ଥଣ୍ଡା ଦିନରେ ଅଣ୍ଡା ଖାଆନ୍ତୁ, ଆଉ ସୁସ୍ଥ ରୁହନ୍ତୁ
Advertisement

ଥଣ୍ଡା ଦିନରେ ଅଣ୍ଡା ଖାଆନ୍ତୁ, ଆଉ ସୁସ୍ଥ ରୁହନ୍ତୁ

ଥଣ୍ଡା ଦିନରେ ଆପଣ ନିଜର ପୋଷାକ ପିନ୍ଧିବା ସହ ଗରମ ପାଣି ପିଇବା ଏବଂ ଗରମ ଖାଦ୍ୟ ଖାଇବାକୁ ଭଲପାଇଥାନ୍ତି । ଆଉ ସବୁ ସ୍ଥିତିରେ ଗରମ ପାଦାର୍ଥ ବ୍ୟବହାର କରିଥାନ୍ତି । ଯେଉଁ ଖାଦ୍ୟ ଗରମ ଦିନରେ ଲୋକେ ଖାଇବା ଠାରୁ ଦୂରେଇ ରହିଥାନ୍ତି । ଥଣ୍ଡା ଦିନ ଆସିଲେ ସେହି ଖାଦ୍ୟ ଖାଇବାକୁ ଆରମ୍ଭ କରିଦେଇଥାନ୍ତି । ଏ

ଥଣ୍ଡା ଦିନରେ ଅଣ୍ଡା ଖାଆନ୍ତୁ, ଆଉ ସୁସ୍ଥ ରୁହନ୍ତୁ

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ଥଣ୍ଡାରେ ଶରୀରକୁ ଗରମ ରଖିବାକୁ ପ୍ରତିଦିନ ଖାଆନ୍ତୁ ଅଣ୍ଡା । ଏହା ଆପଣଙ୍କ ଶରୀର ପାଇଁ ଲାଭ ଦାୟକ ହେବ । ଅଣ୍ଡା ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ । ପବନ ଓ କମ୍ ତାପମାତ୍ରାରେ ଶରୀରକୁ ବଞ୍ଚାଇବା ପାଇଁ ଥଣ୍ଡା ଜଳବାୟୁରେ ଆମେମାନେ କିଛି ନା କିଛି ଉପାୟ କରିଥାନ୍ତି ।

ଥଣ୍ଡା ଦିନରେ ଆପଣ ନିଜର ପୋଷାକ ପିନ୍ଧିବା ସହ ଗରମ ପାଣି ପିଇବା ଏବଂ ଗରମ ଖାଦ୍ୟ ଖାଇବାକୁ ଭଲପାଇଥାନ୍ତି । ଆଉ ସବୁ ସ୍ଥିତିରେ ଗରମ ପାଦାର୍ଥ ବ୍ୟବହାର କରିଥାନ୍ତି । ଯେଉଁ ଖାଦ୍ୟ ଗରମ ଦିନରେ ଲୋକେ ଖାଇବା ଠାରୁ ଦୂରେଇ ରହିଥାନ୍ତି । ଥଣ୍ଡା ଦିନ ଆସିଲେ ସେହି ଖାଦ୍ୟ ଖାଇବାକୁ ଆରମ୍ଭ କରିଦେଇଥାନ୍ତି । ଏଥିସହ ସୁପ୍, ଅଣ୍ଡା, କଫି ଆଉ ଚା'ର ବ୍ୟବହାର ଅଧିକ କରିଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଥଣ୍ଡା ଦିନରେ ଅଣ୍ଡା ଖାଇଲେ ଆପଣଙ୍କ ଶରୀରକୁ କ'ଣ ଲାଭ ହୋଇଥାଏ । ସବୁଦିନ ଅଣ୍ଡା ଖାଆନ୍ତୁ, ସଣ୍ଡେ ହେଉ କି ମଣ୍ଡେ ।

ଥଣ୍ଡା ଦିନରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇ ଲାଭ ଦାୟକ ହୋଇଥାଏ । ବିଶେଷଜ୍ଞଙ୍କ କହିବା କଥା ଅଣ୍ଡା ରୋଗ ସହ ଲଢିବାରେ ସହାୟକ ହୋଇଥାଏ । ଗୋଟିଏ ଅଣ୍ଡାରେ ୬ ଗ୍ରାମ ପ୍ରୋଟିନ୍ ରହିଥାଏ । ଅଣ୍ଡା ମଣିଷକୁ ମୋଟା ହେବାରୁ ମଧ୍ୟ ବଞ୍ଚାଇଥାଏ । ଏହି ସ୍ମୁଥ୍ ନେସ୍ ଶରୀରକୁ ମଧ୍ୟ ଗରମ ଯୋଗାଇଥାଏ ।

ତେବେ ଅଣ୍ଡାରେ ଭିଟାମିନ୍ ଡି ବହୁ ମାତ୍ରାରେ ରହିଥାଏ । ସାଧାରଣତଃ ଥଣ୍ଡା ଦିନରେ ଶରୀରକୁ ଗରମ ଆବଶ୍ୟକ ହୋଇଥାଏ । ଆଉ ଏହି ଦିନରେ ସୂର୍ଯ୍ୟକିରଣ କମ୍ ହୋଇଥାଏ । ଯାହା ଶରୀରକୁ କମ୍ ପରିମାଣରେ  ଯୋଗାଇଥାଏ । ଫଳରେ ଶରୀରକୁ ଭିଟାମିନ୍ ଡି କମ୍ ଯୋଗାଇଥାଏ । ଯାହା ଦ୍ୱାରା ଗଣ୍ଠିରେ ଦରଜ ହେବାର ଦେଖିବାକୁ ମିଳିଥାଏ । ତେବେ ଥଣ୍ଡା ଦିନରେ ବହୁତ ବେକ୍ଟେରିଆ ଶରୀରକୁ ଖରାପ କରିଥାଏ । ଆଉ ରୋଗାଗ୍ରସ୍ତ କରିଥାଏ । କିନ୍ତୁ ଅଣ୍ଡାରେ ପ୍ରାକୃତିକ ରୂପରେ କିଛି ଏପରି ଜିନିଷ ଅଛି ଯାହା ବେକ୍ଟେରିଆ ସହ ଲଢିବାର କ୍ଷମତା ରଖିଥାଏ ।

ତେଣୁ ଯଦି ଆପଣ ଥଣ୍ଡା ଦିନରେ ଅଣ୍ଡା ଖାଉଛନ୍ତି ତେବେ ଚିନ୍ତାର କୌଣସି କାରଣ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଶରୀରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ । ଆଉ ରୋଗକୁ ପ୍ରତିରୋଧ କରିଥାଏ । ତେଣୁ ଆପଣ ଥଣ୍ଡା ଦିନରେ ନିଶ୍ଚିତ ଅଣ୍ଡା ଖାଆନ୍ତୁ । ଆଉ ସୁସ୍ଥ ରୁହନ୍ତୁ ।