ଶୀତ ଦିନେ ଓଠର ଯତ୍ନ
Advertisement

ଶୀତ ଦିନେ ଓଠର ଯତ୍ନ

ଶୀତ ଯୋଗୁଁ ଓଠ ଫାଟୁଛି କି ? ସାଙ୍ଗ ସାଥୀଙ୍କ ଗହଣରେ ଏଥିପାଇଁ ଥଟ୍ଟାର ଶିକାର ହେଉନାହାଁନ୍ତି ତ ? ଓଠ ଫଟାକୁ ଲୁଚାଇବାକୁ ଯାଇ ବାରମ୍ବାର ଜିଭରେ ଓଠକୁ ଚାଟୁଛନ୍ତି ନା ! ଓଠ ଫଟାକୁ ନେଇ ଜମା ବି ଚିନ୍ତିତ ହୁଅନ୍ତୁ ନାହିଁ . ବାସ୍, ଏହି ଟିପ୍ସ ହିଁ ଆପଣାନ୍ତୁ...

ପ୍ରତୀକାତ୍ମକ ଫଟୋ

ସୁଭଦ୍ରା ବେହେରା, ନୂଆଦିଲ୍ଲୀ: ଶୀତ ଦିନେ ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟା ଦେଖା ଦେଇଥାଏ । ବିଶେଷ କରି ତ୍ୱଚା ଉପରେ ଅତ୍ୟଧିକ ଶୀତର ପ୍ରଭାବ ପଡ଼ିଥାଏ । ଯାହା ଦ୍ୱାରା ତ୍ୱଚା ଶୁଷ୍କ ହେବାସହ ଅନେକ ସମସ୍ୟା ସୃଷ୍ଟି କରେ । ଶୀତ ଦିନେ ଶୁଷ୍କ ଓଠ ତଥା ଓଠ ଫଟାର ସମସ୍ୟା ଅଧିକ ଦେଖାଦିଏ ।  

ଓଠ ଫାଟିଲେ ବହୁତ ଯନ୍ତ୍ରଣା ହେବା ସହ ଏହା ବହୁତ ଅସୁନ୍ଦର ଦେଖାଯାଏ । କୌଣସି ପାର୍ଟି କିମ୍ବା ଅନ୍ୟ କୌଣସି ସମାରୋହକୁ ଓଠ ଫଟା ମୁହଁରେ ଯିବାକୁ ଠିକ୍ ଲାଗେ ନାହିଁ । କେହି କେହି ବାରମ୍ବାର ଓଠରେ ଜିଭ ଲଗାଇ ଫଟା ଓଠକୁ ଲୁଚାଇବାକୁ ଚେଷ୍ଟା କରିଥାନ୍ତି । ବିଶେଷ କରି ଝିଅମାନେ ଫଟା ଓଠକୁ ଘୋଡାଇବାକୁ ଯାଇ ଅଧିକ ପରିମାଣରେ ଲିପଷ୍ଟିକ ବ୍ୟବହାର କରିଥାନ୍ତି । ଆଉ କେହି କେହି ମେଡିସିନଠୁ ଆରମ୍ଭ କରି ଦାମୀ କସମେଟିକ୍ସ ବ୍ୟବହାର କରନ୍ତି ।

ହେଲେ ଆପଣ ଜାଣିଛନ୍ତି, କିଛି ଘରୋଇ ଉପଚାର ଦ୍ୱାର ଆପଣ ଓଠ ଫଟା ସମସ୍ୟାରୁ ରକ୍ଷା ପାଇପାରିବେ । ଆହୁରି ମଧ୍ୟ ଆପଣଙ୍କ ଓଠକୁ ଆହୁରି ଚମକ ଦେଇପାରିବେ । ଯାହାଫଳରେ ଅନ୍ୟମାନଙ୍କ ସମନାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ଆପଣଙ୍କ ଓଠ । ଏମିତି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଓଠ ଫଟା ସମସ୍ୟାକୁ  ଘରେ ବସି ଦୂର କରିହେବ ।

(୧) ଚିନି

ଚିନିର ବ୍ୟବହାର ଦ୍ୱାରା ଆପଣ ଓଠ ଫଟାର ସମସ୍ୟାକୁ ଦୂରେଇ ପାରିବେ । ଅତ୍ୟଧିକ ଶୁଷ୍କତା ପାଇଁ ଓଠ ଫାଟିବା ସହ ଓଠରୁ ଚର୍ମ ଛାଡିଥାଏ । ଫଳରେ ଏହା ବହୁତ ଯନ୍ତ୍ରଣା ହେବା ସହ ଏଥିରୁ ରକ୍ତ ମଧ୍ୟ ବାହାରିଥାଏ । ତେବେ ଆପଣ ଚିନିକୁ ସ୍କ୍ରବ ରୂପେ ବ୍ୟବହାର କରିପାରିବେ । ଏହା କରିବା ଦ୍ୱାରା ଓଠରେ ଲାଗିଥିବା ଶୁଷ୍କ ଚର୍ମ ଆରାମରେ ବାହାରି ଯାଇଥାଏ । ଓଠ ନରମ ହୋଇଯାଏ ।

fallback

କେମିତି ବ୍ୟବହାର କରିବେ

ଅଳ୍ପ କିଛି ଚିନିକୁ ଅଲିଭ ଅଏଲ କିମ୍ବା ମହୁ ସହିତ ଭଲ ଭାବେ ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହି ପେଷ୍ଟକୁ ଓଠ ଉପରେ  ଧୀରେ ଧୀରେ  ସ୍କ୍ରବ କରନ୍ତୁ ।  ଏହାଦ୍ୱାରା ଓଠରେ ଲାଗି ରହିଥିବା ଶୁଷ୍କ ଚର୍ମ ଛାଡିଯିବ । ପରେ ପାଣିରେ ଓଠକୁ ଭଲଭାବେ ଧୋଇ ନିଅନ୍ତୁ । ଏହି ପେଷ୍ଟକୁ ନିୟମିତ ବ୍ୟବଧାନରେ ବ୍ୟବହାର କରନ୍ତୁ । ଦେଖିବେ ଏହା ଦ୍ୱାରା ଓଠ ନରମ ହୋଇଯିବ ଏବଂ ଓଠଫଟା ସମସ୍ୟା ଦୂର ହୋଇଯିବ ।

ସାବଧାନତା

ଜୋରରେ ସ୍କ୍ରବ କରିବେ ନାହିଁ । 

(୨) ଘିକୁଆଁରୀ

ଘିକୁଆଁରୀରେ ଥିବା ପ୍ରାକୃତିକ ତତ୍ୱ ଶୁଷ୍କ ତ୍ୱଚା ସମସ୍ୟାକୁ ଦୂର କରିଥାଏ । ଏହା ତ୍ୱଚାକୁ ନରମ କରିବା ସହ ଉଜ୍ୱଳ କରିଥାଏ ।

fallback

କେମିତି ବ୍ୟବହାର କରିବେ

ଘିକୁଆଁରୀର ନାଳୁଆ ଅଂଶକୁ କାଢି ଏକ ଏୟାର ଟାଇଟ ଡବାରେ ରଖନ୍ତୁ । ଏହାକୁ ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ ଏବଂ ସକାଳୁ ଧୋଇନିଅନ୍ତୁ । ଏହାଦ୍ୱାରା ଓଠ ନରମ ହେବା ସହ ଓଠ ଫଟା ଜନିତ ସମସ୍ୟା ଦୂର ହୋଇଯାଏ ।

