ଓଲଟିଲା ପିକନିକ୍ ବସ୍, ୨୦ ଛାତ୍ରଛାତ୍ରୀ ଆହତ
Advertisement
Article Detail0/zeeodisha/odisha614603

ଓଲଟିଲା ପିକନିକ୍ ବସ୍, ୨୦ ଛାତ୍ରଛାତ୍ରୀ ଆହତ

ପିକନିକ ବସ ଦୁର୍ଘଟଣା ଗସ୍ତ । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଛାତ୍ରଛାତ୍ରୀଙ୍କ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ପିକନିକ ବସ ଦୁର୍ଘଟଣା ଗସ୍ତ । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଛାତ୍ରଛାତ୍ରୀଙ୍କ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ, ସୋମବାର ରାତିରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ହନୁମାନ ମନ୍ଦିର ସମ୍ମୁଖରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କଟକରୁ ଖସଡା ପିକନିକ ପାଇଁ ଆସିଥିବା ବେଳେ ଏସି ସ୍ଲିପର ବସଟି ଓଲଟି ପଡିଥିଲା । ଦୁର୍ଘଟଣାଗ୍ରସ୍ତ ବସରେ ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସିଥିଲେ । ସେମାନଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିବା କୁହାଯାଉଛି । ତେବେ ସ୍ଥାନୀୟ ଲୋକେ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି । 

ସେପଟେ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଆହତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି ।  

ଆହୁରି ପଢନ୍ତୁ; ପିଲାଙ୍କ ବହି ବିକ୍ରି ଅଭିଯୋଗରେ ପାଟପୁର ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