ମୋବାଇଲ ଆପ୍ ଦେବ ଡିପ୍ରେସନରୁ ମୁକ୍ତି
Advertisement

ମୋବାଇଲ ଆପ୍ ଦେବ ଡିପ୍ରେସନରୁ ମୁକ୍ତି

ସ୍ମାର୍ଟଫୋନରେ ନଜର ଆସୁଥିବା ବିଭିନ୍ନ ଆପରେ ଡିପ୍ରେସନ ତଥା ଅବସାଦର ଚିକିତ୍ସା କରାଯାଇପାରିବ । 

ମୋବାଇଲ ଆପ୍ ଦେବ ଡିପ୍ରେସନରୁ ମୁକ୍ତି

ତପନ କୁମାର କର, ନୂଆଦିଲ୍ଲୀ: ଆଜିକାଲି ଡିପ୍ରେସନ ଏକ ସାଧାରଣ କଥା ହୋଇଗଲାଣି । ତେବେ ଏହାର ମୁକାବିଲା ପାଇଁ ଏକ ଆପ ମଧ୍ୟ ଉପଲବ୍ଧ । ଆପଣ ସ୍ମାର୍ଟଫୋନ ମାଧ୍ୟମରେ ବି ଡିପ୍ରେସନର ଚିକିତ୍ସା କରିପାରିବେ । ସ୍ମାର୍ଟଫୋନରେ ନଜର ଆସୁଥିବା ବିଭିନ୍ନ ଆପରେ ଡିପ୍ରେସନ ତଥା ଅବସାଦର ଚିକିତ୍ସା କରାଯାଇପାରିବ । ଏକଥା ଆମେ କହୁନାହୁଁ ବରଂ ନିକଟରେ ଏନେଇ ଗବେଷଣା କରାଯିବା ପରେ କିଛି ଗବେଷକ ଏଭଳି ଦାବି ରିଖିଛନ୍ତି।   

ସୂଚନା ଅନୁସାରେ ଗବେଷକଙ୍କ ମତ ରହିଛି କି ଲୋକଙ୍କଠାରେ ଦେଖାଦେଉଥିବା ଡିପ୍ରେସନ ତଥା ଅବସାଦ ଭଳି ସମସ୍ୟା ଓ  ରୋଗର ଚିକିତ୍ସା ପାଇଁ ସ୍ମାର୍ଟଫୋନରେ ଉପଲବ୍ଧ ଥିବା ବିଭିନ୍ନ ଆପ ସହାୟତାରେ କରାଯାଇପାରିବ । ଯାହାଦ୍ୱାରା କି ଆଗାମୀ ଦିନମାନଙ୍କରେ ଲୋକେ ଉପକୃତ ହେବେ । ତେବେ ଅବସାଦ  ଏଭଳି ଏକ ରୋଗ ଯାହା ଏବେ ବିଶ୍ୱବାସୀଙ୍କ ପାଇଁ ବଡ ସମସ୍ୟା ବାବେ ଉଭା ହୋଇଛି । ଯେଉଁଥିରେ ମଣିଷର ବିକଳାଙ୍ଗ ହେବାର ଯଥେଷ୍ଠ ସମ୍ଭାବନା ମଧ୍ୟ ରହିଛି ।

ବିଶେଷଜ୍ଞଙ୍କ ମତ ଅନୁସାରେ, ବୈଜ୍ଞାନିକ ମାନେ କରିଥିବା ଏକ ଗବେଷଣାରେ ସ୍ମାର୍ଟଫୋନ ଆପ୍ ଜରିଆରେ ସାଧାରଣ ଲୋକମାନଙ୍କର ଅବସାଦ ବା ଡିପ୍ରେସନର ଲକ୍ଷଣରେ ଉଲ୍ଲେଖନୀୟ ହ୍ରାସତା ବା ଏଥିରୁ ମୁକ୍ତି ମିଳୁଥିବା ଦେଖିବାକୁ ପାଇଛନ୍ତି । ତେଣୁ ସ୍ମାର୍ଟଫୋନଦ୍ୱାରା ଜିପ୍ରେସନର ରୋଗର ଚିକିତ୍ସା ଅତି ସହଜରେ କରାଯାଇପାରିବ । କାରଣ ସ୍ମାର୍ଟଫୋନ ଦ଼୍ବାରା ଲୋକଙ୍କ ମାନସିକ ଅବସ୍ଥା ଉପରେ ସହଜରେ ନଜର ରଖାଯିବା ସହିତ ତାଙ୍କୁ ବୁଝାଇବା ଓ ଏହି ରୋଗରୁ ମୁକ୍ତି କରିବାକୁ ସହାୟତା ମିଳିପାରିବ । ଅଷ୍ଟ୍ରେଲିଆରେ ଥିବା ନ୍ୟାସନାଲ ଇଷ୍ଟିଚ୍ୟୁଟ୍ ଅଫ କମ୍ପ୍ଲିମେଟ୍ରି ମେଡିସିନସ୍ ଓ ଆମେରିକାରେ ଥିବା ହାର୍ଭଡ ମେଡିସିନ ସ୍କୁଲର ଅନୁସନ୍ଧାନର କର୍ତ୍ତାମାନେ ଏହି ଗବେଷଣାରେ ସାମିଲ ହୋଇ ଏଭଳିକିଛି ତଥ୍ୟ ଉପସ୍ଥାପନ କରିଥିଲେ ।