୩୦ ଜଣ ଲୋକଙ୍କ ସହିତ ବୁଡ଼ିଲା ଡଙ୍ଗା; ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର
Advertisement

୩୦ ଜଣ ଲୋକଙ୍କ ସହିତ ବୁଡ଼ିଲା ଡଙ୍ଗା; ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର

Yamuna Boat Accident: ଗୁରୁବାର ଦିନ ଅପରାହ୍ନରେ ବାନ୍ଦାଠାରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା (Boat Accident) ଘଟିଛି । ମାର୍କା ପୋଲିସ ଷ୍ଟେସନ ପରିସରରେ ଯମୁନା ନଦୀ ମଝିରେ ଏକ ଡଙ୍ଗା ବୁଡ଼ିଯାଇଛି । ଏହି ଡଙ୍ଗାରେ ୩୦ ଜଣ ଲୋକ ଯାତ୍ରା କରୁଥିଲେ ।

ସାଙ୍କେତିକ ଫଟୋ

Yamuna Boat Accident: ଗୁରୁବାର ଦିନ ଅପରାହ୍ନରେ ବାନ୍ଦା (Banda) ଠାରେ ଏକ ବଡ଼ ଡଙ୍ଗା ଦୁର୍ଘଟଣା (Boat Accident) ଘଟିଛି । ମାର୍କା ପୋଲିସ ଷ୍ଟେସନ (Marka police station) ପରିସରରେ ଯମୁନା ନଦୀ (Yamuna river) ମଝିରେ ଏକ ଡଙ୍ଗା ବୁଡ଼ିଯାଇଛି । ଏହି ଡଙ୍ଗାରେ ୩୦ ଜଣ ଲୋକ ଯାତ୍ରା କରୁଥିଲେ । ୮ ଜଣ କୌଣସି ପ୍ରକାରେ ପହଁରି ପହଁରି କୂଳକୁ ଅସିଯାଇଥିଲେ । ଡଙ୍ଗା ଓ ବାକି ଲୋକଙ୍କୁ ସନ୍ଧାନ ମିଳି ନାହିଁ । ସମସ୍ତଙ୍କ ସନ୍ଧାନ ପାଇଁ ଅପରେସନ୍ ଚାଲିଛି । ବଞ୍ଚିଥିବା ଲୋକଙ୍କ ଅନୁଯାୟୀ ଡଙ୍ଗାରେ ଥିବା ଅନ୍ୟ ସମସ୍ତଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ।

ଲୋକଙ୍କ ସନ୍ଧାନରେ SDRF ଟିମ୍ ସହିତ ସ୍ଥାନୀୟ ବୁଡାଳିମାନଙ୍କୁ ନିୟୋଜିତ କରାଯାଇଛି । ଚାରି ଜଣଙ୍କ ମୃତଦେହ ମିଳିଛି । କୁହାଯାଉଛି ଯେ ରକ୍ଷାବନ୍ଧନ ଯୋଗୁଁ ବହୁ ସଂଖ୍ୟାରେ ମହିଳା ଓ ଶିଶୁ ଡଙ୍ଗାରେ ଥିଲେ । ସିଏମ ଯୋଗୀ ମଧ୍ୟ ଏହି ଦୁର୍ଘଟଣାର ସୂଚନା ଦେଇଛନ୍ତି । ଯୋଗୀ ଘଟଣାସ୍ଥଳକୁ ଅଧିକାରୀ ମାନଙ୍କୁ ପଠାଇଛନ୍ତି ।

ଏହା ମଧ୍ୟ କୁହାଯାଉଛି ଯେ ମାର୍କା ଠାରୁ ଫତେହପୁର, ପ୍ରୟାଗରାଜ ଲୋକ ଯମୁନା ନଦୀ ପାର କରି ଯିବା ଆସିବା କରିଥାନ୍ତି । ଏଠାରେ ଯାତୟାତର ଏକମାତ୍ର ମାଧ୍ୟମ ହେଉଛି ଡଙ୍ଗା । ଏଠାରେ ଥିବା ଡଙ୍ଗା ଥରକରେ ୩୦ ରୁ ୪୦ ଆରୋହୀଙ୍କୁ ନଦୀର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ନେଇଥାଏ । ଗୁରୁବାର ଦିନ ରାତି ପ୍ରାୟ ୨.୩୦ ସମୟରେ ମାର୍କାରୁ ଏକ ଡଙ୍ଗାରେ ୩୦ ରୁ ଅଧିକ ଲୋକ ଫତେହପୁର ଅଭିମୁଖେ ଯାଉଥିଲେ । ଜଳର ପ୍ରବଳ ସ୍ରୋତ ଥିବା ଯୋଗୁଁ ଡଙ୍ଗା ନଦୀର ମଧ୍ୟଭାଗରେ ଅନିୟନ୍ତ୍ରିତ ଭାବରେ ଓଲଟି ପଡିଥିଲା ।

ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲେ । ପହଁରିବା ଜାଣିଥିବା କାରଣରୁ ୨୮ବର୍ଷୀୟ ରାଜକରନ୍ ପାସୱାନ୍ ବାସିନ୍ଦା ଆସୋଦର ବାରୁଇ ଫତେହପୁର ଓ ୬୦ ବର୍ଷୀୟ ଗୟା ପ୍ରସାଦ ନିଶାଦ ବାସିନ୍ଦା ସାମଗାରା ବାବରୁ କୌଣସି ପ୍ରକାରେ ନଦୀରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ । ସୂଚନା ମୁତାବକ, ଡିଏମ, ଏସପି ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ପୋଲିସ ଅଧୀକ୍ଷକ ଅଭିନନ୍ଦନ କହିଛନ୍ତି ଯେ ପ୍ରାୟ ୩୦-୩୫ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ଫତେହପୁର ଜିଲ୍ଲାର ଜାରୁଲି ଘାଟକୁ ଯାଉଥିଲା । ତା’ପରେ ଢ଼େଉ ପ୍ରବଳ ପବନ  ଯୋଗୁଁ ଡଙ୍ଗାଟି ମଝି ନଈରେ ଓଲଟି ପଡିଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଜଣଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରଯାଇଛି, ସେମାନଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି । ଅତିକମରେ ୨୦ ଜଣ ନିଖୋଜ ଥିବାବେଳେ ପ୍ରାୟ ଆଠ ଜଣ ଲୋକ ପହଁରି ବାହାରକୁ ଆସିଥିଲେ ବୋଲି ସେ କହିଛନ୍ତି । ବୁଡାଳିଙ୍କ ସହାୟତାରେ ନିଖୋଜ ଲୋକଙ୍କୁ ଖୋଜା ଚାଲିଛି ବୋଲି ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ସମସ୍ତ ଜିଲ୍ଲା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଓ ଉଦ୍ଧାର କାର୍ଯ୍ୟ ଚାଲିଛି ।

ଏହା ବି ପଢ଼ନ୍ତୁ: ଜିମ୍ବାୱେ ଗସ୍ତ ପୂର୍ବରୁ ଭାରତକୁ ଝଟକା; ଆହତ ହେଲେ ଏହି ବଡ ଖେଳାଳି

ଏହା ବି ପଢ଼ନ୍ତୁ: ଆଜିଠାରୁ ଏହି ସହର ଗୁଡିକରେ ୬ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ ପୂରା ଲିଷ୍ଟ