Trending Photos
ନୂଆଦିଲ୍ଲୀ: ବିଜେପି ନେତା କପିଲ ମିଶ୍ରଙ୍କ ବିବାଦୀୟ ଟ୍ୱିଟ । ନିଜ ଟ୍ୱିଟରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ଦୀପାବଳିରେ ବାଣଫୁଟା ବନ୍ଦ କରି ପ୍ରଦୂଷଣ କମାଇବା ଦରକାର ନାହିଁ । ବରଂ ଜନସଂଖ୍ୟା କମାଇବା ଦରକାର ବୋଲି ସେ ଟ୍ୱିଟ କରିଥିଲେ । ତେବେ ନିଜ ଟ୍ୱିଟରେ ସେ ଯେଉଁ ଫଟୋ ବ୍ୟବହାର କରିଥିଲେ, ତାକୁ ନେଇ ତାଙ୍କ ବିରୋଧରେ ଏତଲା ଦିଆଯାଇଛି ।
ଗତକାଲି ଏହି ଟ୍ୱିଟ କରିଥିଲେ କପିଲ । ସେ ଯେଉଁ ଟ୍ୱିଟ କରିଛନ୍ତି, ସେଥିରେ ପ୍ରଦୂଷଣର କାରଣ ଜନସଂଖ୍ୟା ବୃର୍ଦ୍ଧି ଭାବରେ ଦର୍ଶାଯାଇଛି । ହେଲେ ଏଥିପାଇଁ ଯେଉଁ ଫଟୋ ବ୍ୟବହାର କରିଥିଲେ, ତାହା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଆକ୍ଷେପ କରାଯାଇଥିବା ଅଭିଯୋଗ ହୋଇଛି । ଏକ ଯୌଥ ପରିବାରର ଫଟୋ ଟ୍ୱିଟ କରିଥିଲେ କପିଲ ମିଶ୍ର । ଲେଖିଥିଲେ, ପ୍ରଦୂଷଣ କମାଇବା ପାଇଁ ବାଣଫୁଟା କମ କରିବା ଦରକାର ନାହିଁ । ବରଂ ଏକକ ପରିବାର ଉପରେ ଗୁରୁତ୍ୱ ଦିଆଯିବା ଦରକାର ।
କପିଲଙ୍କ ଏହି ଟ୍ୱିଟ ଭାଇରାଲ ହେବାରେ ଲାଗୁଛି । ହଜାର ହଜାର କମେଣ୍ଟ ଆସୁଛି । କିଛି ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ତୀବ୍ର ବିରୋଧ କରୁଛନ୍ତି । ସକେତ ଗୋଖଲେ ନାମକ ଜଣେ ବ୍ୟକ୍ତି କପିଲଙ୍କ ନାଁରେ ଏତଲା ଦେଇଛନ୍ତି ।