Vladimir Putin: ସଂଯୋଗ ନା ଷଡଯନ୍ତ୍ର, ପୁଟିନଙ୍କ ଅନେକ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha1362468

Vladimir Putin: ସଂଯୋଗ ନା ଷଡଯନ୍ତ୍ର, ପୁଟିନଙ୍କ ଅନେକ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ

Vladimir Putin: ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାର ୨୦୦ ଦିନ ବିତିଗଲାଣି । ବର୍ତ୍ତମାନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ସୌ: ସୋସିଆଲ ମିଡିଆ

Ukraine Russia war: ଋଷର ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ (Vladimir Putin) ନିକଟତର ଥିବା ଅନେକ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଛି । ଏହାସହ ପୁଟିନଙ୍କୁ ମଧ୍ୟ ଅନେକ ଥର ହତ୍ୟା କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ସେ ଏପର୍ଯ୍ୟନ୍ତ ଏସବୁରୁ ବର୍ତ୍ତୀବାରେ ସଫଳ ହୋଇଛନ୍ତି । ଯଦିଓ ତାଙ୍କ ନିକଟତରମାନେ ତାଙ୍କ ପରି ଏତେ ଭାଗ୍ୟବାନ ନୁହଁନ୍ତି । ବର୍ତ୍ତମାନ ଏହାକୁ ଏକ ସଂଯୋଗ କୁହାଯିବ ନା ଷଡ଼ଯନ୍ତ୍ର? ପୁଟିନଙ୍କ ଅନେକ ନିକଟତରଙ୍କର ମୃତ୍ୟୁ ହୋଇସାରିଛି । ନିକଟରେ ହୋଇଥିବା ଏକ ଆକ୍ରମଣରେ ତାଙ୍କର ଘନିଷ୍ଠ ସହଯୋଗୀ ବଞ୍ଚି ଯାଇଥିଲେ କିନ୍ତୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିଲା । ଆସନ୍ତୁ ଜାଣିବା, ପୁଟିନଙ୍କ ଘନିଷ୍ଠ ବନ୍ଧୁମାନଙ୍କର କିପରି ମୃତ୍ୟୁ ହୋଇଛି...

ଇଭାନ୍ ପେଚୋରିନ୍ (Ivan Pechorin)
ପୁଟିନଙ୍କ ଅତି ନିକଟତର ଥିଲେ ଇଭାନ୍ ଓ ବିମାନ ଶିଳ୍ପରେ ତାଙ୍କର ଏକ ବଡ ନାମ ଥିଲେ । ତାଙ୍କ ମୃତଦେହ ଭ୍ଲାଡିଭୋଷ୍ଟୋକରେ ମିଳିଥିଲା । ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ବିଷୟରେ ଦାବି କରାଯାଇଥିଲା । ଏହା କୁହାଯାଇଥିଲା ଯେ ମୃତ୍ୟୁ ପୂର୍ବରୁ ସେ ତାଙ୍କର ବିଳାସପୂର୍ଣ୍ଣ ଜାହାଜରେ ଥିଲେ । ସେ ସେଠାରୁ ଖସିପଡିଥିଲେ ଓ ପରେ ତାଙ୍କ ମୃତଦେହ ମିଳିଥିଲା ।

ରବିଲ୍ ମାଗାନୋଭ୍ (Ravil Maganov)
ରବିଲ ମାଗାନୋଭ ଋଷର ତୈଳ ଶିଳ୍ପ ସହିତ ଜଡିତ ଥିଲେ, ପୁଟିନଙ୍କର ସେ ଖାସ ଥିଲେ, ତାଙ୍କ ମୃତଦେହ ହସ୍ପିଟାଲ ବାହାରେ ମିଳିଥିଲା । ହସ୍ପିଟାଲ ଝରକାରୁ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା । ତାଙ୍କ ମୃତ୍ୟୁକୁ ମଧ୍ୟ ଆତ୍ମହତ୍ୟା କୁହାଯାଇଥିଲା । ଏହି ଏଙ୍ଗଲରୁ ପୋଲିସ ବର୍ତ୍ତମାନ ତାଙ୍କ ମୃତ୍ୟୁ ମାମଲାକୁ ଯାଞ୍ଚ କରୁଛି ।

