ବୁଢ଼ୀ ମାଉସୀ ଦେଲା ଆଶୀର୍ବାଦ, ପ୍ରଧାନମନ୍ତ୍ରୀ ହେବେ କେଜ୍ରିୱାଲ !
Advertisement
Article Detail0/zeeodisha/odisha616562

ବୁଢ଼ୀ ମାଉସୀ ଦେଲା ଆଶୀର୍ବାଦ, ପ୍ରଧାନମନ୍ତ୍ରୀ ହେବେ କେଜ୍ରିୱାଲ !

'ଏମିତି ପୁଅ ସଭିଙ୍କୁ ମିଳୁ'

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ । ୨୦୧୫ ଆପ୍ ଝାଡୁରେ ଅନ୍ୟମାନେ ସଫା ହୋଇଯାଇଥିବା ବେଳେ ଏଥର ଦିଲ୍ଲୀ ଉପରେ ସମସ୍ତଙ୍କ ନଜର । ପୁଣିଥରେ କ୍ଷମତା ଦଖଲ କରିବାକୁ ଅଣ୍ଟା ଭିଡିଛି ଆପ୍ । ଅନ୍ୟପଟେ ଆପ୍ ସରକାରକୁ ହଟାଇବା ପାଇଁ ବିଜେପି ବି ପ୍ରସ୍ତୁତ କରୁଛି ସ୍ୱତନ୍ତ୍ର ରଣନୀତି । ଆଉ ଏହାରି ଭିତରେ ଏପରି ଏକ ଚିତ୍ର ସାମନାକୁ ଆସିଛି, ଯେଉଁଥିରେ ନିଜର ଲୋକପ୍ରିୟତା ଦେଖାଇବାକୁ ଚେଷ୍ଟା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛି ଆପ୍ । ୫ ବର୍ଷର ଶାସନ ଭିତରେ ଜନ ସାଧାରଣଙ୍କ ପାଇଁ ସରକାର କ'ଣ କ'ଣ କରିଛନ୍ତି, ତାର ହିସାବ ଦେଉଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଯାଇ ସିଧାସଳଖ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ସେହିପରି ଆଗାମୀ ଦିନରେ ଦିଲ୍ଲୀ ସରକାର ପାଖରୁ ସାଧାରଣ ଜନତା କ'ଣ ଆଶା ରଖୁଛନ୍ତି, ତାହା ମଧ୍ୟ ପଚାରି ବୁଝୁଛନ୍ତି । ଲୋକଙ୍କ ମତ ନେଇ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ ହେବ ବୋଲି ଆମ ଆଦମୀ ପାର୍ଟି କହିଛି । 

ତେବେ ଶୁକ୍ରବାର ଏଭଳି ସଭା କରି ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସରକାରଙ୍କ ଦ୍ୱାରା ଜନତା କିପରି ଲାଭାନ୍ୱିତ ହୋଇଛନ୍ତି, ନିଜ ମୁହଁରେ କହୁଥିଲେ । ଆହୁରି ମଧ୍ୟ ଯେଉଁ ସମସ୍ୟା ରହିଛି, ସମାଧାନ ନେଇ ପ୍ରଶ୍ନ କରୁଥିଲେ । କେବେ ଏହାରି ଭିତରେ ସମସ୍ତଙ୍କ ନଜରକୁ ଆସିଥିଲେ ଜଣେ ବୁଢ଼ୀ ମାଉସୀ । କେଜ୍ରିୱାଲ ସରକାରଙ୍କୁ ନେଇ ସେ ବହୁତ ଖୁସି ଥିବା କହିଥିଲେ । 

fallback

ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଏହି ବୁଢ଼ୀ ମାଉସୀ । ନିଜ ମନର କଥାକୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ କହୁଥିଲେ ।  ବୁଢ଼ୀ ମାଉସୀ କହିଥିଲେ, ସଭିଙ୍କୁ କେଜ୍ରିୱାଲଙ୍କ ପରି ପୁଅ ମିଳୁ । କେଜ୍ରିୱାଲ ତ ମୁଖ୍ୟମନ୍ତ୍ରୀ ଅଛନ୍ତି, ହେଲେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ତାଙ୍କ ଶାସନରେ ଦେଶର ବହୁ ଉନ୍ନତି ହେବ । ଅନ୍ୟପଟେ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ କେଜ୍ରିୱାଲ । ଏପରିକି ଆମ୍ମାଙ୍କ ଆଶୀର୍ବାଦ ମିଳିଲା ବୋଲି ସୋଶିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

ଆହୁରି ପଢ଼ନ୍ତୁ; ହେମନ୍ତଙ୍କ ଶପଥ ଉତ୍ସବରେ ବିରୋଧୀଙ୍କ ମହାମେଳି