ରାଜ୍ୟ ସରକାରଙ୍କ ୨୦୦ କୋଟିର ସମଲେଇ ଯୋଜନା ଘୋଷଣା
Advertisement
Article Detail0/zeeodisha/odisha850815

ରାଜ୍ୟ ସରକାରଙ୍କ ୨୦୦ କୋଟିର ସମଲେଇ ଯୋଜନା ଘୋଷଣା

ସମଲେଶ୍ବରୀ ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟିର ସମଲେଇ ଯୋଜନା ଘୋଷଣା ପରେ ସମ୍ବଲପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୁରୀ ଜଗନ୍ନାଥ, ଭୁବନେଶ୍ୱର ଲିଙ୍ଗରାଜ ପରେ ଏବେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ୨୦୦ କୋଟି। ହେବ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ। ମନ୍ଦିର ସହ ର

ରାଜ୍ୟ ସରକାରଙ୍କ ୨୦୦ କୋଟିର ସମଲେଇ ଯୋଜନା ଘୋଷଣା

ଅଜୟ ନାଥ, ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟିର ସମଲେଇ ଯୋଜନା ଘୋଷଣା ପରେ ସମ୍ବଲପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୁରୀ ଜଗନ୍ନାଥ, ଭୁବନେଶ୍ୱର ଲିଙ୍ଗରାଜ ପରେ ଏବେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ୨୦୦ କୋଟି। ହେବ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ। ମନ୍ଦିର ସହ ରିଂ ରୋଡ ଓ ପାରିପାର୍ଶ୍ବିକ ଅଞ୍ଚଳରେ ହେବ ବିକାଶ। 

ସମଲେଶ୍ବରୀ ମନ୍ଦିରର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ୨୦୦ କୋଟି ଟଙ୍କାର ସମଲେଇ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିନିଧି ଦଳ ଆସି ଅନୁଧ୍ୟାନ କଲାପରେ ମୁଖ୍ୟମନ୍ତ୍ରୀ ସମ୍ମୁଖରେ ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରାଯାଇଥିଲା।

ଗତ ଜାନୁଆରୀ ୧୯ ତାରିଖରେ ୫ଟି ସଚିବ ମୁଖ୍ୟ ଭିକେ ପଣ୍ଡିଆନ, wodc ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖଙ୍କ ସହ ଏକ ଟିମ ଅନୁଧ୍ୟାନ କରି ଗଲାପରେ ସମଲେଶ୍ବରୀ ମନ୍ଦିର ପ୍ରକଳ୍ପର ଏକ ଚୂଡାନ୍ତ ରୂପରେଖ ମୁଖ୍ୟମନ୍ତ୍ରୀ ଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।ଯାହାକି ଗତ କାଲି ସେହି ଯୋଜନା ଉପରେ ମୋହର ମାରି ୨୦୦ କୋଟିର ସମଲେଇ ଯୋଜନା ବିକାଶ ପ୍ରକଳ୍ପର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମନ୍ଦିର ପାର୍ଶ୍ୱସ୍ଥ ୧୦୮ ଏକର ଜମିରେ ହେବ ବିକାଶ କାର୍ଯ୍ୟ।ଭକ୍ତ କିଭଳି ଭାବରେ ଧାଡି ଦର୍ଶନ କରିପାରିବେ, ମହାନଦୀ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇବେ ସେ ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଇଛି। ଭକ୍ତ ଖୁଶି ଜାହିର କରିବା ସହ ବିଶ୍ୱ ପର୍ଯ୍ୟଟନରେ ସମଲେଶ୍ବରୀ ମନ୍ଦିର ସ୍ଥାନ ପାଇବା ପାଇଁ ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସାଧାରଣ ଲୋକେ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ସବୁ ଦିଗକୁ ଦୃଷ୍ଟିରେ ରଖି କମ ଖର୍ଚ୍ଚରେ ଯେଭଳି ଭାବରେ ବେଶୀ କାମ ହୋଇପାରିବ ଏବଂ ସ୍ଥାନୀୟ ନିଯୁକ୍ତି ଯେଭଳି ସୃଷ୍ଟି ହୋଇପାରିବ ସେ ଦିଗରେ ଚେଷ୍ଟା କରାଯିବା ଉଚିତ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ଅର୍ଥ ଘୋଷଣା କରିଥିବାରୁ ଟ୍ରଷ୍ଟ ବୋର୍ଡ଼ ତରଫରୁ ଖୁସି ଜାହିର କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି। ଯେଭଳି ଭାବରେ ପୂଜକଙ୍କ ପରିବାରଙ୍କୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା ସୁରକ୍ଷା, ପୂଜା ରୀତିନୀତି ଇତ୍ୟାଦି ଉପରେ ଗୁରୁତ୍ୱ ଦେଇଥିବାରୁ ଟ୍ରଷ୍ଟ ବୋର୍ଡ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସେହିଭଳି ସମଲେଶ୍ବରୀ ମନ୍ଦିରର ଉନ୍ନତିକରଣ ପାଇଁ ଜନସାଧାରଣଙ୍କ ଠାରୁ ମଧ୍ୟ ମତାମତ ସଂଗ୍ରହ ପାଇଁ ଏକ mail id ଦିଆଯାଇଛି।

development.samalei@gmail. com ରେ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଦେଇପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି। ସେଥିପାଇଁ ଟ୍ରଷ୍ଟ ବୋର୍ଡ ଧନ୍ୟବାଦ ଜଣାଇଛନ୍ତି। ପୂଜକ ସମ୍ପ୍ରଦାୟ ମଧ୍ୟ ସରକାରଙ୍କର ଏଭଳି ପଦକ୍ଷେପକୁ ପ୍ରଶଂସା କରିବା ସହ ଯେଭଳି ଭାବରେ ପୂଜକଙ୍କର ବିସ୍ଥାପନ ନ ହୁଏ ଏବଂ ମନ୍ଦିର ନିକଟରେ ଯେମିତି ତାଙ୍କୁ ଥଇଥାନ କରାଯାଏ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। କାରଣ ପୂଜା ସମୟରେ ମା'ଙ୍କ ପାଖକୁ ପୂଜକଙ୍କ ଘରୁ ପୂଜା ସାମଗ୍ରୀ ଆସିଥାଏ ଯାହା ଦ୍ୱାରା ପୁଜା ରୀତିନୀତି ପାଳନ କରାଯାଇଥାଏ।

ପଶ୍ଚିମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ଯେଭଳି ଭାବରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ନିଶ୍ଚିତଭାବେ ଏହା ବିଶ୍ଵ ମାନଚିତ୍ରରେ ସ୍ଥାନ ପାଇବ ଏଥିରେ ଦ୍ବିମତ ନାହିଁ।