CAA protest: ମାଙ୍ଗାଲୁରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା
Advertisement
Article Detail0/zeeodisha/odisha613681

CAA protest: ମାଙ୍ଗାଲୁରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ଘୋଷଣା

ମାଙ୍ଗାଲୁରୁ ହିଂସାରେ ମୃତ୍ୟୁ ହୋଇଥିବା ଦୁଇ ବିକ୍ଷୋଭକାରୀଙ୍କ ପରିବାର ବର୍ଗକୁ ୧୦ ଲକ୍ଷ  ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ଏପରି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏନେଇ ଘୋଷଣା କରିଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ମାଙ୍ଗାଲୁରୁ ହିଂସାରେ ମୃତ୍ୟୁ ହୋଇଥିବା ଦୁଇ ବିକ୍ଷୋଭକାରୀଙ୍କ ପରିବାର ବର୍ଗକୁ ୧୦ ଲକ୍ଷ  ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ଏପରି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏନେଇ ଘୋଷଣା କରିଛନ୍ତି । 

ଗତ ୧୯ ତାରିଖରେ କର୍ଣ୍ଣାଟକ ମାଙ୍ଗାଲୁରୁରେ ସିଏଏକୁ ନେଇ ପ୍ରତିବାଦ ହିଂସାର ରୂପ ନେଇଥିଲା । ପୋଲିସ ଉପରକୁ ଠେଲା ପଥର ମାଡ କରିଥିଲେ ବିକ୍ଷୋଭକାରୀ । ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଗୁଳି ଚଳାଇବାକୁ ପଡିଥିଲେ । ଆଉ ପୋଲିସ ଗୁଳିରେ ଟଳି ପଡିଥିଲେ ୨ ଜଣ ବିକ୍ଷୋଭକାରୀ । ତେବେ ଆଜି ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । 

  
ସେପଟେ ସିଏଏ ଓ ଏନଆରସି ଆଇନ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ସାରା ଦେଶରେ ଏକ ହଜାର ରାଲି ଆୟୋଜନ କରି ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରଖାଯାଇଛି । ୨୫୦ ଗଣମାଧ୍ୟମରେ ବାର୍ତ୍ତା ଦେବା ସହ  ୧୦ ଦିନ ମଧ୍ୟରେ ୩ କୋଟି ପରିବାରକୁ ନୂଆ ଆଇନ ସମ୍ପର୍କରେ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ନାଗରିକତା ଆଇନ୍ ବିରୋଧରେ ଦେଶବ୍ୟାପୀ ବିରୋଧ ଜାରି ରହିଥିବା ବେଳେ ଜମ୍ମୁରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଜମ୍ମୁର ମୁସଲିମ୍ ସମ୍ପ୍ରଦାୟର ଲୋକେ ଦେଶବାସୀଙ୍କୁ ଶାନ୍ତି ସନ୍ଦେଶ ବାଣ୍ଟିବା ସହ  ନାଗରିକତା ଆଇନ ଦ୍ୱାରା ଦେଶବାସୀଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି । ଏପରି ଆଇନର ଆବଶ୍ୟକତା ଥିଲା ବୋଲି ମୁସଲିମ ପ୍ରଦର୍ଶନକାରୀ ମତ ରଖିଛନ୍ତି ।

 

ଆହୁରି ପଢନ୍ତୁ; ବିରୋଧୀଙ୍କ ମୁହଁବନ୍ଦ ! ସିଏଏକୁ ସମର୍ଥନ ଦେଲେ ଜମ୍ମୁବାସୀ