CAA protest: ୟୁପିରେ ୧୦ ମୃତ
Advertisement

CAA protest: ୟୁପିରେ ୧୦ ମୃତ

ରାଜ୍ୟପାଳଙ୍କ ସହ ଆଲୋଚନା କଲେ ଯୋଗୀ ଆଦିତ୍ୟନାଥ

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ସମଗ୍ର ଦେଶରେ ସିଏଏ ବିରୋଧୀ ନାରା । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ କରୁଛନ୍ତି ଆନ୍ଦୋଳନକାରୀ । ବିଭିନ୍ନ ସ୍ଥାନରେ ଏହା ହିଂସାର ରୂପ ନେଇଛି । ଆଜି ବିହାର ବନ୍ଦ ଡାକରା ଦେଇଛି ଆରଜେଡି । ଉତ୍ତରପ୍ରଦେଶରେ ସର୍ବାଧିକ ୧୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହେଲାଣି । ପୋଲିସ ଗୁଳିରେ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସ୍ଥିତି ଆହୁରି ବିଗୁଡୁଥିବାରୁ ରାଜ୍ୟପାଳ ଆନନ୍ଦିବେନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ସିଏଏ ହିଂସା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଏପର୍ଯ୍ୟନ୍ତ ୧୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ହେଲାଣି ।  ଫିରୋଜାବାଦ, କାନପୁର, ବିଜନୋର, ସମ୍ଭାଲ ଏବଂ ମୀରଟରେ ୨ ଜଣ ଲେଖାଁଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୁରା ସ୍ଥିତି ଉପରେ ନଜର ରଖାଯାଇଛି । ବିକ୍ଷୋଭକାରୀଙ୍କ ଗତିବିଧି ଉପରେ ପୁରା ନଜର ରଖାଯାଇଛି । 

ହିଂସାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ, ମୀରଟ, ବିଜନୋର,  ସମ୍ଭଲ, ଫୋରଜାବାଦ, କାନପୁର, ମୋରଦାବାଦ, ବାହରିଚ, ବୁଲନ୍ଦଶହର, ମୁଜାଫରନଗର ଇତ୍ୟାଦି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ସୁରକ୍ଷାକର୍ମୀ ଆଲର୍ଟ ରହିଛନ୍ତି । ପୁରା ସ୍ଥିତି ଉପରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ସେ ଅପିଲ କରିଛନ୍ତି । କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନ କରିବାକୁ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।

ଆହୁରି ପଢନ୍ତୁ; 'ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକ ଦେଶର ଶତ୍ରୁ'