ଯୋଗୀଙ୍କ ଫିଲ୍ମ ସିଟି ମିଶନକୁ ନେଇ ଶିବସେନା ଛାତିରେ ଛନକା
Advertisement
Article Detail0/zeeodisha/odisha798424

ଯୋଗୀଙ୍କ ଫିଲ୍ମ ସିଟି ମିଶନକୁ ନେଇ ଶିବସେନା ଛାତିରେ ଛନକା

ରାଜ୍ୟରେ ଫିଲ୍ମ ସିଟି ନିର୍ମାଣ କରିବାକୁ ନେଇ ୟୁପି ସିଏମ ଘୋଷଣା କରିବା ମାତ୍ରେ ବିରୋଧି ଶିବସେନା ସମେତ ସମସ୍ତ ବିରୋଧି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଏପରିକି ରାଜନୈତିକ ଅଥବା ଫିଲ୍ମ ମାଫିଆ ସମସ୍ତେ ୟୁପି ସିଏମଙ୍କ ଘୋଷଣାକୁ ନେଇ ଚକିତ ହୋଇପଡିଛନ୍ତି। 

ଯୋଗୀଙ୍କ ଫିଲ୍ମ ସିଟି ମିଶନକୁ ନେଇ ଶିବସେନା ଛାତିରେ ଛନକା

ମୁମ୍ବାଇ: ୟୁପି ସିଏମ ଯୋଗୀଙ୍କ (UP CM Yogi) ଫିଲ୍ମ ସିଟି ମିଶନକୁ (Mission Film City ) ନେଇ ବ୍ୟତିବ୍ୟସ୍ତ ହୋଇଉଠିଛି ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା (Shivsena)। ରାଜ୍ୟରେ ଫିଲ୍ମ ସିଟି ନିର୍ମାଣ କରିବାକୁ ନେଇ ଏବେ ମାୟନଗରୀ ମୁମ୍ବାଇ (Mumbai) ଗସ୍ତରେ ଅଛନ୍ତି ସିଏମ ଯୋଗୀ। ରାଜ୍ୟରେ ବିଶ୍ୱସ୍ତରୀୟ ଫିଲ୍ମ ସିଟି (World Class Film City) ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ୟୁପି ସିଏମ।    

ବୁଧବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁମ୍ବାଇ ଗସ୍ତର ଦ୍ୱିତୀୟ ଦିନ। ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ଫିଲ୍ମସିଟି ନିର୍ମାଣ କରିବେ। ଏନେଇ ସେ ଅନେକ ଚଳଚ୍ଚିତ୍ର କଳାକାରଙ୍କ ସହ ବିଚାରବିମର୍ଶ କରିଛନ୍ତି। ପ୍ରାୟ ହଜାରେ ଏକର ଜମିରେ ନିର୍ମିତ ହେବ ଏହି ଫିଲ୍ମ ସିଟି। ରାଜ୍ୟରେ ଫିଲ୍ମ ସିଟି ନିର୍ମାଣ କରିବାକୁ ନେଇ ୟୁପି ସିଏମ ଘୋଷଣା କରିବା ମାତ୍ରେ ବିରୋଧି ଶିବସେନା ସମେତ ସମସ୍ତ ବିରୋଧି ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ଏପରିକି ରାଜନୈତିକ ଅଥବା ଫିଲ୍ମ ମାଫିଆ ସମସ୍ତେ ୟୁପି ସିଏମଙ୍କ ଘୋଷଣାକୁ ନେଇ ଚକିତ ହୋଇପଡିଛନ୍ତି। 

fallback

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharastra CM) ଉଦ୍ଧବ ଠାକରେ (Uddhav Thackeray) ଏକ କାର୍ଯ୍ୟକ୍ରମରେ କହିଛନ୍ତି, "ଆମେ କାହାର ଅଗ୍ରଗତି ପାଇଁ ଈର୍ଷା କରୁନାହୁଁ। ଯଦି କେହି ପ୍ରତିଯୋଗୀତା କରନ୍ତି ଏବଂ ଅଗ୍ରଗତି କରନ୍ତି ତାହେଲେ ଆମର କୌଣସି ଅସୁବିଧା ନାହିଁ ହେଲେ ଯଦି ଆପଣ ଜବରଦସ୍ତ କିଛି ନେବାକୁ ଚାହାଁନ୍ତି ତାହେଲେ ମୁଁ ଏହାକୁ ଘଟିବାକୁ ଦେବି ନାହିଁ ଏବଂ ଆପଣ (ଶିଳ୍ପପତି) ତାହା ମଧ୍ୟ ଚାହୁଁନାହାଁନ୍ତି। " ଏହା ସହିତ  ମୁଖ୍ୟମନ୍ତ୍ରୀ ଉଦ୍ଧବ ଏହା ମଧ୍ୟ କହିଛନ୍ତି ଯଦି ଆମର ଶକ୍ତି ଅଛି ତାହେଲେ ଏଠାକାର ଶିଳ୍ପକୁ ବାହାର କରି ଦେଖାନ୍ତୁ। 

