ସୋଡା କିମ୍ବା କୋଲ୍ଡ ଡ୍ରିଂକ୍ସକୁ ମଦ ପିଇବାରେ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ଭୟାନକ କ୍ଷତି
Advertisement

ସୋଡା କିମ୍ବା କୋଲ୍ଡ ଡ୍ରିଂକ୍ସକୁ ମଦ ପିଇବାରେ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ଭୟାନକ କ୍ଷତି

Drinking alcohol: ଦୁନିଆର ଅଧିକାଂଶ ଦେଶରେ ଲୋକମାନେ ମଦକୁ ନିଟ ପିଇବାକୁ ପସନ୍ଦ କରନ୍ତି, କିନ୍ତୁ ଭାରତରେ ଅଧିକାଂଶ ଲୋକ ଏଥିରେ ଥଣ୍ଡା ପାନୀୟ କିମ୍ବା ସୋଡା ସହ ମିଶାଇ ପିଇଥାନ୍ତି । ଏହା ପଛର କାରଣ ଅନେକ ରହିଛି, କିନ୍ତୁ ମଦ୍ୟପାନରେ ସୋଡା ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଜାଣନ୍ତୁ କିପରି ...

ସୌ: ସୋସିଆଲ ମିଡିଆ

Drinking Alcohol: ଭାରତର ଅଧିକାଂଶ ଲୋକ ମଦରେ କୋଲ୍ଡ ଡ୍ରିଂକ୍ସ କିମ୍ବା ସୋଡା ମିଶାଇ ପିଇବାକୁ ପସନ୍ଦ କରନ୍ତି । ଏହାର ଅନେକ କାରଣ ରହିଛି । ଯାହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହାର ସ୍ୱାଦର ପରିବର୍ତ୍ତନ । ମଦର ସ୍ୱାଦ ସାଧାରଣତଃ କସା ଥାଏ, ଲୋକମାନେ ଏହାର ସ୍ୱାଦକୁ ପରିବର୍ତ୍ତନ କରିବା ପାଇଁ ଏହା କରନ୍ତି, କିନ୍ତୁ ଏହି ପଦ୍ଧତି ମଧ୍ୟ ଶରୀରରେ କ୍ଷତି ଘଟାଇପାରେ । ଜାଣନ୍ତୁ କିପରି ...

ଆଜିର ସମୟରେ ପବ୍ ହେଉ କିମ୍ବା ବାର୍ କିମ୍ବା ଘର, ଲୋକମାନେ ପାଣି ଓ ସୋଡା ସହିତ ହୁସ୍କି ପିଇବାକୁ ପସନ୍ଦ କରନ୍ତି । ଏହାକୁ ହୁସ୍କି ହାଇବଲ୍ କୁହାଯାଏ, ଯାହା ଦୀର୍ଘ ଦିନ ଧରି ଭାରତରେ ଲୋକପ୍ରିୟ । ସୋଡାରେ କାର୍ବନ ଡାଇଅକ୍ସାଇଡ୍ ଥାଏ ଓ ଯେତେବେଳେ ଏହାକୁ ମଦ ସହିତ ମିଶାଯାଏ, ସେତବେଳେ ମଦରେ ଫେଣ ହୋଇଯାଏ ।ଏହି କାରଣରୁ ମଧ୍ୟ ମଦ ପିଇବା ସମୟରେ ଲୋକମାନେ ଥଣ୍ଡା ପାନୀୟ କିମ୍ବା ସୋଡାକୁ ମିଶ୍ରଣ କରିବାକୁ ପସନ୍ଦ କରନ୍ତି ।

ବିଶେଷଜ୍ଞମାନେ ଏହି ପଦ୍ଧତିକୁ ଶରୀର ପାଇଁ କ୍ଷତିକାରକ ବୋଲି ବର୍ଣ୍ଣନା କରିଛନ୍ତି । ସେମାନେ କୁହନ୍ତି ଯେ ଆମ ଶରୀରରେ ସୋଡ଼ାରେ ମିଶିଥିବା ମଦ ମାଧ୍ୟମରେ କାର୍ବନ ଡାଇଅକ୍ସାଇଡ୍ ଆମ ରକ୍ତରେ ଶୀଘ୍ର ମିଶିଯାଏ । ଏହାର ଏସିଡ୍ ଶରୀରରେ କ୍ୟାଲସିୟମକୁ ପ୍ରଭାବିତ କରିଥାଏ ଓ ଏହା ଶୀଘ୍ର ପରିସ୍ରା ମାଧ୍ୟମରେ ନିର୍ଗତ ହୁଏ । କୁହାଯାଏ ଯେ କ୍ୟାଲସିୟମରେ ସହ ଏହାର ମିଶ୍ରଣ ଯୋଗୁଁ ହାଡ ଦୁର୍ବଳ ହେବାକୁ ଲାଗେ ।

ମଦ ଓ କୋଲ୍ଡ ଡ୍ରିଂକ୍ସ ଉଭୟରେ ସୁଗାର ଅଧିକ ମାତ୍ରାରେ ଥାଏ ଓ ଏହି ଦୁଇଟିକୁ ଏକାଠି ପିଇଲେ ବ୍ଲଡ଼ ସୁଗାର ସ୍ତର ଖରାପ ହୋଇପାରେ । ଅନେକ କୋଲ୍ଡ ଡ୍ରିଂକ୍ସରେ ମଧ୍ୟ କଫିନ୍ ଥାଏ, ଯାହା କାରଣରୁ ନିଦକୁ ଖରାପ କରିପାରେ । ତେଣୁ, ପ୍ରତିଦିନ ମଦରେ ଥଣ୍ଡା ମିଶାଇ ପିଇବା ଉଚିତ୍ ନୁହେଁ ।

ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁମାନେ ପ୍ରତିଦିନ କିମ୍ବା ନିୟମିତ ଭାବରେ ମଦରେ କୋଲ୍ଡ ଡ୍ରିଂକ୍ସ ମିଶାଇ ପିଉଛନ୍ତି, ସେମାନଙ୍କୁ ଡିହାଇଡ୍ରେସନ୍ ସମସ୍ୟାରେ ରହିପାରେ । ଏହା ବ୍ୟତୀତ, ଆପଣ ମଦରେ କମ୍ ସୋଡା ମିଶାଇ ପାଇବା ଉଚିତ୍ ।

ଏହା ବି ପଢ଼ନ୍ତୁ: ସାବଧାନ! ଯଦି ଆପଣ ଏହି ଔଷଧ ଖାଉଛନ୍ତି ତେବେ ଭବିଷ୍ୟତରେ ଅନ୍ୟ କୌଣସି ମେଡିସିନ କାମ କରିବ ନାହିଁ

ଏହା ବି ପଢ଼ନ୍ତୁ: Health Tips: ନାଇଟ୍ ସିଫ୍ଟ କରୁଥିବା ଲୋକଙ୍କୁ ଅଧିକ ହୋଇଥାଏ ହାର୍ଟଆଟକ୍, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଏହା ବି ପଢ଼ନ୍ତୁ: ଏହି ସବୁ ଅଭ୍ୟାସ ଯୋଗୁଁ ପୁରୁଷମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, କରନ୍ତୁନି ଏସବୁ କାମ ରହିବେ ଚିର ଯୌବନ!

(ଡିସକ୍ଲେମର: ଏହି ଆର୍ଟିକିଲଟି କେବଳ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଜି ଓଡ଼ିଶା ନ୍ୟୁଜ ନିଶ୍ଚିତ କରେ ନାହିଁ । ଏହାକୁ ଆପଣାଇବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞ ସହିତ ଯୋଗାଯୋଗ କରନ୍ତୁ ।)