CAB: ରାଜ୍ୟସଭାରେ ଜାରି ରହିଛି ଚର୍ଚ୍ଚା, କଂଗ୍ରେସ କରୁଛି ଦୃଢ ବିରୋଧ
Advertisement
Article Detail0/zeeodisha/odisha608274

CAB: ରାଜ୍ୟସଭାରେ ଜାରି ରହିଛି ଚର୍ଚ୍ଚା, କଂଗ୍ରେସ କରୁଛି ଦୃଢ ବିରୋଧ

ବିଲ୍ ଉପସ୍ଥାପନ ପରେ କେନ୍ଦ୍ର ଗୃହମନ୍ତ୍ରୀ ବିରୋଧୀଙ୍କ ମୁସଲିମ ବିରୋଧୀ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି

file photo

ନୂଆଦିଲ୍ଲୀ: ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍ ଉପରେ ଜାରି ରହିଛି ଚର୍ଚ୍ଚା । ବିଲ୍ ଉପସ୍ଥାପନ ପରେ କେନ୍ଦ୍ର ଗୃହମନ୍ତ୍ରୀ ବିରୋଧୀଙ୍କ ମୁସଲିମ ବିରୋଧୀ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ଭାରତର ମୁସଲମାନ ଭାରତୀୟ ଥିଲେ ଓ ରହିବେ ବୋଲି ଶାହ କହିଛନ୍ତି । ବିଲ୍ ଉପସ୍ଥାପନ ପରେ ସଭରକର ଓ ଟୁ ନେସନ ଥିଓରୀକୁ ନେଇ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛି କଂଗ୍ରେସ । ବିଜେପି ଇତିହାସକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଧର୍ମ ଆଧାରରେ ନାଗରିକତା ଅଧିକାରକୁ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ବିରୋଧ କରିଥିବାବେଳେ ଧର୍ମ ଆଧାରରେ ନାଗରିକତା ସଂଶୋଧନ ବିଲ୍ ଆଗତ କରାଯାଇନାହିଁ ବୋଲି ଜବାବ ରଖିଛନ୍ତି ଜେପି ନଡ୍ଡା 

ରାଜ୍ୟସଭାରେ ବିଲ ପାସ୍ କରାଯାଇବାକୁ ୧୨୧ ଭୋଟର ଆବଶ୍ୟକତା ରହିଛି । ରାଜ୍ୟସଭାରେ ଏବେ ୨୪୦ ସଦସ୍ୟ ଅଛନ୍ତି । ବିଜେପି ନିକଟରେ ୮୩ ସାଂସଦ ଥିବାବେଳେ ଶିବସେନା, ବିଜେଡି, YSRCP,TDP ସମର୍ଥନ କରିବା ସମ୍ଭାବନା ରହିଛି । ସେପଟେ ବିଲକୁ କଂଗ୍ରେସ ସମେତ TMC, SP, BSP, PDP, CPI ବିରୋଧ କରିଛନ୍ତି । ଦେଶର କୋଟି କୋଟି ଲୋକଙ୍କ ପାଇଁ ନାଗରିକତା ବିଲ୍ ଗୁରୁତ୍ୱ ବହନ କରୁଛି ବୋଲି  ଶାହ କହିଛନ୍ତି । ଏଥିସହ ଏହି ବିଲ୍ ଆସିଲେ ଶରଣାର୍ଥୀଙ୍କୁ ଅଧିକାର ଓ ସମ୍ମାନ ମିଳିବ ବୋଲି ସେ କହିଛନ୍ତି । ଏଥିପାଇଁ ବହୁମତ ପାଇଁ ୧୨୧ ସମର୍ଥନ ଆବଶ୍ୟକ । ବିଜେପି ପାଖରେ ୧୨୪-୧୩୦ ଭୋଟ ରହିଥିବା ସୂଚନା ରହିଛି ।

ନାଗରିକତା ସଂଶୋଧନ ବିଲ୍ କୁନେଇ ଆଜି ସାରା ଦେଶରେ ଆନ୍ଦୋଳନ କରୁଛି କଂଗ୍ରେସ ... ଲୋକସଭାରେ CAB ବିଲ୍ ପାରିତ ହେବା ପରେ ସାରା ବିଭିନ୍ନ ରାଜନୈତିକ ଦଳ ବିରୋଧ କରିବା ସହ କଂଗ୍ରେସ ଏହାକୁ ଜୋରଦାର ବିରୋଧ ପ୍ରଦର୍ଶନ କରିଛି । ରାଜ୍ୟ କଂଗ୍ରେସ ମଧ୍ୟ ଏହାକୁ ଜୋରଦାର ବିରୋଧ କରିଛି ।