ବିପିନ ରାୱତ ପ୍ରଥମ ସିଡିଏସ
Advertisement
Article Detail0/zeeodisha/odisha617376

ବିପିନ ରାୱତ ପ୍ରଥମ ସିଡିଏସ

ବିପିନଙ୍କୁ ନୂଆବର୍ଷ ଭେଟି

ଫାଇଲ ଫଟୋ

ନୂଆଦିଲ୍ଲୀ: ଜେନେରାଲ ବିପିନ ରାୱତଙ୍କ ଅଧିନରେ ରହିବ ସମସ୍ତ ସ୍ଥଳସେନା, ନୌସେନା ଏବଂ ବାୟୁସେନା । ସ୍ଥଳସେନା ମୁଖ୍ୟ ବିପିନ ରାୱତ ହେବେ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡ଼ିଏସ) ! ଐତିହାସିକ ନିଷ୍ପତ୍ତି କ୍ରମେ ମଙ୍ଗଳବାର ଏହି ପଦବୀ ସୃଷ୍ଟିକୁ ମଞ୍ଜୁରୀ ଦେଇଥିଲେ ମୋଦି ସରକାର । ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ବିପିନ । 

ସ୍ଥଳସେନା ମୁଖ୍ୟ ଭାବରେ ସଫଳ ଦାୟିତ୍ୱ ତୁଲାଇଥିବା ବିପିନ ରାୱତଙ୍କୁ ନୂଆବର୍ଷ ଭେଟି । ଅବସର ନେବାର ଦିନକ ପୂର୍ବରୁ ଗୁରୁ ଦାୟିତ୍ୱ । ଆସନ୍ତାକାଲି ବିପିନ ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେବେ । ଆଉ ଏହା ପୂର୍ବରୁ ହିଁ ସେ ସିଡିଏସ ହେବା ନେଇ ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି । ଜେନେରାଲ ରାୱତ ୧୯୭୮ ମସିହା ଡିସେମ୍ବା ୧୬ରୁ ସ୍ଥଳସେନା ପାଇଁ କାମ କରି ଆସୁଛନ୍ତି।

ପ୍ରଥମ ସିଡିଏ ହେବେ ବିପିନ । ଦେଶର ୩ ସେନା(ସ୍ଥଳ, ନୌ ଏବଂ ବାୟୁ) ସେନା ମଧ୍ୟରେ ଉଚିତ ସମନ୍ୱୟ ପାଇଁ ଏହି ପଦ ସୃଷ୍ଟି ହୋଇଛି । ସିଡିଏସଙ୍କ ନିୟନ୍ତ୍ରଣରେ ୩ ସେନା ରହିବେ । ଫଳରେ ସେନା ସେନା ମଧ୍ୟରେ ଉଚିତ ସମନ୍ୱୟ ରକ୍ଷା ପାଇବ । ଏପରିତି ଦୂରତ୍ୱ ମଧ୍ୟ କମିବ । 

ସେହିପରି ସିଡିଏସଙ୍କ ବୟସ ସୀମା ମଧ୍ୟ ଧାର୍ଯ୍ୟ ।ହୋଇଛି । ସରକାର କରିଥିବା ସଂଶୋଧନ ଅନୁଯାୟୀ ୬୫ ବର୍ଷ ବୟସ ଏହି ପଦବୀର ଅବସର ସୀମା ।