ଆନାଟୋଲି ଗେରେଶେଙ୍କୋ (Anatoly Gerashchenko)
ଆନାଟୋଲି ଗେରେଶେଙ୍କୋ ମଧ୍ୟ ଋଷର ବିମାନ ଶିଳ୍ପ ସହିତ ଜଡିତ ଥିଲେ । ମସ୍କୋ ବିମାନ ଚଳାଚଳ ପ୍ରତିଷ୍ଠାନର ସେ ପୂର୍ବତନ ମୁଖ୍ୟ ଥିଲେ । ପାହାଚରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି । ଏହାକୁ କେବଳ ଏକ ଦୁର୍ଘଟଣା ବୋଲି କୁହାଯାଉଛି ।

ଆଲେକ୍ସଜାଣ୍ଡାର୍ ଡଗିନ୍ ଝିଅ
ଆଲେକ୍ସଜାଣ୍ଡାର୍ ଡଗିନଙ୍କୁ ପୁଟିନଙ୍କ ବ୍ରେନ କୁହାଯାଏ । କିଛି ଦିନ ପୂର୍ବରୁ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା । ପିତା ଓ ଝିଅ ଏକାଠି ଏକ ପାର୍ଟୀକୁ ଯାଇଥିଲେ, ସେମାନଙ୍କୁ ମଧ୍ୟ ଏକାଠି ଆସିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଆଲେକ୍ସଜାଣ୍ଡାର୍ ଯୋଜନା ପରିବର୍ତ୍ତନ କରିଥିଲେ । ଝିଅ ଡାରିଆ ଡୁଗିନ୍ ତାଙ୍କ କାରରେ ଯାଇଥିଲେ । କିଛି ସମୟ ପରେ ଡଗିନଙ୍କ କାର ବୋମା ବିସ୍ଫୋରଣରେ ବିସ୍ଫୋରଣ ହୋଇଥିଲା । ଆଲେକ୍ସଜାଣ୍ଡାର ସାମ୍ନାରେ ହୋଇଥିବା ବିସ୍ଫୋରଣରେ ତାଙ୍କ ଝିଅର ମୃତ୍ୟୁ ଘଟିଛି ।

ଆଲେକ୍ସଜାଣ୍ଡାର୍ ସବବୋଟିନ୍
ସାବୋଟିନ୍ ମଧ୍ୟ ପୁଟିନଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ । ମସ୍କୋର ଶକ୍ତିଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାମ ଶୀର୍ଷରେ ଥିଲା, କିନ୍ତୁ ସାବୋଟିନଙ୍କର ମଧ୍ୟ ଏକ ଘରର ତଳ ମହଲାରେ ମୃତଦେହ ମିଳିଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା ।

ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭରୁ ଅତି କମରେ ଆଠ ଜଣ ପୁଟିନ ଘନିଷ୍ଠ ସହଯୋଗୀଙ୍କର ମୃତ୍ୟୁ ଘଟିଛି । ସେମାନେ ସମସ୍ତେ ମସ୍କୋର ଶକ୍ତିଶାଳୀ ଲୋକଙ୍କ ମଧ୍ୟରେ ଥିଲେ, କିନ୍ତୁ ସେ କିପରି ଭାବରେ ମରିଗଲେ, ଏହା ଅନେକ ପ୍ରଶ୍ନ ସୃଷ୍ଟି କରେ । ଏହା କହିବାର ଅର୍ଥ ହେଉଛି ଯେ ସିଡ଼ିରୁ ଖସିପଡି କେହି ମରୁଛନ୍ତି, କେହି ତଳ ମହଲାରେ ମରିପଡୁଛନ୍ତି, ଆଉ କେହି ପାଣିରେ ବୁଡ଼ି ମୃତ୍ୟୁ ବରଣ କରୁଛନ୍ତି । ମୃତ୍ୟୁର ଏହି କାରଣକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, ସେଥିପାଇଁ ଲୋକମାନେ ସେମାନଙ୍କର ମୃତ୍ୟୁକୁ ସଂଯୋଗ ବଦଳରେ ଷଡ଼ଯନ୍ତ୍ର ବୋଲି ବିଚାର କରୁଛନ୍ତି ।

ଏହା ବି ପଢ଼ନ୍ତୁ: Indian Telecom Bill 2022: ଆସୁଛି ନୂଆ ଟେଲିକମ୍ ବିଲ୍, ଶସ୍ତା ହେବ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା!