ଜାଣନ୍ତୁ କଣ ଏହି 'Sully App': ଯେଉଁଥିରେ ହେଉଥିଲା ମୁସଲିମ ମହିଳାଙ୍କ ନିଲାମୀ
Advertisement
Article Detail0/zeeodisha/odisha938060

ଜାଣନ୍ତୁ କଣ ଏହି 'Sully App': ଯେଉଁଥିରେ ହେଉଥିଲା ମୁସଲିମ ମହିଳାଙ୍କ ନିଲାମୀ

GitHub ର ସାହାଯ୍ୟରେ 'Sully for Sale'ନାମକ ଏକ ଆପ୍ ତିଆରି କରାଯାଇଥିଲା । ଏହି ଆପ୍ ରେ ମୁସଲିମ ମହିଳାଙ୍କ ଫଟୋ ଲଗାଇ ସେମାନଙ୍କର ନିଲାମୀ କରାଯାଉଥିବା ନେଇ କୁହାଯାଇଛି ।

 

ଜାଣନ୍ତୁ କଣ ଏହି  'Sully App': ଯେଉଁଥିରେ ହେଉଥିଲା ମୁସଲିମ ମହିଳାଙ୍କ ନିଲାମୀ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ଓ ନିଲାମ କରୁଥିବା 'ସୁଲି ଡିଲ୍ସ' ଆପ କୁ ନେଇ ଦିଲ୍ଲୀ ପୋଲିସ ସାଇବର ସେଲ ଏକ ଏତଲା ଦାୟର କରିଛି । ସାଇବର ସେଲ୍ ଏହି ଘଟଣାରେ ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରି ପ୍ରାରମ୍ଭିକ ଭାବେ ଖୋଳତାଡ ଆରମ୍ଭ କରିଦେଇଛି । ଏଠାରେ କହି ରଖୁଛୁ ଯେ, ବିନା ଅନୁମତିରେ ଟ୍ୱିଟରରୁ ମୁସଲିମ ମହିଳାଙ୍କ ଫଟୋ ଚୋରି କରି ହୋଷ୍ଟିଂ ପ୍ଲାଟଫର୍ମ GitHub ର ସାହାଯ୍ୟରେ 'Sully for Sale'ନାମକ ଏକ ଆପ୍ ତିଆରି କରାଯାଇଥିଲା । ଏହି ଆପ୍ ରେ ମୁସଲିମ ମହିଳାଙ୍କ ଫଟୋ ଲଗାଇ ସେମାନଙ୍କର ନିଲାମୀ କରାଯାଉଥିବା ନେଇ କୁହାଯାଇଛି ।
 
ଏହି ପୁରା ଘଟଣାରେ DCP ଅନିଶେ ରାୟଙ୍କ କହିବା କଥା, ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲରେ ହିଁ ତାଙ୍କୁ ଏହି ମାମଲାରେ ଅଭିଯୋଗ ମିଳିଥିଲା । ଯାହା ପରଠାରୁ IPCର ଧାରା 354 A (ମହିଳାଙ୍କୁ ଯୌନ ନିର୍ଯାତନା) ନେଇ ମାମଲା ଦାୟର କରାଯାଇଛି ।ଏହି ମାମଲାରେ GitHub କୁ ମଧ୍ୟ ଲିଗାଲ ନୋଟିସ କରାଯାଇ ଜବାବ ମଗାଯାଇଛି ଯେ, କେଉଁ ଆଇପି ଆଡ୍ରେସ ଜରିଆରେ ଏହି ଆପ ତିଆରି କରାଯାଇଛି । ଯାହାଦ୍ୱାରା ସେହି ଅଭିଯୁକ୍ତ ନିକଟରେ ପହଞ୍ଚି ହେବ ଯେ, କିଏ ମହିଳାଙ୍କ ଫଟୋ ଓ ସୂଚନା ଆପ୍ ରେ ଅପଲୋଡ କରିଥିଲା ।  ଅନ୍ୟପଟେ ଏମିତି ଅଭିଯୋଗ ନୋଏଡା ଓ ମୁମ୍ବାଇ ପୋଲିସ ନିକଟରେ ହୋଇଥିବା ବି ନଜିର ରହିଛି ।

Also Read: ୟୁବି କଲେ ଖୁଲାସା ! କିଏ ହେବ Team Indiaର ପରବର୍ତ୍ତୀ Captain

କଣ ଏହି 'Sulli App'

ଏଠାରେ କହି ରଖୁଛୁ ଯେ, ଇସଲାମରେ ସୁଲି ଶବ୍ଦ ମହିଳାଙ୍କୁ ଅପମାନଜନକ ଟର୍ମ ରେ ବ୍ୟବହାର କରାଯାଏ । ସୁଲି ଫର୍ ସେଲ ନାମକ ଏହି ଓପନ ସୋର୍ସ ୱେବସାଇଟ ତିଆରି କରାଯାଇ ମୁସଲିମ ମହିଳାଙ୍କର ଟ୍ୱିଟର ହ୍ୟାଣ୍ଡେଲରୁ ବିଭିନ୍ନ ସୂଚନା ସହ ପର୍ସନାଲ ଫଟୋ ଲଗାଯାଇ ସାର୍ବଜନୀନ ସ୍ତରରେ ନିଲାମ କରାଯାଉଛି । ଯାହାକୁ ସୁଲି ଡିଲ୍ କୁହାଯାଉଛି । ଏହି ଆପରେ ପ୍ରାୟ ୮୦ ରୁ ଅଧିକ ମୁସଲିମ ମହିଳାଙ୍କର ଫଟୋ, ନାମ ସହ ଟ୍ୱିଟର ହ୍ୟାଣ୍ଡେଲ ଦିଆଯାଇଛି । ଆଉ ଏହି ଆପ୍ ର ସବୁଠାରୁ ଉପରେ ଲେଖାଯାଇଥିଲା FIND UR SULLI DEAL OF THE DAY. 

Also Read: ଅନୁଭବ କହିଲେ 'Privacy ରହୁନି'

ଏହି ଆପ ଉପରେ କ୍ଲିକ କରିବା ପରେ ଗୋଟିଏ ପରେ ଗୋଟିଏ ମୁସଲିମ ମହିଳାଙ୍କ ଫଟୋ, ନାମ ଓ ଟ୍ୱିଟର ହ୍ୟାଣ୍ଡେଲର ସୂଚନା ସାମ୍ନାକୁ ଆସିଯାଉଥିଲା । ଏହି ଆପ୍ ବିଷୟରେ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଲୋକ ମାନେ ଏହି ଆପ୍ ବିଷୟରେ Twitter ରେ ଲେଖିବା ଆରମ୍ଭ କରିଥିଲେ । ସୂତ୍ର ଅନୁସାରେ, ଏହି   'Sully for Sale' ଆପ୍ ଜୁନ୍ ଦ୍ୱିତୀୟ ସପ୍ତାହରେ ଆରମ୍ଭ କରାଯାଇଛି । ଏଥିରେ ସବୁଠାରୁ ବେଶି ସକ୍ରିୟତା ୪ ଓ ୫ ଜୁଲାଇ ମଧ୍ୟରେ ହୋଇଛି । ସେପଟେ ଏହି ଆପ୍ କୁ କିଏ ଡିଜାଇନ କରିଛି ତାହା ଏ ପର୍ଯ୍ୟନ୍ତ ସୁଦ୍ଧା ଜଣାପଡ଼ିନାହିଁ।