(୩) କାକୁଡ଼ି

କାକୁଡ଼ୁ ଖାଅ, ଫିଟ୍ ରୁହ । ଓଜନ କମ୍ ଠାରୁ ଆରମ୍ଭ କରି ସୌନ୍ଦ୍ୟର୍ଯ୍ୟ ବୃଦ୍ଧିରେ କାକୁଡ଼ି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହାକୁ ବ୍ୟବହାର କରିବା ଦ୍ୱାରା ଶୁଷ୍କ ଓଠ ସମସ୍ୟାକୁ ଦୂର କରିହେବ । ଏହା ତ୍ୱଚାକୁ ହାଇଡ୍ରେଟ୍ ରଖିବା ସହ ପୋଷଣ ଯୋଗାଇଥାଏ । ଯାହାଦ୍ୱାରା ତ୍ୱଚା ନରମ ହୋଇଥାଏ । 

fallback

କେମିତି ବ୍ୟବହାର କରିବେ

କାକୁଡ଼ିର ଛୋଟ ଖଣ୍ଡକୁ ଓଠ ଉପରେ ଧିରେଧିରେ ଘଷନ୍ତୁ । ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ  ଧୀରେ ଧୀରେ ଘଷନ୍ତୁ । ଏହାପରେ ଓଠକୁ ପାଣିରେ ଧୋଇନିଅନ୍ତୁ । ଏହା ଛଡ଼ା ଆପଣ କାକୁଡ଼ିର ପେଷ୍ଟକୁ ଓଠ ଉପରେ ଲଗାଇବା ସହ କିଛି ସମୟ ପରେ ଧୋଇ ନିଅନ୍ତୁ । ଏହାଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହୋଇଯାଏ  । ଏବଂ ତ୍ୱଚା ନରମ ରୁହେ ।

(୪) ନଡ଼ିଆ ତେଲ

ନଡ଼ିଆ ତେଲ ଏକ ପ୍ରାକୃତିକ ମଏଶ୍ଚରାଇଜର । ଏଥିରେ ଫ୍ୟାଟି ଏସିଡ୍ ଥାଏ ଯାହା ଓଠକୁ ହାଇଡ୍ରେଟ୍ ରଖିବା ସହ ନରମ ବନାଇଥାଏ । ଏହାଛଡ଼ା ଏହା ଓଠକୁ ସଂକ୍ରମଣରୁ  ରକ୍ଷା କରିଥାଏ ।

fallback

କେମିତି ବ୍ୟବହାର କରିବେ 

ନଡ଼ିଆ ତେଲକୁ ରାତିରେ ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ । ସକାଳୁ ଏହାକୁ ଧୋଇନିଅନ୍ତୁ । ଏହାଦ୍ୱାରା ଓଠକୁ କୋମଳ କରିଥାଏ । ଓଠ ଫଟା ସମସ୍ୟା ଦୂର ହୋଇଯାଏ ।

(୫) ମହୁ

ମହୁରେ ଆଣ୍ଟି ବ୍ୟକ୍ଟେରିଆଲ ଗୁଣ ଥାଏ । ଏହା ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ । ତ୍ୱଚାର କୋମଳତାକୁ ବଜାୟ ରଖେ । 

fallback

କେମିତି ବ୍ୟବହାର କରିବେ

ମହୁକୁ ଓଠରେ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଏହାକୁ ସଫା କପଡ଼ା କିମ୍ବା ଟିସୁ ପେପର ଦ୍ୱାରା ପୋଛି ନିଅନ୍ତୁ  । ଏହା ତ୍ୱଚାକୁ ନରମ କରିଥାଏ ।

ଆପଣ ଓଠର ଯତ୍ନ ପାଇଁ ଏସବୁ ଟିପ୍ସ ଆପଣେଇପାରିବେ । ଆପଣଙ୍କ ଓଠ କେବଳ ଫାଟିବା ବନ୍ଦ ହେବ ତା ନୁହେଁ, ଆହୁରି ମଧ୍ୟ ଓଠରେ ଚମକ ଆସିବ ।

ଆହୁରି ପଢ଼ନ୍ତୁ; ଜାଣନ୍ତୁ , କାନ ବିନ୍ଧାର ଘରୋଇ ଉପଚାର