ବିରାଟଙ୍କ ପାଇଁ 'ଅନଲକି' ବାରବାଟୀ , ଆଜି ବଦଳିବ କି ଇତିହାସ ?
Advertisement

ବିରାଟଙ୍କ ପାଇଁ 'ଅନଲକି' ବାରବାଟୀ , ଆଜି ବଦଳିବ କି ଇତିହାସ ?

ବାରବାଟୀ ରଚିବ ଇତିହାସ

ଫାଇଲ ଫଟୋ

ଜିନୁ ଜେନା : ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ସମୟ ଅପରାହ୍ନ ସାଢେ ଗୋଟାଏ ।  ବାରବାଟୀରେ ଆରମ୍ଭ ହେବ ସୁପର ସନ ଡେ ଶୋ। ଆଜି ପିଚ୍ ଅନୁକୂଳ ଥିବାରୁ ବାରବାଟୀ ନିର୍ଣ୍ଣାୟକ ଲଢେଇରେ ରନ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଚାଲନ୍ତୁ ନଜର ପକାଇବା ଏହି ଗ୍ରାଉଣ୍ଡରେ କେଉଁ କେଉଁ ରେକର୍ଡ ବନିବାର ସମ୍ଭାବନା ରହିଛି ।

ଇତିହାସ ରଚିବ ବାରବାଟୀ । ୨୫ ବର୍ଷୀୟ କୁଲଦୀପଙ୍କୁ ଅପେକ୍ଷା କରିଛି ରେକର୍ଡ . ଯଦି ରବିବାର ବାରବାଟୀ ଷ୍ଟାଡ଼ିୟମରେ ଗୋଟିଏ ୱିକେଟ୍ ନିଅନ୍ତି ତେବେ ଦିନିକିଆ କ୍ରିକେଟରେ ୧୦୦ ୱିକେଟ୍ ନେବାରେ ସେ ୨୨ତମ ଭାରତୀୟ ବୋଲର ହେବେ।  କୁଲଦୀପ ଏଯାଏଁ ୫୪ଟି ଦିନିକିଆରୁ ୯୯ଟି ୱିକେଟ୍ ନେଇଛନ୍ତି । ଏବେ ଏହି ରେକର୍ଡ଼ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାମରେ ରହିଛି । ଏହା ସହିତ କୁଲଦୀପ ୧୦୦ ୱିକେଟ୍ ନେବାରେ ଅଷ୍ଟମ ଭାରତୀୟ ସ୍ପିନର ହୋଇଯିବେ।

ସେହଭଳି ରେକର୍ଡ ଅପେକ୍ଷାରେ ଅଛନ୍ତି  ରୋହିତ ଶର୍ମା । ଦ୍ଵିତୀୟ ମ୍ୟାଚରେ ୧୫୯ ରନ୍ କରିଥିବା ରୋହିତ ଶର୍ମା ସମସ୍ତ ଫର୍ମାଟରେ ସର୍ବାଧିକ ରନ୍ କରିବା ମାମଲାରେ ଓପନିଂ ବ୍ୟାଟ୍ସ ମ୍ୟାନ ସନତ ଜୟସୁରିୟାଙ୍କ ରେକର୍ଡଠୁ ମାତ୍ର ୯ ରନ ପଛରେ ଅଛନ୍ତି ।

କୋହଲି ଏଠାରେ ଖେଳିଥିବା ମୋଟ୍ ୪ଟି ମ୍ୟାଚରୁ ମାତ୍ର ୩୪ ରନ କରିଛନ୍ତି । ତେଣୁ  ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ କୋହଲି ଏହି ପଡ଼ିଆରେ ନିଜର ପ୍ରଦର୍ଶନ ସୁଧାରିବାକୁ ପ୍ରୟାସ କରିବେ।  ନିଜ ପାଇଁ ‘ଅନଲକି’ ଥିବା ବାରବାଟୀ ମଇଦାନରେ  କରିସ୍ମା ଦେଖାଇ ପାରନ୍ତି କୋହଲି ।

ମୋଟାମୋଟି ଭାବେ ବାରବାଟୀ ଷ୍ଟାଡ଼ିୟମରେ ଭାରତୀୟ କ୍ରିକେଟ୍ ଦଳର ରେକର୍ଡ ଉତ୍ସାହଜନକ ରହିଛି। ଭାରତୀୟ ଦଳର ଏଠାରେ ମୋଟ୍ ୧୮ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି । ଏଥିରୁ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ୧୬ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୧୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସବୁଥିରେ ଭାରତୀୟ ଦଳ ବିଜୟୀ  ହୋଇଛି । ବାରବାଟୀ ଗ୍ରାଉଣ୍ଡ ଟିମ୍ ଇଣ୍ଡିଆର ଫେଭରରେ ରହିଥିବା ବେଳେ ରେକର୍ଡ ଭାରତ ସପକ୍ଷରେ ରହିଛି ।

ଆହୁରି ପଢନ୍ତୁ; ଖେଳାଳୀଙ୍କ ମନ ଛୁଇଁଲା ଓଡ଼ିଆ ଚକୁଳି, ସନ୍ତୁଳା ଆଉ ମଣ୍ଡାପିଠା