ଶିବସେନା ମୁଖିଆ ଉଦ୍ଧବଙ୍କ ପରେ ବର୍ତ୍ତମାନ ରାଜ ଠାକରେଙ୍କ ନେତୃତ୍ୱାଧିନ ମହାରାଷ୍ଟ୍ର ନବନିର୍ମାଣ ସେନା-ଏମଏନଏସ (MNS-Maharastra Navanirman Sena) ସିଏମ ଯୋଗୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ତାକୁ  ଠକ ବୋଲି କହିଥିଲେ। ମୁମ୍ବାଇ ଗସ୍ତ  ଅବସରରେ ସିଏମ ଯୋଗୀ ସେଠାକାର ଯେଉଁ ହୋଟେଲରେ ରହିଛନ୍ତି ତାହା ବାହାରେ ଏମଏନଏସ ପକ୍ଷରୁ ରାତିରେ ମରାଠୀରେ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରରେ ଲେଖାଯାଇଛି, "ଦାଦାସାହେବ ଫାଲକେଙ୍କ ଦ୍ୱାରା ନିର୍ମିତ ଫିଲ୍ମ ସିଟିକୁ ୟୁପି ନେଇଯିବା ମୁଙ୍ଗେରୀ ଲାଲ ସ୍ୱପ୍ନ ଭଳି। ପୋଷ୍ଟରରେ ଆହୁରି ଲେଖାଯାଇଛି, "କେଉଁଠି ରାଜା ଭୋଜ, କେଉଁଠାରେ ଗାଙ୍ଗୁ ତେଲି" ଏହା ସହିତ ଆହୁରି ଲେଖାଯାଇଛି, " କେଉଁଠି ମହାରାଷ୍ଟ୍ର ଗୌରବ ଅନ୍ୟ କେଉଁଠି ୟୁପିର ଦରିଦ୍ରତା। "

fallback

ବିବାଦୀୟ ବୟାନ କାରଣରୁ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି ଏମଏନଏସ ମୁଖ୍ୟ ରାଜ ଠାକରେ। ଏମଏନଏସ ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରକୁ ବିଏମସି ହଟାଇ ଦେଇଛି। ଏହା ସହିତ ମୁମ୍ବାଇରୁ ଉତ୍ତରପ୍ରଦେଶକୁ ଫିଲ୍ମ ସିଟି ସ୍ଥାନାନ୍ତର ହେବା ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ମୁମ୍ବାଇର ଅନେକ ସ୍ଥାନରେ ଯୋଗୀଙ୍କ ସପକ୍ଷରେ ପୋଷ୍ଟର ମଧ୍ୟ ଲଗାଯାଇଛି। ଏହି ପୋଷ୍ଟରଗୁଡ଼ିକରେ ଲେଖାଯାଇଛି, "କାମ ଦାମଦାର-ଯୋଗୀ ସରକାର। " ଏହା ସହିତ ଦ୍ୱିତୀୟ ସ୍ଲୋଗାନ "ଦେଶର ନୂତନ ପରିଚୟ ସୃଷ୍ଟି ହେବ, ୟୁପିର ଫିଲ୍ମ ସିଟି। "

ଯୋଗୀ ଆଦିତ୍ୟନାଥଙ୍କ ମୁମ୍ବାଇ ଗସ୍ତ ଶିବସେନା ଲାଗି ମୁଣ୍ଡବ୍ୟଥାର କାରଣ ସାଜିଛି। ଏନେଇ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ମୁମ୍ବାଇରୁ ଫିଲ୍ମ ସିଟି ଉଠାଇନେବା କ'ଣ ମଜାକ? ଏନସିପି ନେତା ନବାବ ମଲିକ ମଧ୍ୟ କହିଛନ୍ତି ସିଏମ ଯୋଗୀ ଭୋଜପୁରୀ ଫିଲ୍ମ ଶିଳ୍ପକୁ (Bhojpuri Film Industry) ସଠିକ ଭାବରେ ୟୁପିରେ ପରିଚଳନା କରିବା ଆବଶ୍ୟକ। ଅନ୍ୟପଟେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ସିଏମ ଯୋଗୀଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ କହିଛ, "ମୁମ୍ବାଇ ଭଳି କୌଣସି ସୁବିଧା ଅନ୍ୟ ରାଜ୍ୟରେ ନାହିଁ। ଏଠାକାର ଫିଳ୍ମ ସିଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ସେ ମୁମ୍ବାଇ ଭଳି ସୁବିଧା ଦେଇ ପାରିବେ ନାହିଁ। "

