କିଏ ଦେବ କ୍ଷତିପୂରଣ? ଅଗ୍ନିପଥ ଆନ୍ଦୋଳନ ଯୋଗୁଁ ଜାଳିଗଲା ରେଲୱେର ୨୫୯ କୋଟି ଟଙ୍କାର ସମ୍ପତ୍ତି
Advertisement
Article Detail0/zeeodisha/odisha1267358

କିଏ ଦେବ କ୍ଷତିପୂରଣ? ଅଗ୍ନିପଥ ଆନ୍ଦୋଳନ ଯୋଗୁଁ ଜାଳିଗଲା ରେଲୱେର ୨୫୯ କୋଟି ଟଙ୍କାର ସମ୍ପତ୍ତି

Parliament Monsoon Session: ଲୋକସଭାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, "୨୦୨୨ ମସିହାରେ ଅଗ୍ନିପଥ ଯୋଜନାକୁ ନେଇ ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳବାଇ ୨୫୯.୪୪ କୋଟି ଟଙ୍କା କ୍ଷତି ସହିଛି ।"

ସାଙ୍କେତିକ ଫଟୋ

Ashwini Vaishnaw on monsoon session: କେନ୍ଦ୍ର ରେଳମନ୍ତ୍ରୀ (Union Minister of Railways) ବୁଧବାର ଲୋକସଭାରେ (Lok Sabha) ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅଗ୍ନିପଥ ଯୋଜନା (Agnipath Scheme) ବିରୋଧରେ ଆନ୍ଦୋଳନ ଯୋଗୁଁ ଚଳିତ ବର୍ଷ ଭାରତୀୟ ରେଳବାଇ (Indian Railways) ୨୫୯.୪୪ କୋଟି ଟଙ୍କା କ୍ଷତି ସହିଛି । ମନ୍ତ୍ରଣାଳୟ ଆହୁରି କହିଛି ଯେ ଅନ୍ୟାନ୍ୟ ଗତିବିଧି ଯୋଗୁଁ ରେଳବାଇ ୨୦୧୯ ରୁ ୨୦୨୧ ମଧ୍ୟରେ ୧,୧୧୭ ଟଙ୍କା କ୍ଷତି ସହିଛି ।

ଲୋକସଭାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (Union Railway Minister Ashwini Vaishnaw) କହିଛନ୍ତି, "୨୦୨୨ ମସିହାରେ ଅଗ୍ନିପଥ ଯୋଜନାକୁ ନେଇ ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳବାଇ ୨୫୯.୪୪ କୋଟି ଟଙ୍କା କ୍ଷତି ସହିଛି ।"

ବୈଷ୍ଣବ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ ଟ୍ରେନ ବାତିଲ ଯୋଗୁଁ ରେଳବାଇ ୧୪ ଜୁନରୁ ୩୦ ଜୁନ୍ ୨୦୨୨ ମଧ୍ୟରେ ଯାତ୍ରୀମାନଙ୍କୁ ପ୍ରାୟ ୧୦୨.୯୬ କୋଟି ଟଙ୍କା ଫେରସ୍ତ କରିଛି । ରେଳବାଇ ୨୦୧୯ ରେ ୧୫୧ କୋଟି, ୨୦୨୦ ରେ ୯୦୪ କୋଟି ଓ ୨୦୨୧ ରେ ୬୨ କୋଟି କ୍ଷତି ସହିଛି ।

ଉପଦ୍ରବୀଙ୍କ କରଯାଉଛି ଚିହ୍ନଟ
ତଥ୍ୟ ଅନୁଯାୟୀ, ରେଳ ସମ୍ପତ୍ତିର କ୍ଷତି ବିରୁଦ୍ଧରେ ୨୦୧୯ ରେ ମୋଟ ୯୫ ମାମଲା, ୨୦୨୦ ରେ ୩୦ ଓ ୨୦୨୧ ରେ ୩୪ ଟି ମାମଲା ରୁଜୁ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ସମସ୍ତ କ୍ଷୟକ୍ଷତି ମାମଲାରେ ମାମଲା ରୁଜୁ ହୋଇଛି ଓ ଦୋଷୀମାନଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କୁ ଗିରଫ କରାଯିବ । ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଏହି ମାମଲାଗୁଡ଼ିକର ତୀକ୍ଷ୍ଣ ନଜର ରଖାଯାଇଛି ।”

ସେ କହିଛନ୍ତି ଯେ ରେଳବାଇ ପୋଲିସ୍ ଫୋର୍ସ (ଆରପିଏଫ୍), ରାଜ୍ୟ ପୋଲିସ ଓ ସରକାରୀ ରେଳ ପୋଲିସ (GRP) ଅପରାଧକୁ ରୋକିବା, ମାମଲା ପଞ୍ଜିକରଣ କରିବା, ରେଳ ପରିସର ତଥା ଚଳନ୍ତା ଟ୍ରେନରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟମିତ ସମନ୍ୱୟ ରକ୍ଷା କରୁଛନ୍ତି ।

ବିହାର-ତେଲେଙ୍ଗାନାରେ ସବୁଠାରୁ ଅଧିକ କ୍ଷତି
କ୍ଷୟକ୍ଷତି ଭରଣା ପାଇଁ ଏପର୍ଯ୍ୟନ୍ତ କୌଣସି ବସୁଲି କରାଯାଇ ନାହିଁ ବୋଲି ବୟାନରେ କୁହାଯାଇଛି । ବିହାର ଓ ତେଲେଙ୍ଗାନା ସେହି ରାଜ୍ୟରେ ସାମିଲ, ଯେଉଁଠାରେ ଚଳିତ ବର୍ଷ ଜୁନ୍ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କାରଣରୁ ସବୁଠୁ ଅଧିକ ରେଳବାଇ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି ।

ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ବିରୋଧ ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିବା କିମ୍ବା ଆହତ ହୋଇଥିବା ଯାତ୍ରୀ ବା ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇ ନାହିଁ ।

ଏହା ବି ପଢ଼ନ୍ତୁ: T-20 ବିଶ୍ୱକପ ଦଳରେ କୋହଲି ରହିବା ଉଚିତ୍ କି ନୁହେଁ? ରିକି ପଣ୍ଟିଙ୍ଗ ଦେଲେ ଏହି ଜବାବ

ଏହା ବି ପଢ଼ନ୍ତୁ: କଳିଯୁଗର ଦାନବୀର କର୍ଣ୍ଣ! ଗରିବଙ୍କ ନାମରେ କରିଦେଲେ ନିଜ ୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି