ଅମିତାଭଙ୍କୁ 'ଦାଦା ସାହେବ ଫାଲକେ'
Advertisement
Article Detail0/zeeodisha/odisha614597

ଅମିତାଭଙ୍କୁ 'ଦାଦା ସାହେବ ଫାଲକେ'

ଅମିତାଭ ବଚ୍ଚନ ଅସୁସ୍ଥ ଥିବାରୁ ସୋମବାର ଜାତୀୟ ସିନେମା ପୁରସ୍କାର ବିତରଣ ଉତ୍ସବକୁ ଆସିପାରି ନ ଥିଲେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ ସିନେମାର ବିଗ ବି ଅମିତାଭ ବଚ୍ଚନ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର । ଅମିତାଭ ବଚ୍ଚନ ଅସୁସ୍ଥ ଥିବାରୁ ସୋମବାର ଜାତୀୟ ସିନେମା ପୁରସ୍କାର ବିତରଣ ଉତ୍ସବକୁ ଆସିପାରି ନ ଥିଲେ । ତେଣୁ  ଆସନ୍ତା ୨୯ ତାରିଖରେ ଅମିତାଭ ବଚ୍ଚନଙ୍କୁ ଚଳିତ ବର୍ଷ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ଦିଆଯିବା ନେଇ  ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି । 

ସେହିଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏଥର ସିନେମାରେ ଉତ୍କୃଷ୍ଟ ଅବଦାନ ପାଇଁ ପୁରସ୍କୃତ ହୋଇଥିବା ସମସ୍ତ ବିଜେତାଙ୍କୁ ଚା ପାନୀୟ ଦ୍ୱାରା ଆପ୍ୟାୟିତ କରିବେ । ରବିବାର ଟ୍ୱିଟ କରି ଅସୁସ୍ଥତା କାରଣରୁ ଜାତୀୟ ସିନେମା ପୁରସ୍କାର ବିତରଣ ଉତ୍ସବରେ ଅନୁପସ୍ଥିତ ରହିବା ସହ ଦୁଃଖିତ ବୋଲି କହିଥିଲେ ନିଜେ ବିଗ୍ ବି ଅମିତାଭ ବଚ୍ଚନ । ସାତ୍ ହିନ୍ଦୁସ୍ଥାନୀରୁ କ୍ୟାରିୟର ଆରମ୍ଭ କରିଥିବା ଏହି ଭେଟରାନ ଆକ୍ଟରଙ୍କୁ ଭାରତୀୟ ସିନେମାର ପୁରୋଧା  ଧୁନ୍ଦିରାଜ ଗୋବିନ୍ଦ ଫାଲକେଙ୍କ ନାମରେ ନାମିତ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପାଇଁ  ଏଥର ମନୋନୀତ କରାଯାଇଛି । ପୁରସ୍କାର ବାବଦକୁ ଅମିତାଭଙ୍କୁ ଦଶ ଲକ୍ଷ ଟଙ୍କା ସହ ସ୍ୱର୍ଣ୍ଣ ପଦ୍ମର ପଦକ ଏବଂ ଉତ୍ତରୀୟ ଦିଆଯିବ । ଶେଷଥର ପାଇଁ ୨୦୧୭ ମସିହାରେ ଦିବଙ୍ଗତ ନେତା ବିନୋଦ ଖାନ୍ନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନୀତ କରାଯାଇଥିଲା । 

ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !