ଯିବାକୁ ପଡିବନି ପାର୍ଲର, ଚାଉଳ ଦେବ ଚମକ
Advertisement
Article Detail0/zeeodisha/odisha615997

ଯିବାକୁ ପଡିବନି ପାର୍ଲର, ଚାଉଳ ଦେବ ଚମକ

ଘରୋଇ ଉପଚାରରେ କରନ୍ତୁ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି

ପ୍ରତୀକାତ୍ମକ ଫଟୋ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଆଉ ଟିକେ ସୁନ୍ଦର ହୋଇଯାଆନ୍ତି କି ! କ'ଣ କଲେ ଆଉ ଟିକେ ସୁନ୍ଦର ଦେଖାଯାଆନ୍ତି ? ସାଧାରଣତଃ ମହିଳାଙ୍କୁ ସୁନ୍ଦର ଦେଖାଯିବା ପାଇଁ ଥାଏ ଏକ ବଡ ଅଭିଳାଶ . ସମସ୍ତେ ଚାହାଁନ୍ତି କିଭଳି ଦେଖାଯିବେ ସୁନ୍ଦର ଓ ସ୍ମାଟ . ମାତ୍ର ଆଜିକାଲିର ମହଙ୍ଗ କଷ୍ଟମେଟି୍କ ଏବଂ ବ୍ୟୟବହୁଳ ପାଲର୍ ଖର୍ଚ୍ଚ ଯୋଗୁଁ ଅନେକ ନିଜକୁ ସୁନ୍ଦର ଭାବରେ ସଜେଇବା ବା ମେଣ୍ଟେନ କରିବାକୁ କୁଣ୍ଠାବୋଧ କରନ୍ତି . ହେଲେ ଆଜି ଆପଣଙ୍କୁ ଆମେ କହିବୁ କିଭଳି ଘରୋଇ ଉପଚାର ମାଧ୍ୟମରେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ...

ବୟସ ବୃଦ୍ଧି କାରଣରୁ ମୁହଁରେ ସୃଷ୍ଟି ହେଉଥିବା ବହୁ ଦାଗ, କୁଞ୍ଚନ ଭଳି ସମସ୍ୟା ଠାରୁ ଦୂରେଇ ପାରେ ଏହି ଉପାୟ ଦ୍ୱାରା.... ମୁହଁର ବିଭିନ୍ନ ସମସ୍ୟାକୁ ଘରୋଇ ଉପାୟରେ କିଭଳି ଦୂର କରି ପାରିବେ। ଜାଣନ୍ତୁ ସେ ବିଷୟରେ…

୧. ଆପଣ ପ୍ରତିଦିନ ଚାଉଳରେ ପ୍ରସ୍ତୁତ ଭାତ ଖାଉଥିବେ। ଏହି ଚାଉଳକୁ ବ୍ୟବହାର କରି ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ପାଇପାରିବେ। ଚାଉଳରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ମୁହଁର କୁଞ୍ଚନକୁ ଦୂର କରିଥାଏ। ଏଥିରେ ଭିଟାମିନ ଇ ମଧ୍ୟ ପ୍ରଚୁର ପରିମାଣରେ ରହିଛି।

୨. ଚାଉଳ ପାଣି ଫେସ ମାସ୍କ

ଚାଉଳ ପାଣିକୁ ବ୍ୟବହାର କରି ଆପଣ ତ୍ୱଚା ଜନିତ ବହୁ ସମସ୍ୟା ଦୂର କରିପାରିବେ । ଏହି ମାସ୍କ ଆପଣଙ୍କ ମୁହଁ ଚର୍ମରକୁ ସଠିକ ରଖିଥାଏ । ମୁହଁରେ କୁଞ୍ଚନ ସୃଷ୍ଟିରେ ବାଧା ସୃଷ୍ଟି କରିଥାଏ । ତେଣୁ ଏକ ଗ୍ଲାସ ପାଣିରେ ୧କପ ଚାଉଳକୁ ବତୁରାଇ ୧୦ ମିନିଟ ରଖନ୍ତୁ । ଏବେ ବତୁରାଇଥିବା ଚାଉଳକୁ କାଢି ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ । ଏହାପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଆପଣ ଏହାକୁ ନିୟମିତ ବ୍ୟବହାର କରିପାରିବେ ।

୩. ଚାଉଳ ଫେସ ପ୍ୟାକ୍‍ 

ଚାଉଳର ଫେସ ପ୍ୟାକ ପାଇଁ ପ୍ରଥମେ ଏକ ଚାମଚ କ୍ଷୀର, ଏକ ଚାମଚ ଚାଉଳ, ଏକ ଚାମଚ ମହୁ ଆବଶ୍ୟକ । ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାଉଳକୁ ପାଣିରେ ପକାଇ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ପାଣିରୁ ଛାଣି ଏକ ପାତ୍ରରେ ରଖନ୍ତୁ । ଏବେ ଏଥିରେ କ୍ଷୀର ଓ ମହୁ ମିଶାନ୍ତୁ ।

୪. ଫେସ ପ୍ୟାକ ଲଗାଇବାର ପ୍ରଣାଳୀ

ପ୍ରଥମେ ଥଣ୍ଡା ପାଣିରେ ନିଜ ମୁହଁକୁ ଧୋଇ ଦିଅନ୍ତୁ । ଏହାପରେ ଚାଉଳରେ ପ୍ରସ୍ତୁତ କରିଥିବା ଫେସ ପ୍ୟାକକୁ ନିଜ ମୁହଁରେ ଲଗାନ୍ତୁ । ମୁହଁରେ ଲଗାଇବା ପରେ ଏହା ଶୁଖିଗଲେ ମୁହଁ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକକୁ ସପ୍ତାହକୁ ଥରେ ଲଗାଇବା ଦ୍ୱାରା ମୁହଁ କୋମଳ ହେବା ସହ ଦାଗ ଦୂର ହୋଇଥାଏ ।

୫. ଟମାଟୋ ଓ କ୍ଷୀର

ପ୍ରଥମେ ଟମାଟୋକୁ ପେଷି (ଗ୍ରାଇଣ୍ଡିଙ୍ଗ୍‍ )ଦିଅନ୍ତୁ । ଏହା ପରେ ଏହାକୁ ଏକ ସୂତା କପଡ଼ା ସାହାଯ୍ୟରେ ଛାଣିକି ଏକ ପାତ୍ରରେ ରଖନ୍ତୁ । ଏବେ ଯେତିକି ପରିମାଣରେ ଟମାଟୋରୁ ରସ ବାହାରିଛି ସେତିକି ପରିମାଣରେ ଏକ ପାତ୍ରରେ କଞ୍ଚା କ୍ଷୀର ନିଅନ୍ତୁ । ଏବେ ଆଉ ଏକ ପାତ୍ର ନେଇ ଟମାଟୋ ରସ ଓ କ୍ଷୀରକୁ ଭଲ ଭାବେ ଫେଣ୍ଟନ୍ତୁ । ଭଲ ଭାବେ ଫେଣ୍ଟି ଏହାକୁ ଏକ ମିଶ୍ରଣ ଭଳି ପ୍ରସ୍ତୁତ କରନ୍ତୁ । ରାତିରେ ଶୋଇବା ସମୟରେ ମୁହଁରେ ଲଗାନ୍ତୁ ।

୬. ଷ୍ଟ୍ରବେରୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହେବା ସହ ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି କରିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଏହାକୁ ସ୍ୱାଦିଷ୍ଟ କରିବା ସହ ମୁହଁକୁ ସୁନ୍ଦର, କୋମଳ ଓ ଉଜ୍ୱଳ କରିଥାଏ ।

୭. ଷ୍ଟ୍ରବେରୀ ଫ୍ରେସ କ୍ରିମ ମାସ୍କ

ପ୍ରଥମେ ଷ୍ଟ୍ରବେରୀ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଫ୍ରେଶ କ୍ରିମ, ଦହି, ଏକ ଚାମଚ ମହୁ ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ । ଏହାପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ଏହା ମୁହଁର ବିଭିନ୍ନ ଦାଗ ଦୂର କରିବା ସହ ସୁନ୍ଦର ଓ ମୁହଁର ଚମକ ବୃଦ୍ଧି କରିଥାଏ ।

