Marriage Tips: ଯଦି ଝିଅ ବିବାହରେ ଦେଖାଦେଉଛି ବିଘ୍ନ, ତେବେ ଆପଣାନ୍ତୁ ଏହି ସହଜ ଉପାୟ
Advertisement
Article Detail0/zeeodisha/odisha1468946

Marriage Tips: ଯଦି ଝିଅ ବିବାହରେ ଦେଖାଦେଉଛି ବିଘ୍ନ, ତେବେ ଆପଣାନ୍ତୁ ଏହି ସହଜ ଉପାୟ

Marriage Tips News: ଘରେ ବଢିଲା ଝିଅ କିମ୍ବା ପୁଅ ରହିଲେ ବାପା ମାଙ୍କ ଟେନସନ ବଢିଥାଏ । ଆଉ ଠିକ୍ ସମୟରେ ବିବାହ ନହେଲେ ତେବେ କଥା ସରିଲା । ପ୍ରତି ଗୁରୁବାର ହଳଦିଆ ଜିନିଷ ଦାନ କରନ୍ତୁ, ହଳଦିଆ ପୋଷାକ, ହଳଦିଆ ମିଠା, ଚଣା ଡାଲି ଇତ୍ୟାଦି ଦାନ କରନ୍ତୁ । କୁହାଯାଏ ଏପରି କଲେ ବିବାହ ଶୀଘ୍ର ହୋଇଥାଏ।

Marriage Tips: ଯଦି ଝିଅ ବିବାହରେ ଦେଖାଦେଉଛି ବିଘ୍ନ, ତେବେ ଆପଣାନ୍ତୁ ଏହି ସହଜ ଉପାୟ

Marriage Tips: ବିବାହ ଏକ ପବିତ୍ର ବନ୍ଧନ । କୁହାଯାଏ ବିବାହରେ ଯଦି ଯୋଗ ନଥାଏ ସେ ବିବାହରେ ବହୁ ବିଳମ୍ବ ହୁଏ। କିଛି ଲୋକଙ୍କର ଏହି ଯୋଗ ପାଇଁ ବିବାହରେ ବିଳମ୍ବତା ଦେଖାଦିଏ। ବୟସ ବଢିଚାଲିଥିଲେ ମଧ୍ୟ ବିବାହରେ ଅନେକ ବିଘ୍ନ ଦେଖାଦିଏ । ଜ୍ୟୋତିଷଙ୍କ ମୁତାବିକ, କୁଣ୍ଡଳୀରେ ଯଦି ଗ୍ରହଙ୍କ ଦିଶାରେ କିଛି ଗଡବଡ ଦେଖାଦିଏ ତେବେ ବିବାହରେ ସଙ୍କଟ ଓ ବିଘ୍ନ ଦେଖାଦିଏ। ଏଥିପାଇଁ ବାସ୍ତୁର କିଛି ଏମିତି ଉପାୟ ଅଛି ଯାହାକୁ ଆପଣେଇଲେ ବିବାହରେ ଉପୁଜୁଥିବା ସବୁ ସମସ୍ୟାକୁ ଦୂରେଇ ଦିଆଯାଇପାରିବ। କେବଳ ଏତିକି ନୁହେଁ ଏମିତି କିଛି ମନ୍ତ୍ର ଅଛି ଯାହାକୁ ଜପ କଲେ ଆପଣ ଚାହୁଁଥିବା ମନର ମଣିଷକୁ ମଧ୍ୟ ପାଇପାରିବେ। 

ଶିବ ପାର୍ବତୀଙ୍କ ପୂଜା କରନ୍ତୁ 
ପ୍ରଭୁ ଭୋଳା ଶଙ୍କର ଓ ପାର୍ବତୀଙ୍କୁ ସବୁଠାରୁ ଭଲ ଦେବଦମ୍ପତ୍ତି ଭାବେ ବିବେଚନା କରାଯାଏ। ଯଦି କେବେ ବି କାହାର ବିବାହ ନହୁଏ ତେବେ ସେମାନେ ଶିବ ପାର୍ବତୀଙ୍କ ପୂଜା କରିପାରିବେ। ଏହାଦ୍ୱାରା ମାତା ପାର୍ବତୀ ପ୍ରସନ୍ନ ହୁଅନ୍ତି। ଏବଂ ମନ ଚାହୁଁଥିବା ବର ମଧ୍ୟ ପ୍ରାପ୍ତ ହୁଅନ୍ତି । ଶିବ ପାର୍ବତୀ ଯୁଗଳଙ୍କୁ ପୂଜା କଲେ ଆପଣଙ୍କୁ ବହୁଶୀଘ୍ର ଜୀବନସାଥୀ ମିଳିବ। 

