• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଶୋଏବ ଅଖତରଙ୍କ ବଡ଼ ବୟାନ, କହିଲେ-ମୁଁ ଘାସ ଖାଇବି, କିନ୍ତୁ ପାକିସ୍ତାନୀ ସେନାର ବଜେଟ ବୃଦ୍ଧି କରିବି

ଏଆରବିଆଇ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ ଅଖତର କହିଛନ୍ତି ଯେ, ଯଦି ଆଲ୍ଲା ମୋତେ କେବେ ଅଧିକାର ଦିଅନ୍ତି, ତେବେ ମୁଁ ନିଜେ ଘାସ ଖାଇବି, କିନ୍ତୁ ସେନାର ବଜେଟ୍ ବୃଦ୍ଧି କରିବି ।

ଶୋଏବ ଅଖତରଙ୍କ ବଡ଼ ବୟାନ, କହିଲେ-ମୁଁ ଘାସ ଖାଇବି, କିନ୍ତୁ ପାକିସ୍ତାନୀ ସେନାର ବଜେଟ ବୃଦ୍ଧି କରିବି

ନୂଆଦିଲ୍ଲୀ: ନିଜର ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର(Shoaib Akhtar) । ପୁଣି ଥରେ ସେ କ୍ରିକେଟକୁ ଛାଡ଼ି ଅନ୍ୟ ବିଷୟ ଉପରେ ବୟାନ ଦେଇଛନ୍ତି । ଏଥର ସେ ପାକିସ୍ତାନ ସେନା(Pakistan Army)ର ବଜେଟ ଉପରେ ମନ୍ତବ୍ୟ ଦେଇଛନ୍ତି । ଅଖତର ବିଶ୍ୱାସ କରନ୍ତି ଯେ, ଦେଶର ସେନାର ବାର୍ଷିକ ବଜେଟ୍ ବୃଦ୍ଧି ହେବା ଉଚିତ । ସାଧାରଣ ନାଗରିକଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସେନା ମୁଖ୍ୟଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ସର୍ଭେ: ଦେଶର ବେଷ୍ଟ ସିଏମ ମାମଲାରେ ଯୋଗୀ ଆଦିତ୍ୟନାଥଙ୍କ ବାଜିମାତ୍, ଏହି ସ୍ଥାନରେ ଅଛନ୍ତି ନବୀନ

ଏଆରବିଆଇ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ ଅଖତର କହିଛନ୍ତି ଯେ, ଯଦି ଆଲ୍ଲା ମୋତେ କେବେ ଅଧିକାର ଦିଅନ୍ତି, ତେବେ ମୁଁ ନିଜେ ଘାସ ଖାଇବି, କିନ୍ତୁ ସେନାର ବଜେଟ୍ ବୃଦ୍ଧି କରିବି । ମୁଁ ନିଜର ସେନା ମୁଖ୍ୟଙ୍କୁ ମୋ ସହିତ ବସି ନିଷ୍ପତ୍ତି ନେବାକୁ କହିବି । ଯଦି ବଜେଟ ୨୦ ପ୍ରତିଶତ ଥିବ, ତେବେ ମୁଁ ଏହାକୁ ୬୦ ପ୍ରତିଶତକୁ ବୃଦ୍ଧି କରିବି । ଯଦି ଆମେ ନିଜେ ପରସ୍ପରକୁ ଅପମାନିତ କରୁ, ତେବେ ଏହା ଆମର କ୍ଷତି ହେବ ।

ଏହା ପ୍ରଥମ ଘଟଣା ନୁହେଁ ଯେ ଶୋଏବ ସେନାକୁ ସମ୍ମାନ ଦେବା କଥା କହିଛନ୍ତି । ଏହାପୂର୍ବରୁ ସେ ଦାବି କରିଥିଲେ ଯେ, କାଉଣ୍ଟି କ୍ରିକେଟର ଲକ୍ଷ ଲକ୍ଷ ଟଙ୍କାର ଚୁକ୍ତିକୁ  ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ୧୯୯୯ କାର୍ଗିଲ ଯୁଦ୍ଧରେ ସେ ଭାରତ ବିରୋଧରେ ଲଢ଼ିବାକୁ ଚାହୁଁଥିଲେ ।