ଜୀ ଓଡ଼ିଶାଏକ୍ସକ୍ଲୁସିଭ: ଗୋଟିଏ ଲୋକ ପାଖରେ ଦୁଇଟି ଜାତିର ପ୍ରମାଣ ପତ୍ର
Advertisement
Article Detail0/zeeodisha/odisha613329

ଜୀ ଓଡ଼ିଶାଏକ୍ସକ୍ଲୁସିଭ: ଗୋଟିଏ ଲୋକ ପାଖରେ ଦୁଇଟି ଜାତିର ପ୍ରମାଣ ପତ୍ର

 ସାରାଦେଶରେ ନାଗରିକତ୍ୱକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଯାଜପୁରରୁ ଆସିଛି ଏମିତି ଏକ ଅଭିଯୋଗ । 

ଜୀ ଓଡ଼ିଶାଏକ୍ସକ୍ଲୁସିଭ: ଗୋଟିଏ ଲୋକ ପାଖରେ ଦୁଇଟି ଜାତିର ପ୍ରମାଣ ପତ୍ର
ଯାଜପୁର: ସାରାଦେଶରେ ନାଗରିକତ୍ୱକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଯାଜପୁରରୁ ଆସିଛି ଏମିତି ଏକ ଅଭିଯୋଗ । ଜଣେ ବ୍ୟକ୍ତିଙ୍କୁ ଦୁଇଟି ପରିଚୟ ପତ୍ର ଥିବା ଅଭିଯୋଗ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଆଧାର ନମ୍ବର ଥାଇ ଦୁଇଟି ଭିନ୍ନ ଭିନ୍ନ ପରିଚୟ ରହିଛି। ଆଉ ଉଭୟ ଆଧାର କାର୍ଡ ଏବେ ଲଗାଛି ଜୀ ଓଡ଼ିଶା ହାତରେ
 

fallback 

ଗୋଟିଏ ଆଧାରକାର୍ଡରେ  ସୋଲେମାନ ଶେଖ ଅନ୍ୟଟିରେ ବିଟୁ ବିଶ୍ୱାସ ରହିଥିବା ସୂଚନା । ସୋଲେମାନ ନାଁରେ ଏକ ଭୋଟର ପରିଚୟ ପତ୍ର ମଧ୍ୟ ରହିଛି । ଉକ୍ତ ପରିଚୟ ପତ୍ରରେ ସୋଲେମାନ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର  ବୋଲି ଜଣା ପଡ଼ିଛି ।  ଅନ୍ୟପଟେ ଆଉ ଏକ ଆଧାର କାର୍ଡରେ ଚୋରଦା, ଯାଜପୁର ରୋଡ଼ ଠିକଣା ରହିଛି । ଦୁଇ ଦୁଇଟି ପରିଚୟ ଥିବା ଘଟଣା ସମ୍ପର୍କରେ ବଜରଙ୍ଗ ଦଳ ପକ୍ଷରୁ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।  ଜୀ ଓଡିଶା ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ସୋଲେମାନ ଓରଫ ବିଟୁ ଜଣେ ହିନ୍ଦୁ ଝିଅଙ୍କୁ ବିବାହ କରି ଏହି ବ୍ୟାସନଗର ଅଞ୍ଚଳରେ ରହି ଆସୁଅଛନ୍ତି । ଏବଂ  ବିଟୁ ବିଶ୍ୱାସ ନାଁରେ ଗୋଟିଏ ବୋଲେରୋ ଗାଡି କିଣିଛନ୍ତି । ଅଭିଯୋଗ  ପରେ ପୋଲିସ  ତଦନ୍ତ ଆରମ୍ଭ କରିଛି