Also Read: 2023 Januray Festival: ନୂଆବର୍ଷ ପ୍ରଥମ ମାସରେ କେବେ କେଉଁ ପର୍ବ, ଜାଣନ୍ତୁ ତାଲିକା

ହନୁମାନଙ୍କୁ ପୂଜା କରନ୍ତୁ  (Lord Hanuman)
ଯଦି ଆପଣଙ୍କ କୁଣ୍ଡଳିରେ ମାଙ୍ଗଳିକ୍ ଦୋଷ ରହିଛି ତେବେ ଆପଣଙ୍କ ବିବାହରେ ବାଧା ଦେଖାଦେବ। ଏହି ତ୍ରୁଟି ଦୂର କରିବା ପାଇଁ ମଙ୍ଗଳବାର ଦିନ ହନୁମାନଙ୍କ ଆରାଧନା କରି ଉପବାସ କରନ୍ତୁ ଏବଂ ଉପାସନା କରନ୍ତୁ । ପ୍ରଭୁ ହନୁମାନଙ୍କୁ ଗହମ ମଇଦା ଏବଂ କଦଳୀରେ ତିଆରି ଲଡୁ ପ୍ରସାଦରେ ଚଢାନ୍ତୁ । ହନୁମାନଙ୍କୁ ପୂଜା ସମୟରେ ସିନ୍ଦୂର ଅର୍ପଣ କରନ୍ତୁ ଏବଂ ରାମାୟଣର ବାଳକାଣ୍ଡ ପାଠ କରନ୍ତୁ । ଏହା ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବ ।

Also Read: Black Coffee benefits: ଶୀତଦିନେ ପିଅନ୍ତୁ ବ୍ଲାକ୍ କଫି, ମିଳିବ ଏସବୁ ଫାଇଦା

ବିବାହରେ ଗୁପ୍ତଦାନ
ଶନିଙ୍କ ପ୍ରତିକୂଳ ସ୍ଥିତି ମଧ୍ୟ ବିବାହରେ ବାଧା ସୃଷ୍ଟି କରିଥାଏ । ଶନିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ପ୍ରତି ଶନିବାର ଦିନ ଶିବଲିଙ୍ଗରେ କଳା ତେଲ ଘର୍ଷ କରିବା ଉଚିତ୍ । ଶନିବାର ଦିନ କଳା କପଡ଼ାରେ ବନ୍ଧା ହୋଇଥିବା ସାଗୁଦାନା, ଲୁହା, କଳା ତେଲ ଏବଂ ସାବୁନ ଦାନ କରିବା ଦ୍ୱାରା ମଧ୍ୟ ଲାଭଦାୟକ ହୋଇଥାଏ। 

Also Read: Cracked Heels: ଶୀତ ଦିନେ ଆପଣଙ୍କ ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ବିଶ୍ୱାସ କରାଯାଏ ଯେ ଯେତେବେଳେ ଘରେ କେହି ବିବାହ କରନ୍ତି, ବର ମୁଣ୍ଡରେ ପିନ୍ଧିଥିବା ସେହେରାକୁ ଅବିବାହିତ ପୁଅଙ୍କ ମୁଣ୍ଡ ପଛରେ ରଖିଲେ, ଅବିବାହିତ ପୁଅ ଶୀଘ୍ର ବିବାହ କରନ୍ତି । ଅବିବାହିତ କନ୍ୟା ମଧ୍ୟ ବିବାହିତ କନ୍ୟାର ମୁଣ୍ଡ ସହ ନିଜ ମୁଣ୍ଡକୁ ଯୋଡିଲେ ବିବାହ ଶୀଘ୍ର ହୁଏ ବୋଲି ବିଶ୍ୱାସ ରହିଛି। ପ୍ରତି ଗୁରୁବାର ହଳଦିଆ ଜିନିଷ ଦାନ କରନ୍ତୁ, ହଳଦିଆ ପୋଷାକ, ହଳଦିଆ ମିଠା, ଚଣା ଡାଲି ଇତ୍ୟାଦି ଦାନ କରନ୍ତୁ । ବିଘ୍ନବିନାଶକ ଗଣେଶଙ୍କୁ ପୂଜା କରନ୍ତୁ, ଗଣେଶଙ୍କର ଏକ ପ୍ରତିମା ତିଆରି କରନ୍ତୁ ଏବଂ ବୁଧବାର ଦିନ ଏହାକୁ ପୂଜା କରିଲେ ବିବାହର ସମସ୍ତ ବିଘ୍ନ ଦୂର ହେବାର ବିଶ୍ୱାସ ରହିଛି।

(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡିଶା ନ୍ୟଜୁ ଏହାକୁ ନିଶ୍ଚିତ କରେ ନାହିଁ )