୮. ଷ୍ଟ୍ରବେରୀ ଫେସ ମାସ୍କ

ଷ୍ଟବେରୀର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ । ୨୦ ମିନିଟ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ମୁହଁ ଉଜ୍ୱଳ ଓ ସୁନ୍ଦର ହୋଇଥାଏ ।

୯. ଷ୍ଟ୍ରବେରୀ ଓ ଚକୋଲେଟ ମାସ୍କ

ଷ୍ଟ୍ରବେରୀ ପେଷ୍ଟରେ ମହୁ , କୋକୋ ପାଉଡ଼ର ମିଶାଇ ଦିଅନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏପରି ସପ୍ତାହକୁ ୨ ଥର କରିବା ଦ୍ୱାରା ଆପଣଙ୍କ ମୁହଁରେ ହେଉଥିବା ପରିବର୍ତ୍ତନକୁ ନିଜେ ଅନୁଭବ କରିବେ ।

୧୦. ଷ୍ଟ୍ରବେରୀ ଓ ଲେମ୍ବୁ ମାସ୍କ

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ( ୪ଟି ) ଷ୍ଟ୍ରବେରୀ ପେଷ୍ଟରେ ଲେମ୍ବୁ ରସ (୧ ଚାମଚ) ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁର କଳାପଣକୁ ଦୂର କରିବା ସହ ମୁହଁକୁ ଗୋରା କରିଥାଏ ।

୧୧. ବିଟକୁ ବ୍ୟବହାର କରି ଗାଲ ଓ ଓଠକୁ ପ୍ରାକୃତିକ ରୂପେ ଗୋଲାପୀ ରଙ୍ଗ କରି ପାରିବା । ସେଥିପାଇଁ ବିଟକୁ ଛେଚି ତାକୁ ଖରାରେ ଶୁଖାଇ ଦିଅନ୍ତୁ । ଖରାରେ ଭଲ ଭାବେ ଶୁଖିଲା ପରେ ତାହକୁ ପେଷି ଗୁଣ୍ଡ କରି ଦିଅନ୍ତୁ । ସେଥିରେ ବାଦାମ ତେଲ ପକାଇ ଭଲ ଭାବେ ମିଶାଇ ଏକ କାଚ ବୋତଲରେ ରଖନ୍ତୁ । ପ୍ରତିଦିନ ଓଠ ଓ ଗାଲରେ ସେଥିରୁ ଗୋଟିଏ ବୁନ୍ଦା ଲଗାନ୍ତୁ ।

୧୨. ମୁହଁ ପାଇଁ କ୍ରିମ ବ୍ୟବହାର କରୁଥିଲେ ସେଥିରେ ବିଟ୍‌ ଗୁଣ୍ଡ ମିଶାଇ ଲଗାନ୍ତୁ । ତାପରେ ତାହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

୧୩. ଆଖି ତଳ କଳା ପଡୁଥିଲେ ବିଟ ରସରେ ୪-୫ ବୁନ୍ଦା ବାଦାମ ତେଲ ପକାଇ ପ୍ରତ୍ୟେକ ଦିନ ଲଗାନ୍ତୁ । ତାପରେ ଫେଶୱାସରେ ମୁହଁକୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆଖି ତଳ ସଫା ହୋଇଯିବ।

୧୪. ମୁହଁରେ ବିଭିନ୍ନ ପ୍ରକାରର ଦାଗ ଥିଲେ ମୁଲତାନି ମାଟିରେ ବିଟ ରସ ମିଶାନ୍ତୁ। ତାପରେ ମିଶ୍ରଣଟିକୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ। ତାପରେ ମୁହଁକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏପରି କିଛି ଦିନ କରିବା ପରେ ଆପଣ ମୁହଁରେ ଫରକ ଜାଣି ପାରିବେ ।

ଆହୁରି ପଢନ୍ତୁ; ହଟିଲା ବୋରଓ୍ୱେଲରୁ ଉଦ୍ଧାର ସମସ୍ୟା, ଆସିଲା 'ବୋରୱେଲ ରେସ୍କ୍ୟୁ ସିଷ୍ଟମ'