ନୂଆ ବର୍ଷ ପୂର୍ବରୁ ଘରୁ ହଟାନ୍ତୁ ଏହି ୫ଟି ଜିନିଷ
Advertisement

ନୂଆ ବର୍ଷ ପୂର୍ବରୁ ଘରୁ ହଟାନ୍ତୁ ଏହି ୫ଟି ଜିନିଷ

ମା' ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରନ୍ତୁ ଓ ଧନ ବର୍ଷା କରନ୍ତୁ ତୋ କରନ୍ତୁ ଏହି କାମ

ନୂଆ ବର୍ଷ ପୂର୍ବରୁ ଘରୁ ହଟାନ୍ତୁ ଏହି ୫ଟି ଜିନିଷ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଆସିଗଲା ନବବର୍ଷ ୨୦୨୦, ଆଉ ଲୋକଙ୍କ ମଧ୍ୟରେ ନୂଆ ଆଶା, ନୂଆ ଉଦ୍ଦିପନା ଆଉ ଉତ୍ସାହ । ସମସ୍ତେ ଚାହାନ୍ତି କି ନୂଆବର୍ଷଟି ମଙ୍ଗଳମୟ ହେଉ । ପ୍ରତ୍ୟକ ଲୋକକ କିଛି ନୂଆ ଉପାୟ ଖୋଜନ୍ତି ନିଜର ଫାଇଦା ପାଇଁ । ତେଣୁ ଯଦି ଆପଣମାନେ ବି ଚାହାନ୍ତି କି ମା' ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରନ୍ତୁ ଓ ଧନ ବର୍ଷା କରନ୍ତୁ ତୋ କରନ୍ତୁ ଏହି କାମ । ଆଉ ନିଜ ଘରୁ ତୁରନ୍ତ ହଟାଇ ଦିଅନ୍ତୁ ଏହି ୫ଟି ଅଦରକାରୀ ଜିନିଷ ।

fallbackଭଙ୍ଗା ଆସବାବପତ୍ର

କୁହାଯାଏ ଯେ ଘରେ ଭଙ୍ଗା ଖଟ କିମ୍ବା ପଲଙ୍କ ରଖିବା ଦ୍ୱାରା ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଥାଏ ।  ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜାବନ ସାଥୀଙ୍କ ସହିତ ହସ ଖୁସିରେ ନୂଆର୍ଷରେ ନୂଆ ଜୀବନ ଆରମ୍ଭ କରିବା ପାଇଁ । ତେବେ ଘରେ ଭଙ୍ଗା ଆସବାବପତ୍ର କିମ୍ବା ଭଙ୍ଗା ଖଟ କି ପଲଙ୍କ ଥିଲେ ଘରୁ ବାହାର କରିଦିଅନ୍ତୁ ।

fallbackଭଙ୍ଗା କାଚ କିମ୍ବା ଭଙ୍ଗା ଆଇନା

ଘରେ ଯେ କୌଣସିବି ପ୍ରକାର ଭଙ୍ଗା କାଚ, ଭଙ୍ଗା କାଚ ବାସନ, ଫଟୋ ଫ୍ରେମ୍ କିମ୍ବା ଭଙ୍ଗା ଆଇନା ଥିରେ ତାକୁ ତୁରନ୍ତ ବାହାରେ ଫୋପାଡ଼ି ଦିଅନ୍ତୁ । ଭଙ୍ଗା କାଚ ଦ୍ୱାରା ବାସ୍ତୁ ସମସ୍ୟା ଦେଖାଦେଇଥାଏ । ଏହାଛଡ଼ା ପରିବାର ସଦସ୍ୟଙ୍କର ମାନସିକ ଦୁଶ୍ଚିନ୍ତା ମଧ୍ୟ ବଢ଼ିଥାଏ ।

fallbackଖରାପ ଘଡ଼ି ବା ଘଣ୍ଟା

ଯଦି ଆପଣଙ୍କ ଘରେ କାନ୍ଥରେ ଲାଗିଥିବା ଘଣ୍ଟା କିମ୍ବା ହାତ ଘଣ୍ଟା ଘରାପ ହୋଇଯାଇଛି । ଆଉ ତାକୁ ଆପଣ ସେମିତି ଘରେ ରଖିଛନ୍ତି ତାହେଲେ ଶିଘ୍ର ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ ।  ବନ୍ଦ ଘଣ୍ଟା ଘରେ ରଖିବା ଦ୍ୱାରା ଘରର ଅମଙ୍ଗଳ ହୋଇପାରେ । ଏହା ସହ କିଛି ନକାରଶକ୍ତିର ପ୍ରଭାବ ମଧ୍ୟ ପଡ଼ିପାରେ । ତେବେ ଯଦି ଆପଣ ନୂଆବର୍ଷରେ ସବୁ କିଛି ସୁଖମୟ ଚାହୁଛନ୍ତି । ତେବେ ଘରେ ଥିବା ବନ୍ଦ ଘଣ୍ଟାକୁ ଘରୁ ବାହାର କରିଦିଆନ୍ତୁ । ଆଗାମୀ ସମୟ ଆପଣଙ୍କ ପାଇଁ ମଙ୍ଗଳମୟ ହେବ ।
 

fallbackଖରାପ ଇଲେକ୍ଟ୍ରୋନିକ୍ ସାମଗ୍ରୀ

ଆସିଗଲା ନୂଆବର୍ଷ, ଆପଣଙ୍କ ଘରେ କୌଣସି ପୁରୁଣା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଅଛି କି? ତାହାଲେ ତାକୁ ଘରୁ ବାହାରକରିଦିଅନ୍ତୁ । କାରଣ ଘରେ ସାମଗ୍ରୀ ଖରାପ ହୋଇପଡ଼ିରହିବା ଦ୍ୱାରା ନକାରତ୍ମକ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ ।  ଆପଣଜଦି ଘରର ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ, ଖରାପ ଓ ପୁରୁଣା ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ ଘରେ ରଖନ୍ତୁ ନାହିଁ ।  ନୁଆବର୍ଷ ପୂର୍ବରୁ ସେସବୁ ଘରୁ ବାହାର କରିଦିଅନ୍ତି, ଆଉ ହସ ଖୁସିରେ ନୂଆବର୍ଷ ପାଳନ କରନ୍ତୁ ।  

fallbackଭଙ୍ଗା ମୂର୍ତ୍ତି

ନୂଆବର୍ଷକୁ ସ୍ୱାଗତ କରିବା ପୂର୍ବରୁ ପୂଜା ଘରକୁ ଭଲଭାବେ ପରିସ୍କାର କରି ଦିଅନ୍ତୁ । ପୂଜାଘରେ ଯଦି ଭଙ୍ଗା ମୂର୍ତ୍ତି ଅଛି, ତେବେ ତାକୁ ହଟାଇ ଦିଅନ୍ତୁ । ଭଙ୍ଗା ମୂର୍ତ୍ତି ଘରେ ରଖିଲେ ଅଶୁଭ ହୋଇଥାଏ ।