Vasundhara And Shivraj: ଆଶା ଧୂଳିସାତ: ଏବେ କ'ଣ କରିବେ ବସୁନ୍ଧରା, ଶିବରାଜ
Advertisement

Vasundhara And Shivraj: ଆଶା ଧୂଳିସାତ: ଏବେ କ'ଣ କରିବେ ବସୁନ୍ଧରା, ଶିବରାଜ

Vasundhara And Shivraj: ସେମାନେ ଜୋରଦାର ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ ସେମାନଙ୍କର ସ୍ୱପ୍ନକୁ ଗୋଟେ ସେକେଣ୍ଡରେ ଛାରଖାର କରିଦେଇଛି ବିଜେପି।  ସେମାନେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନଙ୍କୁ ପୂର୍ବଭଳି ଆଉ ଗୁରୁତ୍ୱ ମିଳିବ ନା ନାହିଁ । 

 

Vasundhara And Shivraj: ଆଶା ଧୂଳିସାତ: ଏବେ କ'ଣ କରିବେ ବସୁନ୍ଧରା, ଶିବରାଜ

Vasundhara And Shivraj:  ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ଦିନ ପରେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ପଦ ଲାଗି ଯେଉଁ ବରିଷ୍ଠ ନେତା ମାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା ସେମାନଙ୍କୁ ବିଜେପି ହାଇକମାଣ୍ଡ ଆଦୌ ବିଚାରକୁ ନେଇ ନାହାଁନ୍ତି । ଅନ୍ୟପକ୍ଷରେ ଯେଉଁମାନେ ଆଦୌ ଚର୍ଚ୍ଚାରେ ନଥିଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କରାଇ ବିଜେପି ସମସ୍ତଙ୍କୁ ଏକରକମ ଝଟକା ଦେଇଛି। ଯାହାଫଳରେ ବିଜେପିର ଏମିତି ସରପ୍ରାଇଜ ସମସ୍ତଙ୍କୁ ବିସ୍ମୟ କରିଛି । ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଏଭଳି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି, ଯେଉଁମାନେ ମନ୍ତ୍ରୀ ଥିଲେ । କିନ୍ତୁ ରାଜସ୍ଥାନରେ ଏଭଳି ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ଯିଏ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। 

୨୦୨୪ ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ହାଇକମାଣ୍ଡ(BJP High Command) ଏଭଳି ନିଷ୍ପତି ନେଇଥିବା କୁହାଯାଉଛି। ଏହାସତ ହୋଇଥିଲେ ମଧ୍ୟ ବିଜେପି ଏହା ମାଧ୍ୟମପେ ଦୁଇଟି ବାର୍ତ୍ତା ଦେଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ପ୍ରଥମ ବାର୍ତ୍ତାଚି ହେଲା ଏହି ୩ଟି ରାଜ୍ୟରେ ବିଜେପି ବିଜୟୀ ହେବା ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଭୂମିକା ରହିଛି। ତାଙ୍କର ଲୋକପ୍ରିୟତା ଓ ତାଙ୍କର ଗ୍ୟାରେଣ୍ଟିକୁ ଆଧାର କରି ବିଜେପି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ହେଲେ ବିଜେପିର ଏପରି ନିଷ୍ପତ୍ତି କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ବୋଲି ଚର୍ଚ୍ଚା ହେଉଛି। ରାଜସ୍ଥାନରେ ଭଜନଲାଲ ଶର୍ମା ଓ ଏମପିରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ଘୋଷଣା ପରେ ବେଶି କ୍ଷତିର ସାମ୍ନା କରିଛନ୍ତି ରାଜସ୍ଥାନର ବସୁନ୍ଧରା ରାଜେ ଓ ମଧ୍ୟ ପ୍ରଦେଶର ଶିବରାଜ ସିଂ ଚୌହାନ। 

ଯଦି ମଧ୍ୟ ପ୍ରଦେଶର ଜଣେ ଟାଣୁଆ ନେତା ଶିବରାଜଙ୍କ କଥା ଦେଖିବା ତେବେ ଶିବରାଜ ସିଂ ଚୌହାନ (Shivraj Singh Chouhan) ୪ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମସିହା ୨୦୦୫, ୨୦୦୮, ୨୦୧୩ ଓ ୨୦୨୦ର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେହିପରି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ବସୁନ୍ଧରା ରାଜେ(Vasundhara Raje)  ୨ ଥର ମୁଖ୍ୟମନ୍ତ୍ରୀ ୨୦୦୩ ଓ ୨୦୧୩ ମସିହାରେ ହୋଇଥିଲେ। ଗତ ନିର୍ବାଚନରେ ଦଳ ବିଜୟୀ ହେବାପରେ ସେମାନେ ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଥିଲେ। ଏଥିପାଇଁ ସେମାନେ ଜୋରଦାର ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ ସେମାନଙ୍କର ସ୍ୱପ୍ନକୁ ଗୋଟେ ସେକେଣ୍ଡରେ ଛାରଖାର କରିଦେଇଛି ବିଜେପି।  ସେମାନେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ସେମାନଙ୍କୁ ପୂର୍ବଭଳି ଆଉ ଗୁରୁତ୍ୱ ମିଳିବ ନା ନାହିଁ ତାହାକୁ ନେଇ ସେମାନେ ଅନିଶ୍ଚିତତା ଭିତରେ ଅଛନ୍ତି। 

ସେପଟେ ମୁଖ୍ୟମନ୍ତ୍ରୀ ଭାବେ ଏମପିରେ ମୋହନ ଯାଦବଙ୍କ ନାଁ ଘୋଷଣା ପରେ ଗଣମାଧ୍ୟମ ଆଗରେ ଶିବରାଜ ସିଂ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, 'ପଦ ମାଗିବା ଠୁ ମରିଯିବା ଭଲ' । ସେପଟେ ମୁଖ୍ୟମନ୍ତ୍ରୀ ଆଶାୟୀ ଥିବା ବସୁନ୍ଧରା ବି ରାଗି ପାଚି ଲାଲ୍ । ଅନ୍ୟପଟେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଆଶାୟୀ ରମଣ ସିଙ୍କୁ ବିଧାନସଭା ବାଚସ୍ପତି ପଦରେ ଥଇଥାନ କରି ବିଜେପି ଡ୍ୟାମେଜ କଣ୍ଟ୍ରୋଲ କରିଛି ହେଲେ ରମଣ ସିଂ (Raman Singh)  ଦୀର୍ଘ ୧୫ ବର୍ଷ ଧରି ଶାସନ କରିଥିଲେ ବି ଏବେ ତାଙ୍କ ଭବିଷ୍ୟତକୁ ବି ନେଇ ଚର୍ଚ୍ଚା ଦେଖାଦେଇଛି। 

Also Read: Bhajan lal Sharma: ଭଜନଲାଲ କେମିତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହି ୫ଟି ବଡ଼ କାରଣ

Also Read: Weather Report: ଥରୁଛି ଓଡ଼ିଶା, ୧୫ ଡିଗ୍ରୀ ତଳେ ୨୩ ସହର