ଶଗଡ଼ ଗାଡ଼ିରେ ଚାଲିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha624998

ଶଗଡ଼ ଗାଡ଼ିରେ ଚାଲିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାକିସ୍ତାନୀଙ୍କୁ ଶଗଡ଼ ଭରସା...

ଫାଇଲ ଫଟୋ

ନୂଆଦିଲ୍ଲୀ: ଶଗଡ଼ ଗାଡ଼ିରେ ଚାଲିବ ପାକିସ୍ତାନ ! ଆଉ କାର କିଣୁନାହାଁନ୍ତି ପାକିସ୍ତାନୀ ଲୋକ । ୨୦୧୯-୨୦ ଆର୍ଥିକ ବର୍ଷରେ କାର ବିକ୍ରି କ୍ଷେତ୍ରରେ ନୈରାଶ୍ୟଜନକ ସ୍ଥିତି । ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୪୩.୨ ପ୍ରତିଶତ କାର ବିକ୍ରି କମିଛି । ମନେ ହେଉଛି, ଆଗକୁ ଶଗଡ଼ ଗାଡ଼ିରେ ହିଁ ପାକିସ୍ତାନୀ ଲୋକ ଯିବା ଆସିବା କରିବା ଥୟ । 

ପାକିସ୍ତାନୀ ମିଡ଼ିଆରେ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୫୯,୦୯୭ଟି କାର୍ ବିକ୍ରି ହୋଇଛି । ତେବେ ୨୦୧୮-୧୯ ଆର୍ଥିକ ବର୍ଷର ଠିକ୍ ଏହି ସମୟ ଅବଧି ମଧ୍ୟରେ ଏହି ସଂଖ୍ୟା ଥିଲା ୧,୦୪,୦୩୮ । ଅର୍ଥାତ ଚଳିତ ବର୍ଷ ୪୩.୨ ପ୍ରତିଶତ କାର ବିକ୍ରି କମ୍ ହୋଇଛି । 

କେବଳ କାର୍ କାହିଁକି, ଟ୍ରକ, ବସ୍, ଜିପ୍, ପିକଅପ୍, ଟୁ ହ୍ୱିଲର, ଥ୍ରୀ ହ୍ୱିଲର ବିକ୍ରି ମଧ୍ୟ ନୈରାଶ୍ୟଜନକ ସ୍ଥିତିରେ । ଟ୍ରକ ବିକ୍ରି ୪୭.୬ ପ୍ରତିଶତ, ବସ୍ ବିକ୍ରି ୩୧.୭ ପ୍ରତିଶତ, ଜିପ୍ ବିକ୍ରି ୫୨.୫ ପ୍ରତିଶତ, ପିକଅପ୍ ବିକ୍ରି ୪୭.୬ ପ୍ରତିଶତ ଏବଂ ଦୁଇ ଓ ତିନି ଚକିଆ ଗାଡ଼ି ବିକ୍ରିରେ ୧୨ ପ୍ରତିଶତ କମିଛି । ସେହିପରି ଟ୍ରାକ୍ଟର ବିକ୍ରି ମଧ୍ୟ ୩୮ ପ୍ରତିଶତ କମ୍ ହୋଇଥିବା ଜଣାପଡ଼ିଛି । 

ଆହୁରି ପଢ଼ନ୍ତୁ; ଟିକଟ ବିକୁଛି ଆପ୍ ! ଦଳୀୟ ବିଧାୟକ ଆଣିଲେ ଅଭିଯୋଗ

ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି, କାର୍ ବିକ୍ରି କମିବାର କାରଣ ଟ୍ୟାକ୍ସ ବୃର୍ଦ୍ଧି । ବିଭିନ୍ନ ପ୍ରକାର ଶୁଳ୍କରେ ବୃର୍ଦ୍ଧି ପାଇଥିବାରୁ ଏହାର ପ୍ରଭାବ କାର ବିକ୍ରି ଉପରେ ପଡ଼ିଛି । ଏପରିକି ଅଟୋମୋବାଇଲ କ୍ଷେତ୍ରରେ ଏବେ ଘୋର ସଙ୍କଟ ଦେଖାଦେଇଛି । 

ଆହୁରି ପଢ଼ନ୍ତୁ; ଜେଲରେ ବେଶି ନିୟମ ଭାଙ୍ଗୁଥିଲା ବିନୟ, କାମ କରୁନଥିଲା ମୁକେଶ...