fallback

Also Read: ଯୋଗୀଙ୍କୁ ଭେଟିବା ପଡ଼ିଲା କି ମହଙ୍ଗା ! ଅକ୍ଷୟଙ୍କୁ ଶିବସେନାର ଟାର୍ଗେଟ

 

ୟୁପି ଫିଲ୍ମ ସିଟିର ବୈଶିଷ୍ଟ୍ୟ:

  • ଦୁନିଆର ସବୁଠାରୁ ସୁନ୍ଦର ଫିଲ୍ମ ସିଟି ରାଜ୍ୟର ଗୌତମବୁଦ୍ଧ ନଗର ଜିଲ୍ଲାରେ ନିର୍ମିତ ହେବ
  • ଯମୁନା ଏକ୍ସପ୍ରେସ ୱେ ପ୍ରାଧିକରଣ  ଅଧିନସ୍ଥ ୧୦୦୦ ଏକର ଜମିରେ ନିର୍ମିତ ହେବ ଫିଲ୍ମ ସିଟି
  • ଚଳଚ୍ଚିତ୍ର ନିର୍ମାଣ ପାଇଁ ସମସ୍ତ ଆଧୁନିକ ସୁବିଧା ରହିବ
  • ରାଜ୍ୟ ଅନୁଯାୟୀ ଗ୍ରାମର ସେଟ୍ ମଧ୍ୟ ପ୍ରସ୍ତୁତ ହେବ
  • ସେଠାରେ ଆର୍ଟ ଷ୍ଟୁଡିଓ, ପ୍ରି ପ୍ରଡକ୍ସନ୍, ପୋଷ୍ଟ ଉତ୍ପାଦନ ସୁବିଧା ରହିବ
  • ସ୍ପେଶାଲ ଇଫେକ୍ଟ ଷ୍ଟୁଡିଓ ନିର୍ମିତ ହେବ 
  • ଗୋଟିଏ ଚଳଚ୍ଚିତ୍ର ବିଶ୍ୱବିଦ୍ୟାଳୟ ମଧ୍ୟ ନିର୍ମିତ ହେବ
  • ଟେଲିଭିଜନ, ରେଡିଓ, ବିଜ୍ଞାପନ ଏବଂ ଡିଜିଟାଲ ଆର୍ଟ ମଧ୍ୟ ଉପଲବ୍ଧ ହେବ
  • ଏକ ହେଲିପ୍ୟାଡ ମଧ୍ୟ ନିର୍ମିତ ହେବ
  • ମେକ୍ଅପ୍-ଷ୍ଟୋର ରୁମ୍ ମଧ୍ୟ ନିର୍ମିତ ହେବ 
  • ସେଠାରେ ମନ୍ଦିର, ଚର୍ଚ୍ଚ, ଗୁରୁଦ୍ୱାର, ବସ୍ ଷ୍ଟାଣ୍ଡ, ବିମାନବନ୍ଦର, ରେଳ ଷ୍ଟେସନ୍ ରହିବ 
  • ଜଳପ୍ରପାତ, ଉଦ୍ୟାନ, ପୋଲିସ୍ ଷ୍ଟେସନ୍, ଜେଲ୍, କୋର୍ଟ ମଧ୍ୟ ନିର୍ମିତ ହେବ
  • ଏପରିକି ଡାକ୍ତରଖାନା, ପେଟ୍ରୋଲ ପମ୍ପ, ଦୋକାନ, ସହର, ଗ୍ରାମ ମଧ୍ୟ ନିର୍ମିତ ହେବ
  • ବିଶ୍ୱସ୍ତରୀୟ ବଲିଉଡ ସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା ହେବ
  • ସେଠାରେ ପଞ୍ଚ ତାରକା, ତିନି ତାରକା ଏବଂ ବଜେଟ୍ ହୋଟେଲ ରହିବ
  • ସମ୍ମିଳନୀ ହଲ୍ ଏବଂ ଛାତ୍ରାବାସ ମଧ୍ୟ ନିର୍ମାଣ କରାଯିବ