ବିଶ୍ୱ ଯୁବ ଦକ୍ଷତା ଦିବସ: Skill India ମିଶନକୁ ନୂଆ ଦିଗ ଦେବାକୁ ମୋଦିଙ୍କ ଆହ୍ୱାନ
Advertisement
Article Detail0/zeeodisha/odisha942956

ବିଶ୍ୱ ଯୁବ ଦକ୍ଷତା ଦିବସ: Skill India ମିଶନକୁ ନୂଆ ଦିଗ ଦେବାକୁ ମୋଦିଙ୍କ ଆହ୍ୱାନ

ଆଜି ବିଶ୍ୱରେ ଦକ୍ଷତାକୁ ନେଇ ଏତେ ଚାହିଦା ଅଛି ଯେ, ଯାହା ପାଖରେ ଦକ୍ଷତା ଅଛି, ସେହି ଆଗକୁ ବଢ଼ିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’କୁ ପୁରିଛି ୬ ବର୍ଷ ।

ବିଶ୍ୱ ଯୁବ ଦକ୍ଷତା ଦିବସ: Skill India ମିଶନକୁ ନୂଆ ଦିଗ ଦେବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ବିଶ୍ୱ ଯୁବ ଦକ୍ଷତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିବା ସହ ସ୍କିଲ୍ ଇଣ୍ଡିଆ ମିଶନକୁ ନୂଆ ଦିଗ ଦେବାକୁ ଆହ୍ୱାନ ଦେଇଛନ୍ତି । ନୂଆ ପିଢ଼ିର ଦକ୍ଷତା ବିକାଶ ରାଷ୍ଟ୍ର ପାଇଁ ଆବଶ୍ୟକ ବୋଲି ମୋଦି କହିଛନ୍ତି । ଏହା ଆତ୍ମନିର୍ଭର ଭାରତର ବହୁ ବଡ଼ ଆଧାର । ଗତ ୬ ବର୍ଷ ମଧ୍ୟରେ ଯେଉଁ ଆଧାର ସୃଷ୍ଟି ହେଲା, ଯେଉଁ ନୂଆ ସମ୍ବଳ ସୃଷ୍ଟି ହେଲା, ତାହାକୁ ଏକତ୍ରିତ କରି ଆମକୁ ସ୍କିଲ୍ ଇଣ୍ଡିଆ ମିଶନକୁ ଆଗକୁ ନେବାର ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । 

ଆଜି ବିଶ୍ୱରେ ଦକ୍ଷତାକୁ ନେଇ ଏତେ ଚାହିଦା ଅଛି ଯେ, ଯାହା ପାଖରେ ଦକ୍ଷତା ଅଛି, ସେହି ଆଗକୁ ବଢ଼ିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’କୁ ପୁରିଛି ୬ ବର୍ଷ । ଏହି ଅବସରରେ ୭୫ଟି ନୂଆ ‘ଜନ ଶିକ୍ଷଣ ସଂସ୍ଥାନ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

1-ଦେଶର ସ୍କିଲ୍ ଇକୋସିଷ୍ଟମକୁ ସୁଦୃଢ଼ କରିବ ‘ଜନ ଶିକ୍ଷଣ ସଂସ୍ଥାନ’
2-ଦକ୍ଷତା ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
3-ମହାମାରୀ ସମୟରେ ସ୍କିଲିଂ, ରିସ୍କିଲିଂ ଏବଂ ଅପ୍ ସ୍କିଲିଂର ଆବଶ୍ୟକତା ବଢ଼ିଛି
4-ବାବାସାହେବ ଆମ୍ବେଦକରଙ୍କ ଯୁବବର୍ଗଙ୍କର ଦକ୍ଷତା ବଢାଇବାର ସ୍ୱପ୍ନକୁ ପୂରଣ କରାଯାଉଛି

ନୂଆପିଢ଼ିର ଯୁବକଙ୍କ ପାଇଁ ସ୍କିଲ୍ ଡ଼େଭଲପମେଣ୍ଟ ଏକ ରାଷ୍ଟ୍ରୀୟ ଆବଶ୍ୟକତା ଏବଂ ଆତ୍ମନିର୍ଭର ଭାରତର ବଡ଼ ଆଧାର । ବିଗତ ୬ ବର୍ଷରେ ଯେଉଁ ଆଧାର ଏବଂ ଯେଉଁ ନୂଆ ସଂସ୍ଥାନ ହୋଇଛି ସେହି ସାମୂହିକ ଶକ୍ତିକୁ ଏକାଠି କରି ଆମକୁ ନୂଆ କରି ସ୍କିଲ୍‌ ଇଣ୍ଡିଆ ମିଶନକୁ ଗତି ଦେବାକୁ ହେବ ବୋଲି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଦେଶର ଯୁବ ବର୍ଗଙ୍କୁ ଭିଡ଼ିଓ କନଫରେନ୍ସ ଜରିଆରେ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ‘ସ୍କିଲ ଇଣ୍ଡିଆ ମିଶନ’ (Skill India Mission)କୁ ୬ ବର୍ଷ ପୂରଣ ହୋଇଥିବା ବେଳେ ଦେଶରେ ସଶକ୍ତ ଅର୍ଥନୀତି ପାଇଁ ଦକ୍ଷ ଯୁବ ମାନବ ସମ୍ବଳ ଜରୁରୀ ଅଟେ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ 
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister) ଯୁବ ବର୍ଗଙ୍କୁ ସମ୍ବୋଧନ କରି ସେମାନଙ୍କୁ ଦକ୍ଷତା ଜରିଆରେ ‘ଆତ୍ମନିର୍ଭର ଭାରତ’ (Atmanirbhar Bharat) ଗଠନ କରିବା ପାଇଁ ଆହ୍ୱାନ କରିଛନ୍ତି । କୌଣସି  ବି ଦେଶର ଅର୍ଥନୀତି ସେତେବେଳେ ସୁଦୃଢ ହୁଏ ଯେତେବେଳେ ସେହି ଦେଶର ଯୁବକ ଅଧିକ କାର୍ଯ୍ୟ କରିଥାଏ ବା ଅଧିକ ଦକ୍ଷତା ବିଶିଷ୍ଟ ହୋଇଥାଏ । ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହା ଉପରେ ମତପ୍ରକାଶ କରିଛନ୍ତି ।

