜି (Technology), ଲଜିଷ୍ଟିକ (Logistic) ସଚିବ ବିଲ ରୋପର (Bill Roper), ଏୟାରଫୋର୍ସ ଏସୋସିଏସନ ଭର୍ଚ୍ୟୁଆଲ ଏୟାର (Air Force Association Virtual Air), ସ୍ପେଶ ଆଣ୍ଡ ସାଇବର କନଫରେନ୍ସ (Space and Cyber Conference) ଆୟୋଜନ ସମୟରେ ଉଡାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ।
ସେ କହିଛନ୍ତି ଆମେ ପୂର୍ଣ୍ଣ ମାପର ବିମାନ ପ୍ରଦର୍ଶନ କରି ଏହାକୁ ଉଡାଇଛୁ । ଏହି କାର୍ଯ୍ୟ ରେକର୍ଡ ସମୟରେ ସମାପ୍ତ କରିଛୁ । ପରବର୍ତ୍ତୀ ପିଢିର ଯୁଦ୍ଧ ବିମାନର ବିକାଶ ଏବଂ ନିର୍ମାଣ ପାଇଁ ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆମେରିକାର ଇତିହାସରେ ଏହା କେବେ ହୋଇନାହିଁ ।
ସଚିବ ବିଲ ରୋପର ଏହି ଗୁପ୍ତ ବିମାନ କିମ୍ବା ଏହାକୁ ନିର୍ମାଣ କରିଥିବା କମ୍ପାନୀ ବାବଦରେ କିଛି କହିନାହାଁନ୍ତି । ହେଲେ ଏପରି ବିମାନ ନିର୍ମାଣ କରିବାର ଉଦ୍ଦେଶ୍ୟ ସବୁଠୁ ଜଟିଳ ପ୍ରଣାଳୀକୁ ବିକାଶିତ କରିବା । ଯାହା ବିମାନର ଡିଜିଟାଲ ଟେକ୍ନୋଲୋଜି (Digital Technology) ସହ ସମନ୍ୱୟ ରକ୍ଷା କରିପାରିବ । ଏହାର ପରୀକ୍ଷଣ ସମୟରେ ଅନେକ ତଥ୍ୟ ମିଳିସାରିଛି।
ପରବର୍ତ୍ତୀ ଜେନେରେସନ୍ ଏୟାର ଡୋମିନାନ୍ସ ପ୍ରୋଗ୍ରାମ୍ କ’ଣ?
ଆମେରିକାର ବାୟୁସେନା ବଜେଟ୍ ଦସ୍ତାବିଜ ଅନୁସାରେ, ଉନ୍ନତ ଯୁଦ୍ଧ ବିମାନର ଡିଜାଇନ୍ ଏବଂ ବିକାଶ ପାଇଁ ନେକ୍ସ୍ଟ ଜେନେରେସନ୍ ଏୟାର ଡୋମିନାନ୍ସ (NGDP) କାର୍ଯ୍ୟକ୍ରମ ଅଣାଯାଇଥିଲା । ଯେଉଁଥିରେ ଏକ ଯୁଦ୍ଧ ବିମାନ ନିର୍ମାଣ କରାଯାଉଥିଲା ଯାହା ସମ୍ପୂର୍ଣ୍ଣ ଅଦୃଶ୍ୟ, ମାରାତ୍ମକ ଏବଂ ଲମ୍ବା ଦୂରତାକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଥିଲା । ଆମେରିକା ସାମ୍ନାରେ ଋଷ-ଚୀନ୍ ଆଦି ଦେଶର ଶକ୍ତି ବୃଦ୍ଧି ହେତୁ ବାୟୁସେନାର ସାମର୍ଥ୍ୟ ବଢାବା ଏକ ଚ୍ୟାଲେଞ୍ଜ ହୋଇପଡିଥିଲା । ଏଭଳି ପରିସ୍ଥିତିରେ ଏହି ବିମାନ ଏକ ସଙ୍ଗରେ ଉଭୟ ଦେଶ ଉପରେ ଭାରୀ ପଡିବ।
ଡ୍ରୋନ୍ ଟେକ୍ନୋଲୋଜି ସହିତ ସଜ୍ଜିତ ହେବ ଏହି ଯୁଦ୍ଧ ବିମାନ
ଆମେରିକାର ଷଷ୍ଠ ପିଢିର ଯୁଦ୍ଧ ବିମାନ ଡ୍ରୋନ୍-ଲେଜର ଟେକ୍ନୋଲୋଜି (Drone‑Laser Technology) ସହିତ ସଜ୍ଜିତ ହେବ । ଏହି ବିମାନ ବାବଦରେ ଅଧିକ ତଥ୍ୟ ପ୍ରକାଶ ପାଇନାହିଁ । ଏହି ଜେଟରେ ନିୟୋଜିତ ଡ୍ରୋନ (Drone) ଏୟାର ଟୁ ଏୟାର ମିସାଇଲ (Air to Air Missile) ଦ୍ୱାରା ସଜ୍ଜିତ ହେବ । ଯିଏ ଶତ୍ରୁକୁ ଦ୍ୱନ୍ଦ୍ୱରେ ପକାଇବ କିମ୍ବା ଭ୍ରମରେ ପକାଇବାରେ ସକ୍ଷମ ହେବ । ଉଚ୍ଚ ଜ୍ଞାନକୌଶଳ ସହ ସଂଯୁକ୍ତ ଏହି ଡ୍ରୋନ୍ ଯେକୌଣସି ମିଶନ୍ କାର୍ଯ୍ୟକାରୀ କରିବାକୁ ସକ୍ଷମ ।
ଶତ୍ରଙ୍କ ପାଇଁ ବିପଦ ପାଲଟିବ ଲେଜର ଗନ
ଏହି ଯୁଦ୍ଧ ବିମାନରେ ନିୟୋଜିତ ଲେଜର ଗନ (Laser Gun) ଆଖି ପିଛୁଳାକେ ଶତ୍ରୁ ପକ୍ଷର ବିମାନକୁ ଧ୍ୱଂସ କରିପାରିବ । ଶକ୍ତିଶାଳୀ ଲେଜର ମାଧ୍ୟରେ ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ରକୁ ମାରି ଖସାଇବାର କ୍ଷମତା ମଧ୍ୟ ଅଛି । ଏହି ବିମାନର ଇଞ୍ଜିନରୁ ସିଧାସଳଖ ଲେଜର ଶକ୍ତି ବିମାନକୁ ମିଳିବ । ଏଭଳି ପରିସ୍ଥିତିରେ ଅସ୍ତ୍ରଶସ୍ତ୍ର ପୁନଃ ଲୋଡ୍ କରିବା ପାଇଁ ଶୀଘ୍ର ଅବତରଣ କରିବାକୁ ପଡିବ ନାହିଁ । ଆମେରିକାର ସବୁଠାରୁ ଶକ୍ତିଶାଳୀ ଏଫ ୩୫ ଯୁଦ୍ଧ ବିମାନରେ ଏକ ରାସାୟନିକ ଶକ୍ତି ବନ୍ଧୁକ ଅଛି । ଯେଉଁଥିରେ ମ୍ୟାଗାଜିନ (Magazine) ରଖିବା ପାଇଁ ଏକ ସ୍ଥାନ ସ୍ଥିର ରହିଛି । ଏହା ସହିତ କ୍ଷେପଣାସ୍ତ୍ର (Missile) ଏବଂ ବୋମା (Bomb) ପରିବହନ ପାଇଁ ଆଭ୍ୟନ୍ତରୀଣ କୋଠରୀ (Internal Chamber)ରେ ଯୁଦ୍ଧ ବିମାନ (F15 Fighter Jet) ର ସୀମିତ ସ୍ଥାନ ରହିଛି । ହେଲେ ଏହି ବିମାନ ଲେଜର ଗନ କାରଣୁ ଦୀର୍ଘ ସମୟ ଧରି ଶତ୍ରୁଙ୍କ ସହିତ ଯୁଦ୍ଧ କରିପାରିବ ।