ବିତିଯାଇଥିବା ଦୁର୍ଘଟଣା ୧୦ ବର୍ଷ ପରେ ବି ରାତିର ନିଦ ଖରାପ କରେ
Advertisement

ବିତିଯାଇଥିବା ଦୁର୍ଘଟଣା ୧୦ ବର୍ଷ ପରେ ବି ରାତିର ନିଦ ଖରାପ କରେ

ଦୁର୍ଘଟଣା ବି ଖରାପ କରେ ନିଦ

ସୌଜନ୍ୟ: ସୋସିଆଲ ମିଡିଆ

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: କଣ ଆପଣ ଜାଣିଛନ୍ତି କି ଯଦି ଆପଣ କିଛି ବର୍ଷ ପୂର୍ବରୁ କୈଣସି ଦୁର୍ଘଟଣାର ସାମ୍ନା କରିଛନ୍ତି ତେବେ ସେହି ଦୁର୍ଘଟଣା କାରଣରୁ ଆପଣଙ୍କ ନିଦ ଖରାପ ହୋଇଥାଏ । ଆଉ ଏହା ଆପଣଙ୍କ ମାନସିକ ସ୍ତରରେ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।ଜାଣନ୍ତୁ ଏ ନେଇ କଣ କହୁଛି ରିପୋର୍ଟ।

ଏକ ରିସର୍ଚ୍ଚ ମୁତାବକ, ଦୁର୍ଘଟଣାର ଦୁଇ ବର୍ଷ ପରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟରୁ ବଞ୍ଚିଥିବା ଲୋକଙ୍କର ନିଦରେ ଗଡବଡି ହେବା ସହ ମାନସିକ ଓ ଶାରୀରିକ ଅସୁବିଧା ଦେଖାଦେଇଥାଏ । ସ୍ଲିପ ମାଗାଜିନ୍ ଦ୍ୱାରା ପ୍ରକାଶିତ ରିସର୍ଚ୍ଚରେ ପ୍ରାୟ ୩୧ ବର୍ଷର ଲୋକହଙ୍କ ସହ ମୋଟ ୧୬୫ ପ୍ରତିଯୋଗୀ (୫୨ ପ୍ରତିଶତ ପୁରୁଷ) ସାମିଲ ଅଛନ୍ତି ।ସର୍ଭେ ଅନୁସାରେ, ଦେଶର ଇତିହାସରେ ସବୁଠାରୁ ବିନାଶକାରୀ ଭୂକମ୍ପରେ ପାଖାପାଖି ୨ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା ।

ଆସନ୍ତୁ ଜାଣିବା କଣ କହୁଛନ୍ତି ରିସର୍ଚ୍ଚର 

ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚର, ପ୍ରମୁଖ ଲେଖକ ଜୁଡିଟ୍ ବ୍ଲାଇଙ୍କ୍ କହିଛନ୍ତି କି, ୨୦୧୦ରେ ହୋଇଥିବା ଭୂକମ୍ପରୁ ବଞ୍ଚିଥିବା ଲୋକଙ୍କ ନିଦ ଖରାପ ହେବା ଘଟଣାକୁ ରିସର୍ଚ୍ଚ କରୁଥିବା ଏହା ପ୍ରଥମ ସଫଳ ବୈଜ୍ଞାନିକ ଅନୁସନ୍ଧାନକାରୀ ଅନୁଷ୍ଠାନ।

ତେବେ ବ୍ଲାଇଙ୍କ୍ ଙ୍କ କହିବା କଥା ତାଙ୍କ ରିସର୍ଚ୍ଚରେ ସାମାନ୍ୟ ଆଘାତ ପାଇଥିବା ଜୀବିତ ଲୋକଙ୍କ ନିଦରେ ଆସୁଥିବା ଗଡବଡ଼ି ସ୍ଥିତି ମଧ୍ୟରେ ମଜବୁତ ସମ୍ପର୍କ ପରିଲକ୍ଷିତ ହୋଇଛି ।

ଅନୁସନ୍ଧାନର ଫଳ

ରିସର୍ଚ୍ଚରମାନଙ୍କ ସର୍ଭେରୁ ଯାହା ଜଣାପଡିଛି, ଭୂକମ୍ପର ୧୦ ବର୍ଷ ପରେ ଭୂକମ୍ପ ସାମ୍ନା କରିଥିବା ଲୋକଙ୍କୁ ହୋଇଥିବା ସର୍ଭେରେ ଜଣା ପଡ଼ିଲା ଯେ ୯୪ ପ୍ରତିଶତ ପ୍ରତିଯୋଗୀଙ୍କର ଅନିଦ୍ରା ଲକ୍ଷଣ ଏବଂ ବିପଦ ପରେ ଯେଉଁ ଜଖମ ଲାଗିଥାଏ ତାର ଅନୁଭବ ନିଦ ହେଲା ପରେ0 ହୋଇଥାଏ।.

ଦୁଇ ବର୍ଷ ପରେ ୪୨ ପ୍ରତିଶତ ଲୋକଙ୍କ ପାଖରେ ଦେଖାଦେଇଥିଲା ପୋଷ୍ଟ-ଟ୍ରୋମାଟିକ୍ ଷ୍ଟ୍ରେସ୍ ଡିସଅର୍ଡର (PTSD) । ଅନ୍ୟ ୨୨ ପ୍ରତିଶତ ଲୋକଙ୍କ ପାଖରେ ଦେଖାଦେଇଥିଲା ମାନସିକ ଚାପ ।