Kannauj: ମନ୍ଦିର ପରିସରରେ ମାଂସ ଫିଙ୍ଗିବାକୁ ନେଇ ବିବାଦ, ଦୋକାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ
Advertisement
Article Detail0/zeeodisha/odisha1261833

Kannauj: ମନ୍ଦିର ପରିସରରେ ମାଂସ ଫିଙ୍ଗିବାକୁ ନେଇ ବିବାଦ, ଦୋକାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

Kannauj Violence: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନ୍ନୌଜ ଜିଲ୍ଲପାଳ ଏବଂ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି। 

Kannauj: ମନ୍ଦିର ପରିସରରେ ମାଂସ ଫିଙ୍ଗିବାକୁ ନେଇ ବିବାଦ, ଦୋକାନରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

Kannauj Violence: ମନ୍ଦିର ପରିସରରେ ମାଂସ ଟୁକୁଡା ଫିଙ୍ଗିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଜିଲ୍ଲାର ତାଲଗ୍ରାମ ଥାନା ଅଧିନସ୍ଥ ରସୁଲାବାଦ ଗ୍ରାମରେ ଅବସ୍ଥିତ ଏକ ମନ୍ଦିର ପରିସରରେ     କିଛି ଅଜ୍ଞାତ ବ୍ୟକ୍ତି ମାଂସ ଖଣ୍ଡ ଫିଙ୍ଗିବା ସହ ସେଠାରେ ଦୁଇଟି ମୂର୍ତ୍ତୀକୁ ଅଶୁଦ୍ଧ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାମ୍ପ୍ରଦାୟିକ ହିଂସା ହେବା ସହ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି। ବିରୋଧ ସମୟରେ ଅନେକ ଦୋକାନରେ ନିଆଁ ଲଗାଇ ଦିଆଯାଇଛି। କନ୍ନୌଜ ପୋଲିସର ଅନୁସାରେ ଏହି ହିଂସାକାଣ୍ଡରେ ଏକ ଶ୍ମଶାନର ଫାଟକ ନଷ୍ଟ ହୋଇଯାଇଛି। 

ସେପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନ୍ନୌଜ ଜିଲ୍ଲପାଳ ଏବଂ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସେମାନଙ୍କ ପଦରୁ ହଟାଇ ଦେଇଛନ୍ତି। ଏହି ଘଚଣାରେ ଜିଲ୍ଲପାଳ ଏବଂ ଏସପି ଅବହେଳା କରିଥିବା ନେଇ ଅଭିଯୋଗ ହୋଇଛି।

କନ୍ନୌଜ ପୋଲିସ କହିବା ଅନୁସାରେ ଜିଲ୍ଲାର ରସୁଲାବାଦ ଗ୍ରାମରେ ଅବସ୍ଥିତ ମନ୍ଦିର ପୁରୋହିତ ଜଗଦୀଶ ଚନ୍ଦ୍ର ମନ୍ଦିର ପରିସରରରୁ ମାଂସ ଖଣ୍ଡ ମିଳିବା ପରେ ପୋଲିସକୁ ଜଣାଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ପରିସରକୁ ସଫା କରି ଦେଇଥିଲା। ପରେ ଏହି ଘଟଣାରେ ପୋଲିସ ନୀରବ ରହିଥିବା ଅଭିଯୋଗ କରି ଲୋକେ ରାସ୍ତାରେ ଏକାଠି ହୋଇ ତାଲଗ୍ରାମ-ଇନ୍ଦରଗଡ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଏହି ଅବରୋଧ ଜାରି ରହିଥିଲା। ଏହା ପରେ ପୋଲିସ ବିକ୍ଷୋଭକାରୀଙ୍କୁ ଶାନ୍ତ କରିଥିଲା।

ଏହି ଅବରୋଧ ହଟିବା ମାତ୍ରେ ଦୁଇଟି ସ୍ଥାନରେ ମୂର୍ତ୍ତିକୁ ଅପବିତ୍ର କରାଯାଇଥିବାର ଖବର ଆସିଥିଲା। ଏହା ପରେ ସେଠାକାର ଲୋକ ଉତ୍ତ୍ୟକ୍ତ ହୋଇ ଚାରୋଟି ଦୋକାନରେ ନିଆଁ ଲଗାଇ ଦେବା ସହ ଏକ ଶ୍ମଶାନର ଫାଟକ ନଷ୍ଟ କରି ଦେଇଥିଲେ। ଏହି ଘଟଣାରେ ଜଡିତ ରହିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସହରରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି। ଯେଉଁମାନେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶନିବାର ରାତିରେ ଏହି ହିଂସା ଘଟିଥିଲା। 

ଜିଲ୍ଲାରେ ହୋଇଥିବା ହିଂସା ପରେ କନ୍ନୌଜ ଏସପି ରାଜେଶ ଶ୍ରୀବାସ୍ତବଙ୍କୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ଅନୁପମ ସିଂହଙ୍କୁ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର କନ୍ନୌଜ ଜିଲ୍ଲାପାଳ ରାକେଶ ମିଶ୍ରଙ୍କୁ ହଟାଇ ଦେଇଛନ୍ତି। ଚିତ୍ରକୂଟ ଜିଲ୍ଲପାଳ ଶୁଭ୍ରାଂଶ ଶୁକ୍ଲାଙ୍କୁ କନ୍ନୌଜ ଜିଲ୍ଲପାଳ ଭାବେ ନିଯୁକ୍ତ କରିଛନ୍ତି।

Also Read: ରାମ-କୃଷ୍ଣ ନଗରୀରେ ମଦ-ମାଂସ ବିକ୍ରି ଉପରେ ଲାଗିଲା କଟକଣା

Also Read: ଶୌଚାଳୟରେ ଲାଗିଥିଲା ଧାର୍ମିକ ପ୍ରତୀକ ଥିବା ଟାଇଲ; ବିବାଦ ପରେ ଗାଁ ମୁଖିଆ ଫେରାର