Also Read: Navjot Singh Sidhu ହେବେ Punjab Congress ମୁଖ୍ୟ!

କୋରୋନା ମହାମାରୀ (Corona Pandemic) ସମୟରେ ବିଶ୍ୱ ଚାପରେ ଥିବା ସମୟରେ ସ୍କିଲିଂ, ରିସ୍କିଲିଂ ଏବଂ ଅପ୍ ସ୍କିଲିଂର ଆବଶ୍ୟକତା ବଢ଼ିଛି । କୋରୋନା ସମୟରେ ଦେଶରେ ସ୍ୱାସ୍ଥ୍ୟଗତ ଢାଞ୍ଚା କୁ ପରିବର୍ତ୍ତନ କରାଯାଇଥିବା ବେଳେ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦକ୍ଷ ମାନବ ସମ୍ବଳର ଚାହିଦା ବୃଦ୍ଧି ପାଇଛି । ଲକ୍‌ଡାଉନ ସମୟରେ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏଥିରୁ ମୁକୁଳିବା ପାଇଁ ଦକ୍ଷ ମାନବ ସମ୍ବଳ ଦରକାର ଏବଂ ଏହାକୁ ଭାରତ ସରକାର ପ୍ରାଥମିକତା ଦେଇଥିବା ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

Also Read: ବେଙ୍ଗଲରେ ନିର୍ବାଚନ ପରେ ଘଟିଥିବା ହିଂସାକୁ ନେଇ NHRC ହାଇକୋର୍ଟ ପାଖରେ ଦାଖଲ କଲା ରିପୋର୍ଟ

ଶିକ୍ଷା ଓ ଦକ୍ଷତା (Skill Development) ସହ ଟେକ୍ନୋଲୋଜି (Technology) ମଧ୍ୟରେ ସମନ୍ୱୟ ସ୍ଥାପନା କରିବା ଦରକାର । ଯାହା ଦ୍ୱାରା ଦେଶର ଦକ୍ଷ ଯୁବପିଢ଼ିଙ୍କ ମଧ୍ୟରେ ପରିବର୍ତ୍ତନ ଆସିବ ଏବଂ ବିଶ୍ୱ ଅର୍ଥନୀତିର ମେରୁଦଣ୍ଡ ସେମାନେ ହୋଇପାରିବେ । ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ଯାହା ପାଖରେ ସ୍କିଲ ଅଛି ସେହି ହିଁ ଆଗକୁ ବଢିପାରିବ । ବାବାସାହେବ ଆମ୍ବେଦକର ଯୁବବର୍ଗଙ୍କର ଦକ୍ଷତା ଉପରେ ଅଧିକ ଜୋର୍ ଦେଇଥିଲେ । ଆଜି ‘ସ୍କିଲ ଇଣ୍ଡିଆ’ (Skill India) ଜରିଆରେ ଦେଶ ବାବାସାହେବଙ୍କ ଏହି ଦୂରଦର୍ଶୀ ସ୍ୱପ୍ନକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଉଦ୍ୟମ କରାଯାଉଛି ।

Also Read: ବଢ଼ିଲା ଚିନ୍ତା: କରୋନା ସଂକ୍ରମିତଙ୍କୁ ନେଗେଟିଭ୍ ଦେଖାଉଛି RT- PCR ଟେଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Central Minister Dharmendra Pradhan) ଏବଂ କେନ୍ଦ୍ର ରାଷ୍ଟ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପସ୍ଥିତିରେ ୭୫ଟି ନୂଆ ‘ଜନ ଶିକ୍ଷଣ ସଂସ୍ଥାନ’ର ଶୁଭାରମ୍ଭ କରାଯାଇଥିଲା । ଡ଼ିଜି ଲକରର ସହଯୋଗରେ ଏହି ଶିକ୍ଷଣ ସଂସ୍ଥାନ ସମେତ ବିଭିନ୍ନ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଆଜି ଶୁଭାରମ୍ଭ ହୋଇଯାଇଥିବା ନୂଆ କାର୍ଯ୍ୟକ୍ରମ ଦେଶର ସ୍କିଲ୍ ଇକୋସିଷ୍ଟମକୁ ସୁଦୃଢ଼ କରିବ ଏବଂ ତୃଣମୂଳ ସ୍ତରରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ସହଯୋଗ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।