India: ବାଘ ସଂଖ୍ୟାକୁ ନେଇ ଆସିଲା ଖୁସି ଖବର
Advertisement
Article Detail0/zeeodisha/odisha1406934

India: ବାଘ ସଂଖ୍ୟାକୁ ନେଇ ଆସିଲା ଖୁସି ଖବର

Snow Leopard: ବାଘ ପରେ ଏବେ  ବରଫାବୃତ୍ତ ଅଞ୍ଚଳରେ ରହୁଥିବା କଲରା ପତ୍ରିଆ ବାଘଙ୍କ ସଂଖ୍ୟା ବୃଦ୍ଧି  ହୋଇଥିବାର ଖବର ମିଳିଛି। 

India: ବାଘ ସଂଖ୍ୟାକୁ ନେଇ ଆସିଲା ଖୁସି ଖବର

Snow Leopards in India: ଦେଶର ଜୈବ ବିବିଧତାକୁ ସଂରକ୍ଷଣ କରିବା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ଭାତତ ସରକାର। ବନ୍ୟ ଜନ୍ତୁଙ୍କ ସଂଖ୍ୟା ବଢାଇବା ମାମଲାରେ ଆଖିଦୃଶିଆ ସଫଳତା ପାଇଛନ୍ତି ସରକାର। ବର୍ତ୍ତମାନ ବନ୍ୟ ଜନ୍ତୁ ସଂରକ୍ଷଣ ମାମଲାରେ ମିଳିଛି ଏକ ବଡ଼ ସଫଳତା। ବାଘ ପରେ ଏବେ  ବରଫାବୃତ୍ତ ଅଞ୍ଚଳରେ ରହୁଥିବା  କଲରା ପତ୍ରିଆ ବାଘଙ୍କ ସଂଖ୍ୟା ବୃଦ୍ଧି  ହୋଇଥିବାର ଖବର ମିଳିଛି। 
 
ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ଅଞ୍ଚଳରେ (Uttarakhand Trans Himalayan Area) ଗତ ବର୍ଷ ଜୁଲାଇରୁ ନଭେମ୍ବର ମଧ୍ୟରେ ଉତ୍ତରାଖଣ୍ଡ ଜଙ୍ଗଲ ବିଭାଗ (Uttarakhand Forest Department) ଏବଂ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (Indian Wildlife Institute) ଦ୍ୱାରା ତୁଷାର କଲରା ପତ୍ରିଆ ବାଘ (Snow Leopard) ଗଣନା କରାଯାଇଥିଲା। ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (Ministry of Environment, Forest and Climate Change) ଦ୍ୱାରା ପରିଚାଳିତ ତୁଷାର କଲରା ପତ୍ରିଆ ବାଘ ଜନସଂଖ୍ୟା ସହାୟତା ଅଧୀନରେ ଏହି ଗଣନା କରାଯାଇଥିଲା। ଏହି ଗଣନା କାର୍ଯ୍ୟ ଗୋବିନ୍ଦ ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ, କେଦାରନାଥ ବନ୍ୟଜନ୍ତୁ ବିହାର, ନନ୍ଦା ଦେବୀ ବାୟୋସ୍ଫିୟୋର ରିଜର୍ଭ, ଗଙ୍ଗୋତ୍ରୀ ଜାତୀୟ ଉଦ୍ୟାନ, ମୁନ୍ସିୟାରି ଏବଂ ପିଥୌରାଗଡ ଏବଂ ଟ୍ରାନ୍ସ ହିମାଳୟ ଅଞ୍ଚଳରେ କ୍ୟାମେରା ଲଗାଯାଇ ଏହି ବାଘ ବାବଦରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଦୀର୍ଘ ଦିନର ବିଶ୍ଳେଷଣ ପରେ ଏହି ବାଘ ସଂଖ୍ୟା କେତେ ରହିଛି ଶୁକ୍ରବାର ସେ ସମର୍କିତ ତଥ୍ୟ  ପ୍ରକାଶ ପାଇଛି। 

ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍ତରାଖଣ୍ଡରେ ତୁଷାର କଲରା ପତ୍ରିଆ ବାଘ ସଂଖ୍ୟା ୧୨୧ କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଗତ ୨୦୧୬ ବର୍ଷରେ ହୋଇଥିବା ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ୮୬ ରହିଥିଲ। ଏହା ପରେ ସମଗ୍ର ଭାରତରେ ୫୧୬ ତୁଷାର ଚିତା ରହିଥିବା ଗଣନାରୁ ଜଣାପଡ଼ିଥିଲା। ପୃଥିବୀର କେବଳ ବାରଟି ଦେଶରେ ତୁଷାର ଚିତାବାଘଙ୍କ ଉପସ୍ଥିତି ରେକର୍ଡ କରାଯାଇଛି। ସେମାନଙ୍କ ସଂଖ୍ୟା ୩ ହଜାରରୁ ୭ ହଜାର ମଧ୍ୟରେ ରହିଥିବାର ଗଣନା କରାଯାଇଛି।

Also Read: Asola Bhatti: ଜଙ୍ଗଲ ଛାଡ଼ି ଜନବସତି ମୁହାଁ କଲରାପତ୍ରିଆ, ମିଳିଲା ପ୍ରମାଣ

ଏନେଇ ପ୍ରତିକ୍ରିୟା ଉତ୍ତରାଖଣ୍ଡ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ସମୀର ସିହ୍ନା କହିଛନ୍ତି ଯେ ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ସଂରକ୍ଷିତ ଅଞ୍ଚଳରେ ତୁଷାର କଲରା ପତ୍ରିଆ ବାଘ ଘନତା ଅଧିକ ବୋଲି ଗଣନାରୁ ଜଣାପଡ଼ିଛି। ବରଫାବୃତ୍ତ ଅଞ୍ଚଳରେ ସଂଖ୍ୟା ବୃଦ୍ଧି ଏହା ଦର୍ଶାଉଛି ଯେ ଉତ୍ତରାଖଣ୍ଡ କାର୍ଯ୍ୟକାରୀ ହେଉଥିବା ବାଘ ସଂରକ୍ଷଣ ଅଭିଯାନ ସଫଳ ହୋଇଛି। ଏହି ବାଘ ସଂଖ୍ୟା  ବଢିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଉତ୍ତରାଖଣ୍ଡ ବନ ମନ୍ତ୍ରୀ ସୁବୋଧ ୟୁନିୟାଲ। ଏନେଇ ମନ୍ତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଅଧିକାରୀ, WWF, ବନ ବିଭାଗ ଏବଂ ବେସରକାରୀ ସଙ୍ଗଠନକୁ ଅଭିନନ୍ଦନ ଜଣାଇଛନ୍ତି।

ତୁଷାର କଲରା ପତ୍ରିଆ ବାଘ ଉଚ୍ଚ ହିମାଳୟ ଅଞ୍ଚଳରେ ମିଳୁଥିବା ବିଲେଇ ପରିବାରର ସଦସ୍ୟ। ବିଲେଇ ପରିବାରର ଏହା ହେଉଛି ଏକମାତ୍ର ପ୍ରଜାତି ଯାହା ଗର୍ଜନ କରିପାରେ ନାହିଁ। ଏହି ବାଘ ଅନ୍ୟ ପ୍ରାଣୀଙ୍କ ଭଳି ବୋବାଇ ପାରେ। ସେମାନଙ୍କର ଚର୍ମରେ ଧୂସର ଏବଂ ଧଳା ଛାଲ ରହିଥାଏ। ସେମାନଙ୍କ ଦେହରେ ଗାଢା ଲାଲ ଦାଗ ଥାଏ। ସେମାନଙ୍କର ଚମଡ଼ା ବହୁତ ଲମ୍ବା ଏବଂ ମୋଟା ହୋଇଥାଏ। ଯାହା ସେମାନଙ୍କୁ ଅଧିକ ଶୀତଳ ସ୍ଥାନରେ ପ୍ରବଳ ଶୀତରୁ ସୁରକ୍ଷିତ ରଖିଥାଏ। ସେମାନଙ୍କର ପାଦ ମଧ୍ୟ ବଡ଼ ଏବଂ ମାଂସଳ ହୋଇଥାଏ। ଯାହା ଦ୍ୱାରା ସେମାନେ ବରଫରେ ସହଜରେ ଚାଲିପାରିନ୍ତି। ବରଫାବୃତ୍ତ ଅଞ୍ଚଳରେ ରହୁଥିବା ଏହି ବାଘ ସାଧାରଣତଃ ରାତିରେ ସକ୍ରିୟ ରହିଥାଏ। ଏହି ବାଘ ଏକୁଟିଆ ରହିବାକୁ ପସନ୍ଦ କରିଥାଏ।