One Nation One Election: କେବେ ଲାଗୁ ହେବ 'ୱାନ୍ ନେସନ, ୱାନ୍ ଇଲେକ୍ସନ'? ଆସିଲା ଏହି ବଡ ଅପଡେଟ୍
Advertisement
Article Detail0/zeeodisha/odisha2431546

One Nation One Election: କେବେ ଲାଗୁ ହେବ 'ୱାନ୍ ନେସନ, ୱାନ୍ ଇଲେକ୍ସନ'? ଆସିଲା ଏହି ବଡ ଅପଡେଟ୍

One Nation One Election: ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ସମୟରେ ମନିଫେଷ୍ଟୋରେ'ୱାନ୍ ନେସନ, ୱାନ୍ ଇଲେକ୍ସନ' ପାଇଁ ପ୍ରତିଶୃତି ଦେଇଥିଲା। 'ୱାନ୍ ନେସନ, ୱାନ୍ ଇଲେକ୍ସନ' ଦେଶରେ କାର୍ଯ୍ୟକାରୀ ହେବ କି? ଏହି ବିଷୟରେ, NDA ର ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବା ପରେ ଏକ ବଡ ଅପଡେଟ୍ ଆସିଛି।

 

One Nation One Election Update

One Nation One Election Update: ଦେଶରେ 'ୱାନ୍ ନେସନ, ୱାନ୍ ଇଲେକ୍ସନ' କେବେ ଲାଗୁ ହେବ? ଏନଡିଏ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ୧୦୦ ଦିନ ପୂରଣ ହେବା ପରେ ବଡ ଅପଡେଟ୍ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ବାରମ୍ବାର କହିଥିଲେ ଯେ ତାଙ୍କ ତୃତୀୟ କାର୍ଯ୍ୟକାଳରେ କିଛି ବଡ ନିଷ୍ପତ୍ତି ନିଆଯିବ। ଭାରତୀୟ ଜନତା ପାର୍ଟିର ନେତୃତ୍ୱାଧୀନ ଏନଡିଏ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ 'ୱାନ୍ ନେସନ, ୱାନ୍ ଇଲେକ୍ସନ' କାର୍ଯ୍ୟକାରୀ ହେବ ବୋଲି ସୂତ୍ରରୁ ପ୍ରକାଶ।

ମୋଦୀ ସରକାର ୩.୦ ର ୧୦୦ ଦିନ ପୂରଣ ହେବା ପରେ ସୂତ୍ରରୁ ପ୍ରକାଶ ଯେ ଏନଡିଏ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ 'ୱାନ୍ ନେସନ, ୱାନ୍ ଇଲେକ୍ସନ' ନିଶ୍ଚିତ ରୂପେ କାର୍ଯ୍ୟକାରୀ ହେବ। ଏହା ସତ ହେବ। ଏହି ପ୍ରସଙ୍ଗରେ ପାର୍ଟି ଲାଇନରେ ସମର୍ଥନ ରହିବ ଏବଂ ଶାସକ ମିଳିତ ମଞ୍ଚ ମଧ୍ୟରେ ଥିବା ଏକତା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରହିବ ବୋଲି ମୋଦୀ ସରକାର ନିଶ୍ଚିତ ଅଛନ୍ତି।

ଗତ ମାସରେ ସ୍ୱାଧୀନତା ଦିବସ ଅବସରରେ ଲାଲ କିଲ୍ଲାରୁ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ 'ୱାନ୍ ନେସନ, ୱାନ୍ ଇଲେକ୍ସନ'କୁ ଦୃଢ଼ ଭାବରେ ସମର୍ଥନ କରିଥିଲେ। ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ମୋଦୀ କହିଥିଲେ, 'ୱାନ୍ ନେସନ, ୱାନ୍ ଇଲେକ୍ସନ' ପାଇଁ ଦେଶକୁ ଆଗକୁ ଆସିବାକୁ ପଡ଼ିବ। '
ଲାଲ କିଲ୍ଲାରୁ ଦେଶର ଅଗ୍ରଗତି ସୁନିଶ୍ଚିତ କରିବାକୁ ତ୍ରିରଙ୍ଗାକୁ ସାକ୍ଷୀ ଭାବରେ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଦ୍ୱାରା ପ୍ରକାଶିତ ନିର୍ବାଚନୀ ଇସ୍ତାହାରରେ ଏଥିରେ  'ୱାନ୍ ନେସନ, ୱାନ୍ ଇଲେକ୍ସନ' ଏକ ପ୍ରମୁଖ ପ୍ରତିଶୃତି ଭାବରେ ଅନ୍ତର୍ଭୁକ୍ତ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ପ୍ରଥମ ପଦକ୍ଷେପ ଭାବରେ ଲୋକସଭା ତଥା ରାଜ୍ୟସଭା ପାଇଁ ଏକକାଳୀନ ନିର୍ବାଚନ କରିବାକୁ ଏହା ପରାମର୍ଶ ଦେଇଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ କରିବାକୁ ମଧ୍ୟ କମିଟି ସୁପାରିଶ କରିଛି।

Also Read: Horoscope 16 September 2024: ୧୬ ସେପ୍ଟେମ୍ବରରେ ଭଗବାନ ଶଙ୍କର ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ରାଶିଫଳ

Also Read: Train derailed: ଟ୍ରାକରୁ ଖସି ପଡିଆ ଭିତରେ ପସିଗଲା ରେଳ ଇଞ୍ଜିନ୍, ଭାଇରାଲ ହେଲା ଟ୍ରେନ୍ ଦୁର୍ଘଟଣାର ଏହି ଭିଡିଓ