Couple ପାଳିଲେ Valentines Day ଆଉ Single ପାଇଁ Memes
Advertisement
Article Detail0/zeeodisha/odisha848429

Couple ପାଳିଲେ Valentines Day ଆଉ Single ପାଇଁ Memes


ଭ୍ୟାଲେଣ୍ଟାଇନ ଡେ ଅବସରରେ ସିଙ୍ଗଲ୍ସ ଙ୍କୁ ନେଇ ସେୟାର ହୋଇଛି ଅନେକ ମଜାଦାର ମୀମ୍ସ।

 

Couple ପାଳିଲେ Valentines Day ଆଉ Single ପାଇଁ Memes

ନୂଆଦିଲ୍ଲୀ: ପ୍ରତିବର୍ଷ ଫେବୃଆରୀ ୧୪ ତାରିଖରେ ପାଳିତ ହୁଏ ଭ୍ୟାଲେଣ୍ଟାଇନ ଡେ ଅର୍ଥାତ ପ୍ରେମ ଦିବସ। ଏହି ଦିନ ପ୍ରେମୀଯୁଗଳ ସେମାନଙ୍କ ପ୍ରେମ ସମ୍ବନ୍ଧକୁ ସ୍ୱତନ୍ତ୍ର କରିବା ଲାଗି ଯଥାସମ୍ଭବ ପ୍ରୟାସ କରିଥାନ୍ତି। ହେଲେ କିଛି ଲୋକ ଏକୁଟିଆ ଅର୍ଥାତ ସିଙ୍ଗଲ୍ସ ରହିବା କାରଣରୁ ସେମାନେ ଏହାକୁ ପାଳନ କରିନଥାନ୍ତି। ଏହି ଅବସରରେ ସିଙ୍ଗଲ୍ସ ଲୋକଙ୍କୁ ସେୟାର ହୋଇଯାଇଛି ଅନେକ ମୀମ୍ସ। ଯାହାକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ। 

ପ୍ରେମୀ ଯୁଗଳ (Couple) ଭ୍ୟାଲେଣ୍ଟାଇନ ଡେ (Valentines Day) ପାଳୁଥିବା ଏକୁଟିଆ (Single) ଥିବା ଲୋକଙ୍କ ସ୍ଥିତି କିପରି ରହିଥାଏ ତାହାର ଏକ ମୀମ୍ସ (Memes) ସେୟାର କରିଛନ୍ତି ଟ୍ୱିଟର ୟୁଜର ଶ୍ରୀନିବାସ। ସେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିର ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ଏକ କଳା ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି। ଏହି ଚଷମା ଭିତର ପାର୍ଶ୍ୱରେ ମୁନିଆ କଣ୍ଟା ରହିଥିବାର ଦେଖିବାକୁ ମିଳିଛି।     

fallback

ସେହିପରି ଟ୍ୱିଟର ୟୁଜର ପଲକ ବିଷ୍ଟ ଏକ ମୀମ୍ସ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଆମର କ'ଣ କୌଣସି Feelings ନାହିଁ? ଆମେ କ'ଣ କରିବୁ ମରିଯିବୁ। 

fallback

ନିଶାନ୍ତ ନାମକ ୟୁଜର ମିର୍ଜାପୁର-୨ ୱେବସିରିଜର ଏକ ସିନ ଫଟୋ ଏବଂ ଡାଏଲଗ ସେୟାର କରି ଏହାର କ୍ୟାପ୍ସନରେ ଲେଖିଛନ୍ତି ମୁଁ ମୋ ହ୍ୟାଣ୍ଡସମ ସାଙ୍ଗଙ୍କୁ ଏହି ଡାଏଲଗ କହିବାକୁ ଚାହେଁ ଯେଉଁଥିରେ ଭ୍ୟାଲେଣ୍ଟାଇନ ଡେ କୁ କିପରି ଏକୁଟିଈଆ ପାଳନ କରାଯିବ। 

fallback

ଭାଲେଣ୍ଟାଇନ ଡେ ଅବସରରେ ସୋସିଆଲ ମିଡିଆ ୟୁଜର ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି। ଗୋଟିଏ ପକ୍ଷ ଇଣ୍ଟରନେଟରେ ପ୍ରେମ ଭରା ବାର୍ତ୍ତା ଲେଖୁଥିବା ବେଳେ ସିଙ୍ଗଲ୍ସ ସେମାନଙ୍କ କ୍ରୋଧକୁ ଦର୍ଶାଉଛନ୍ତି।    

fallback

ସ୍କାଏୱାର୍କର (Skyworker) ନାମକ ଟ୍ୱିଟର ୟୁଜର ଏକ ମୀମ୍ସ ସେୟାର କରିଛନ୍ତି। ଯେଉଁଥିରେ ସେ ନିଜ ସାଙ୍ଗର ଆଖିରେ ଆଖି ମିଶାଇ ପଚାରୁଛନ୍ତି କେହି ମିଳିଲେ?  

fallback

ଟ୍ୱିଟର ୟୁଜର ବ୍ରାଏନ୍ସ ସବୁଠୁ ମଜାଦାର ମୀମ୍ସ ସେୟାର କରିଛନ୍ତି। ଯେଉଁଥିରେ କାରରେ ବସିଥିବା ଏକ ପିଲା ଯିଏ ସିଟ୍ ବେଲ୍ଟ ବାନ୍ଧିଛି ସେ ରାସ୍ତାରେ ଲାଗିଥିବା ହୋର୍ଡିଂ ଦେଖି ଡରିଯାଉଛି। ଏଥିରେ ଲେଖାଯାଇଛି କେହି ଭାଲେଣ୍ଟାଇନ ନାହାଁନ୍ତି? ଆପଣଙ୍କ ସିଟ୍ ବେଲ୍ଟ ଆପଣଙ୍କୁ ସମ୍ଭାଳିନେବ।

fallback