Top 10 News Today: ଦାନ୍ତେୱାଡାରେ ଏନକାଉଣ୍ଟର, ବଢିବ ବର୍ଷା, ଆରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡିଶା' କାମ ଏବଂ ଅନ୍ୟ ୧୦ ଖବର
Advertisement
Article Detail0/zeeodisha/odisha2413170

Top 10 News Today: ଦାନ୍ତେୱାଡାରେ ଏନକାଉଣ୍ଟର, ବଢିବ ବର୍ଷା, ଆରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡିଶା' କାମ ଏବଂ ଅନ୍ୟ ୧୦ ଖବର

Today Top 10 News Headlines: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଦାନ୍ତେୱାଡାରେ ଏନକାଉଣ୍ଟର, ବଢିବ ବର୍ଷା, ଆରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡିଶା' କାମ ଏବଂ ଅନ୍ୟ ୧୦ ଖବର

ଦନ୍ତେଓ୍ୱାଡ଼ାରେ ଏନ୍‌କାଉଣ୍ଟର, ୯ ନକ୍ସଲ ସଫା
ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଟଳିଲେ ୯ ନକ୍ସଲ। ଛତିଶଗଡ଼ର ଦନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନକ୍ସଲମାନଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ପଶ୍ଚିମ ବସ୍ତର ଡିଭିଜନରେ କିଛି ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ସକାଳ ସାଢ଼େ ୧୦ଟାରେ ଖୋଜାଖୋଜି ବେଳେ ପୁଲିସ ଟିମ୍‌ ସହ ନକ୍ସଲମାନଙ୍କ ମୁହାଁମୁହିଁ ହୋଇଥିଲା। ଏହା ପରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଛି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ମାମଲା, କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ
ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାକୁ ୬ ବର୍ଷ ପୂରି ଯାଇଥିବା ବେଳେ ଏବେବି ବି କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡ଼ିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ କ୍ରାଇମବ୍ରାଞ୍ଚ ଆଇ. ଜି ଅରୁଣ ବୋଥ୍ରା । ୬୦ ନମ୍ବର ସାକ୍ଷୀ ଭାବରେ ଆଜି ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି । ଆଜି ଅରୁଣ ବୋଥ୍ରା ପାଟଣାଗଡ଼ ପହଞ୍ଚିଥିବା ବେଳେ କୋର୍ଟରେ ତାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। କୋର୍ଟରେ ସରକାରୀ ଓକିଲ ଓ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ। ଏହି ହାଇ ପ୍ରୋଫାଇଲ ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା । ପୁଞ୍ଜିଲାଲକୁ ନେଇ ହୋଇଥିବା କ୍ରାଇମସିନ୍‌ର ସିଡି ଡିସ୍‌ପ୍ଲେ ପାଇଁ ଶୁଣାଣି ବେଳେ ଦାବି ହୋଇଛି। କ୍ରାଇମବ୍ରାଞ୍ଚ ଓକିଲଙ୍କ ଦାବିକୁ ବିରୋଧ କରିଛନ୍ତି ପ୍ରତିପକ୍ଷ ଓକିଲ। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

ବେଙ୍ଗଲରେ ଦୁଷ୍କର୍ମ ବିରୋଧୀ 'ଅପରାଜିତା' ବିଲ୍ ପାରିତ
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ 'ଅପରାଜିତା' ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଆଜି ବେଙ୍ଗଲର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି। ବିଧାନସଭାରେ 'ଅପରାଜିତା' ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ।

କୁବେର ଖଣି ଉପନିର୍ଦ୍ଦେଶକ, ଠୁଳ କରିଥିଲେ ୫୦୦% ଅଧିକ ସମ୍ପତ୍ତି
ଅମାପ ସମ୍ପତ୍ତିର ମାଲିକ ଥିଲେ କୁବେର ଖଣି ଉପନିର୍ଦ୍ଦେଶକ । ନିଜ ଆୟଠୁ ୫୦୦% ଅଧିକ ସମ୍ପତ୍ତି ଠୁଳ କରିଥିଲେ। ସମୁଦାୟ ୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି କମାଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଏହି ଅଭିଯୋଗରେ ଧରଣୀଧର ନାୟକଙ୍କୁ ଆଜି ଭିଜିଲାନ୍ସ ବାନ୍ଧିଥିବା ବେଳେ ଦେଇଛି ତାଙ୍କ ସମ୍ପତ୍ତିର ତାଲିକା।

୫ରୁ ବଢିବ ବର୍ଷା
ଆସନ୍ତା ୫ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହା ପ୍ରଭାବରେ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢ଼ିବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବ । ବର୍ଷା ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ୫ ତାରିଖରେ ପାଗରେ ପରିବର୍ତ୍ତନ ଆସିବା ସହ ସେହିଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ ।

ଲାଗୁ ହେବ ଆୟୁଷ୍ମାନ ଯୋଜନା
ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଜାରି ରହିବ। ଏହାଦ୍ୱାରା ହିତାଧିକାରୀମାନେ ଦେଶର ୨୭ ହଜାର ତାଲିକାଭୁକ୍ତ ହସ୍‍ପିଟାଲ୍‍ ଭିତରୁ ଯେ କୌଣସି ହସ୍‍ପିଟାଲ୍‍ରୁ ଚିକିତ୍ସା ସୁବିଧା ପାଇପାରିବେ। ସ୍ୱାସ୍ଥ୍ୟ ବିଭାଗ ଖର୍ଚ୍ଚଦାବି ଆଲୋଚନା ଅବସରରେ ସ୍‍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। 

ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ପୋରବନ୍ଦର ଉପକୂଳ ନିକଟରେ ବଡ଼ ଅଘଟଣ । ଭାରତୀୟ ତଟରକ୍ଷୀ ବାହିନୀର ALH ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଏହି ଅଘଟଣ ଘଟିଛି । ହେଲିକପ୍ଟରରେ ଚାରିଜଣିଆ ଚାଳକ ଟିମ୍ ରହିଥିଲେ । ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ ଚାଳକ ଟିମର ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ମାତ୍ର ଏବେବି ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜା ଚାଲିଛି। ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ଅବତରଣ ପାଇଁ ହେଲିକପ୍ଟର ଜାହାଜ ପାଖକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ନିଖୋଜ ତିନିଜଣ ସଦସ୍ୟଙ୍କୁ ଖୋଜିବାକୁ ଜୋରଦାର ଉଦ୍ୟମ ଜାରିରହିଛି। ସର୍ଚ୍ଚ ଅପରେସନରେ ୪ଟି ଜାହାଜ ଓ ଦୁଇଟି ବିମାନକୁ ନିୟୋଜିତ କରାଯାଇଛି । ବିମାନର କିଛି ଅଂଶକୁ ମଧ୍ୟ ଉଦ୍ଧାର କରାଯାଇଛି । 

ଆରମ୍ଭ ହେବ ‘ଆମ ଓଡ଼ିଶା ନବୀନ ଓଡିଶା' କାମ
‘ଆମ ଓଡ଼ିଶା ନବୀନ ଓଡିଶା’ରେ ୩୪୫୭ କୋଟି ଟଙ୍କାର ବ୍ୟୟ ବରାଦ ବ୍ୟବସ୍ଥା ହୋଇଥିଲା। ଏଥିରୁ ମାତ୍ର ୩୦ ରୁ ୪୦ ପ୍ରତିଶତ କାମ ହୋଇଛି। ବାକି କିଛି କାମ ଚାଲୁଛି। କିଛି କିଛି ସ୍ଥାନରେ ଜମି ଅଧିଗ୍ରହଣ କି କିଛି ଅଲଗା କାରଣ ବାକି ରହିଛି ତାକୁ ପୁଣି ଥରେ ଆରମ୍ଭ କରାଯିବ। ଆଜି ବିଧାନସଭାରେ ଏକଥା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଯେଉଁ କାମ ହୋଇଛି, ସେଥିରେ କିଛି ତଥ୍ୟ ବ୍ଲକ ଓ ପଞ୍ଚାୟତ ଲେବୁଲରେ ତାହା ବର୍ତ୍ତମାନ ସୁଦ୍ଧା ବିଭାଗର ହସ୍ତକ୍ଷେପ ହୋଇ ନାହିଁ। ଖୁବ୍ ଶୀଘ୍ର ତଥ୍ୟ ଦାଖଲ ପାଇଁ ଆମେ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛୁ। ଆମ ଓଡ଼ିଶା ନବୀନ ଓଡ଼ିଶା ବଜେଟର ୮୦ ପ୍ରତିଶତ ଅର୍ଥ ଡିଆରଡିଏ ରହିଛି।

ମିଗ ବିମାନ ଦୁର୍ଘଟଣାଗ୍ରସ୍ତ
ରାଜସ୍ଥାନର ବାରମର ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ମିଗ୍‍ ୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ କହି ମୃତାହତ ହୋଇ ନାହାନ୍ତି। ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାକୁ କେନ୍ଦ୍ରକରି ତଦନ୍ତ ଆଦେଶ ଦିଆଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିରରେ ଏ ନେଇ ସୂଚନା ଦିଆଯାଇଛି।

ଦୁଇ ମାସରେ ୩୯ ଅଧିକାରୀଙ୍କ ଘରେ ଚଢାଉ
ଗତ ଦୁଇମାସ ଭିତରେ ରାଜ୍ୟର ବିଭିନ୍ନ ଅଧିକାରୀଙ୍କ ବିରୁଦ୍ଧରେ ଆସିଥିବା ମାମଲାର ତଦନ୍ତ କରିବାକୁ ଯାଇ ଭିଜିଲାନ୍ସ ୩୯ ଅଧିକାରୀଙ୍କ ଠିକଣା ଉପରେ ଚଢ଼ଉ କରିଛି। ଏହି ଚଢ଼ଉ ଦ୍ୱାରା ୪୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୂଚନା ଦେଇଛନ୍ତି। ୨୦୨୩ ଅଗଷ୍ଟ ପହିଲାରୁ ୨୦୨୪ ଅଗଷ୍ଟ ୨୫ ତାରିଖ ସୁଦ୍ଧା ରାଜ୍ୟରେ ଭିଜିଲାନ୍ସ ଚଢ଼ଉ ଦ୍ୱାରା ୧୧୫ କୋଟି ୭୫ ଲକ୍ଷ ୯୬୫ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି।