୨୦୨୦ରେ ବିଜେଡି ପାଇଁ ଅନେକ ଆହ୍ୱାନ; ଚାଲିଛି ସାଙ୍ଗଠନିକ ନିର୍ବାଚନ
Advertisement
Article Detail0/zeeodisha/odisha616741

୨୦୨୦ରେ ବିଜେଡି ପାଇଁ ଅନେକ ଆହ୍ୱାନ; ଚାଲିଛି ସାଙ୍ଗଠନିକ ନିର୍ବାଚନ

୨୦୨୦ ବିଜେଡ଼ି ପାଇଁ ଆହ୍ୱାନର ବର୍ଷ ହେବ । ୨୦୧୯ରେ ଲଗାତାର ପଞ୍ଚମ ଥର ପାଇଁ ଶାସନ କ୍ଷମତାକୁ ଦଳ ଫେରିଛି. ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାମାନେ କିଛି ପଦପଦବୀ ପାଇବାକୁ ଆଶା ରଖିଛନ୍ତି । ଏବେ ଚାଲିଥିବା ସାଙ୍ଗଠନିକ ନିର୍ବାଚନରେ ନେତାମାନଙ୍କୁ ଥଇଥାନ କରାଯିବ । ଏପ୍ରିଲରେ ରାଜ୍ୟସଭା ନିର୍ବାଚନ, ତା ପଛକୁ ରହିଛି ପୌର ନିର୍ବାଚନ. ଏଥିପାଇଁ ପାଇଁ ଦଳୀୟ ରାଜନୀତି ବେଶ ଚଳଚଞ୍ଚଳ ରହିବ । ପୁଣି ବିଧାନ ପରିଷଦର ସମ୍ଭାବନା ଯଦି ବାସ୍ତବ ରୂପ ନିଏ, ତାହାଲେ ଦଳ ପାଖରେ ଆଉ ଏକ ସୁଯୋଗ ଆସିବ । ପୁଣି ବର୍ଷ ଶେଷ ଆଡ଼କୁ ସମବାୟ ନିର୍ବାଚନ ହେବ । ଏସବୁକୁ ଦେଖିଲେ ୨୦୨୦ ଶାସକ ବିଜେଡ଼ି ପାଇଁ ଆହ୍ୱାନର ବର୍ଷ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ଦଳ ବି ସମସ୍ତ ଆହ୍ୱାନକୁ ସାମ୍ନା କରି ଲୋକଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହେବ ବୋଲି ମୁଖପାତ୍ର କହିଛନ୍ତି ।

୨୦୨୦ରେ ବିଜେଡି ପାଇଁ ଅନେକ ଆହ୍ୱାନ

ଯଯାତି ମହାନ୍ତି, ଭୁବନେଶ୍ୱର: ୨୦୨୦ ବିଜେଡ଼ି ପାଇଁ ଆହ୍ୱାନର ବର୍ଷ ହେବ । ୨୦୧୯ରେ ଲଗାତାର ପଞ୍ଚମ ଥର ପାଇଁ ଶାସନ କ୍ଷମତାକୁ ଦଳ ଫେରିଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ନେତାମାନେ କିଛି ପଦପଦବୀ ପାଇବାକୁ ଆଶା ରଖିଛନ୍ତି । ଏବେ ଚାଲିଥିବା ସାଙ୍ଗଠନିକ ନିର୍ବାଚନରେ ନେତାମାନଙ୍କୁ ଥଇଥାନ କରାଯିବ । ଏପ୍ରିଲରେ ରାଜ୍ୟସଭା ନିର୍ବାଚନ, ତା ପଛକୁ ରହିଛି ପୌର ନିର୍ବାଚନ. ଏଥିପାଇଁ ପାଇଁ ଦଳୀୟ ରାଜନୀତି ବେଶ ଚଳଚଞ୍ଚଳ ରହିବ । ପୁଣି ବିଧାନ ପରିଷଦର ସମ୍ଭାବନା ଯଦି ବାସ୍ତବ ରୂପ ନିଏ, ତାହାଲେ ଦଳ ପାଖରେ ଆଉ ଏକ ସୁଯୋଗ ଆସିବ । ପୁଣି ବର୍ଷ ଶେଷ ଆଡ଼କୁ ସମବାୟ ନିର୍ବାଚନ ହେବ । ଏସବୁକୁ ଦେଖିଲେ ୨୦୨୦ ଶାସକ ବିଜେଡ଼ି ପାଇଁ ଆହ୍ୱାନର ବର୍ଷ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ଦଳ ବି ସମସ୍ତ ଆହ୍ୱାନକୁ ସାମ୍ନା କରି ଲୋକଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହେବ ବୋଲି ମୁଖପାତ୍ର କହିଛନ୍ତି ।

୨୩ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ଲଗାତାର କ୍ଷମତାରେ ରହିଆସୁଥିବାରୁ ଦଳ ସହ ଯୋଡ଼ି ହେବା ପାଇଁ ସମସ୍ତଙ୍କ ଇଚ୍ଛା । ଦଳ ଛାଡ଼ି ଯାଇଥିବା ନେତା ହୁଅନ୍ତୁ କି ପ୍ରତିପକ୍ଷର, ସମସ୍ତେ ବିଜେଡ଼ି ସହ ଯୋଡ଼ି ହୋଇ କୌଣସି ପଦପଦବୀ ହାତେଇବାକୁ ଆଶା ରଖିଛନ୍ତି । ୨୨ ବର୍ଷ ଭିତରେ ଦଳ ବଡ଼ ହୋଇଛି, କର୍ମୀ ଓ ନେତା ବଢିଛନ୍ତି । ତା ସାଙ୍ଗରେ ସମସ୍ତଙ୍କ ଆଶା ବି ବଢିଛି । ଏହା ପୂରଣ କରିବା ଦଳ ପାଇଁ ଏକ ଆହ୍ୱାନ ହୋଇଛି । ପୁଣି ୨୦୨୦ରେ ଏହି ଆହ୍ୱାନ ଆହୁରି ବଢିବ । ବିଧାୟକ, ସାଂସଦ, ମନ୍ତ୍ରୀ ପଦ ପରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ହେଉ କି ଉପଦେଷ୍ଟା ପଦବୀରେ ବସାଇ ନେତାମାନଙ୍କୁ ଥଇଥାନ କରାଯାଉଛି । ଏବେ ଚାଲିଛି ସାଙ୍ଗଠନିକ ନିର୍ବାଚନ । ଏଥିରେ ମଧ୍ୟ କିଛି ନେତାଙ୍କୁ ଜିଲ୍ଲା କମିଟି ଓ ରାଜ୍ୟ କମିଟିରେ ସାମିଲ କରାଯିବ ।

ପୁଣି ଏପ୍ରିଲରେ ୪ ରାଜ୍ୟସଭା ଆସନ ଖାଲି ହେବ । ଅନୁଭବ ପଟ୍ଟନାୟକ, ସରୋଜୀନି ହେମ୍ବ୍ରମ, ନରେନ୍ଦ୍ର ସ୍ୱାଇଁ ଓ ରଂଜୀବ ବିଶ୍ୱାଳଙ୍କ ଜାଗାରେ ବିଜେଡ଼ିର ୪ ଯିବା ସଂଖ୍ୟା ଦୃଷ୍ଟିରୁ ନିଶ୍ଚିତ ଥିବାରୁ ଏଥିପାଇଁ ଲବି ଆରମ୍ଭ ହେଲାଣି । ରାଜ୍ୟସଭା ନିର୍ବାଚନ ପରେ ପରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ସହରାଞ୍ଚଳରେ ବିରୋଧି ବିଜେପିର ଦବଦବା ଥିବାରୁ ବିଜେଡ଼ି ପାଇଁ ଏହି ନିର୍ବାଚନ ସଂଘର୍ଷପୂର୍ଣ୍ଣ ହେବ । ଅକ୍ଟୋବର ବେଳକୁ ରାଜ୍ୟ ସମବାୟ ବ୍ୟାଙ୍କର ନିର୍ବାଚନ ହେବ । ଏହା ପୂର୍ବରୁ ପ୍ରାଥମିକ ସମବାୟ ଓ ଜିଲ୍ଲା ସ୍ତରରେ ନିର୍ବାଚନ ହେବ । ଯଦିଓ ଦଳୀୟ ଚିହ୍ନରେ ନିର୍ବାଚନ ହେବ ନାହିଁ, ତଥାପି ଏହା ସାଧାରଣ ନିର୍ବାଚନଠାରୁ ମଧ୍ୟ କିଛି କମ୍ ନୁହେଁ । ଏହା ସାଙ୍ଗକୁ ବିଧାନ ପରିଷଦ ଗଠନର ସମ୍ଭାବନା ବି ବଢିବାରେ ଲାଗିଛି । ଏହା ବାସ୍ତବ ରୂପ ନେଲେ ବିଜେଡ଼ି ପାଖରେ ଆଉ ଏକ ସୁଯୋଗ ଆସିବ.  ସୁଯୋଗ ସାଙ୍ଗରେ ହାଇକମାଣ୍ଡ କଡ଼ା ଆହ୍ୱାନର ସମ୍ମୁଖିନ ହେବେ । ତେବେ ବିଜେଡ଼ି ସବୁ ଆହ୍ୱାନକୁ ସବୁବେଳେ ସଫଳତାର ସହ ମୁକାବିଲା କରିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ଦଳୀୟ ମୁଖପାତ୍ର କହିଛନ୍ତି ।

୨୦୧୯ ବିଜେଡ଼ି ପାଇଁ ସଫଳ ବର୍ଷ ଥିଲା । ଲାଗାତାର ପଞ୍ଚମ ଥର ପାଇଁ କ୍ଷମତାକୁ ଆସି ବିଜେଡ଼ି ରେକର୍ଡ଼ କରିଥିଲା । ଏବେ ୨୦୨୦ ବିଜେଡ଼ି ପାଇଁ କେତେ ସଫଳ ହେଉଛି, କେତେ ଆହ୍ୱାନ ରହୁଛି, ସ୍ଥିତି ମୁକାବିଲା କରିବାରେ କେତେ ସକ୍ଷମ ହେଉଛି, ଏସବୁ ଉପରେ ସମସ୍ତଙ୍କ ନଜର ରହିବ ।