ବିଜେପି ଭାଙ୍ଗିବ ଶିବସେନା, ଫଡନାବିସଙ୍କୁ ୪୫ ବିଧାୟକଙ୍କ ସମର୍ଥନ!
Advertisement
Article Detail0/zeeodisha/odisha590567

ବିଜେପି ଭାଙ୍ଗିବ ଶିବସେନା, ଫଡନାବିସଙ୍କୁ ୪୫ ବିଧାୟକଙ୍କ ସମର୍ଥନ!

ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଲାଗି ରହିଛି କୁସ୍ତି ଯୁଦ୍ଧ । ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଦୁଇ ଦଳ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଥିବାର ନଜରକୁ ଆସୁଛି । ଗୋଟିଏ ପଟେ ଶିବସେନା ୫୦-୫୦ ଫର୍ମୁଲା ଅନ୍ତର୍ଗତ ବିଜେପି  ସହ ସରକାର ଗଢିବା କଥା କହୁଛି । ଅନ୍ୟପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଏହି କ୍ରମରେ ମୁଁ ହିଁ ଆଗାମୀ ୫ ବର୍ଷ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି ବୋଲି ସ୍ପଷ୍ଟ କରିଛନ୍ତି ଦେବେନ୍ଦ୍ର ଫଡନାବିସ ।   

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ୱାଇ: ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଲାଗି ରହିଛି କୁସ୍ତି ଯୁଦ୍ଧ । ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଦୁଇ ଦଳ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଥିବାର ନଜରକୁ ଆସୁଛି । ଗୋଟିଏ ପଟେ ଶିବସେନା ୫୦-୫୦ ଫର୍ମୁଲା ଅନ୍ତର୍ଗତ ବିଜେପି  ସହ ସରକାର ଗଢିବା କଥା କହୁଛି । ଅନ୍ୟପଟେ ବିଜେପି ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ନାରାଜ । ଏହି କ୍ରମରେ ମୁଁ ହିଁ ଆଗାମୀ ୫ ବର୍ଷ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବି ବୋଲି ସ୍ପଷ୍ଟ କରିଛନ୍ତି ଦେବେନ୍ଦ୍ର ଫଡନାବିସ ।   

ଏହାସହ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଓ ବିଜେପି ମଧ୍ୟରେ କୌଣସି ଚୁକ୍ତି ହୋଇ ନାହିଁ । ଶିବସେନାକୁ ୨.୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବା କୌଣସି ପ୍ରତିଶ୍ରୃତି କରି ନାହିଁ ବିଜେପି । ସେହିପରି ବିଜେପିର ସାଂସଦ ସଞ୍ଜୟ କାକଡେ ଦାବି କରିଛନ୍ତି ଯେ, ଶିବସେନାର ୪୫ ଜଣ ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି । ସେମାନେ ବିଜେପି ସହ ମିଶି ରାଜ୍ୟରେ ସରକାର ଗଢିବାକୁ ଚାହୁଁଛନ୍ତି । ସେମାନେ ଲଗାତର ଆମକୁ କଲ କରି କହୁଛନ୍ତି ଯେ ଆମକୁ ସରକାରରେ ସାମିଲ କରାଯାଉ । ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ବିଧାନସଭାରେ ଶିବସେନା ୫୬ଟି ଆସନ ଜିତିଛି ।  

ଅନ୍ୟପକ୍ଷେ ସଞ୍ଜୟ ରାଉତଙ୍କ କହିବା କଥା ହେଲା, ଶିବସେନା ପାଖରେ ବିଜେପି ବ୍ୟତୀତ ଅନ୍ୟ ବିକଳ୍ପ ବି ଅଛି । କିନ୍ତୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅନ୍ୟ ବିକଳ୍ପକୁ ଆପଣାଇ ପାପ କରିବାକୁ ଚାହୁଁନାହାଁନ୍ତି । ଶିବସେନା ସବୁବେଳେ ସତ୍ୟ ରାଜନୀତି ଉପରେ ବିଶ୍ୱାସ କରେ । ଆମେ କ୍ଷମତା ପାଇଁ ଭୋକିଲା ନୋହୁଁ ବୋଲି କହିଛନ୍ତି ସଞ୍ଜୟ । 

ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ, ବିଜେପି-ଶିବସେନା ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ମିଳିଛି ସତ କିନ୍ତୁ ଗତଥର ଅପେକ୍ଷା ବିଜେପିର ଆସନ ସଂଖ୍ୟା କମ ହୋଇଛି । ଯାହାର ଫାଇଦା ସହଯୋଗୀ ଶିବସେନା ଉଠାଇବାକୁ ଚାହୁଁଛି ।  ବର୍ତ୍ତମାନ ଶିବସେନାର ଆଖି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ ଓ ଏନସିପି ମଧ୍ୟ ଶିବସେନାକୁ ସମର୍ଥନ ଦେଇ ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି ।

ଅନ୍ୟପକ୍ଷେ ବିଗତ ଦିନରେ କଂଗ୍ରେସ ସଙ୍କେତ ଦେଇଥିଲା ଯେ ସେ ଶିବସେନା ନେତୃତ୍ୱାଧୀନ ସରକାରକୁ ସମର୍ଥନ ଦେଇପାରେ । ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଥିଲେ ଯେ, ଆମେ ଏହା ଉପରେ ଶିବସେନା ସହ କୌଣସି ଆଲୋଚନା କରିନାହୁଁ । ଯଦି ଏପରି କିଛି ସ୍ଥିତି ଆସୁଛି, ତେବେ ହାଇକମାଣ୍ଡ ଏହାର ନିଷ୍ପତ୍ତି ନେବେ । 

ଗତ ଶୁକ୍ରବାର ଏନସିପିର ବରିଷ୍ଠ ନେତା ଛଗନ ଭୁଜବଲ କହିଥିଲେ ଯେ, ଶିବସେନାକୁ ଖୋଲା ଅଫର ଦେଉଛି, ସେମାନେ ମୁଖ୍ୟମନ୍ତ୍ରୀ ପଦ ନେଇ ଆମ ସହ ମିଶି ସରକାର ଗଢନ୍ତୁ । ବିଜେପି ସହ ସରକାର ଗଢିଲେ ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ କିନ୍ତୁ ଆମ ସହ ଆସିଲେ ମୁଖ୍ୟମନ୍ତ୍ରୀ ପଦ ମିଳିବ । ବର୍ତ୍ତମାନ ଶିବସେନା ସ୍ଥିର କରୁ ସେ କଣ କରିବ ।

ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହ୍ୱାନଙ୍କ ଏକ ମନ୍ତବ୍ୟ ମଧ୍ୟ ସମସ୍ତଙ୍କୁ ଚକିତ କରିଦେଇଥିଲା ।  ବିଜେପିକୁ ରାଜ୍ୟ କ୍ଷମତାରୁ ଦୂରେଇ ରଖିବା ପାଇଁ ଶିବସେନା ସହ ହାତ ମିଶାଇ ପାରନ୍ତି ଏନସିପି ଓ କଂଗ୍ରେସ । ଚୌହ୍ୱାନ କହିଛନ୍ତି ଯେ, ନିର୍ବାଚନୀ ଫଳାଫଳ ଆସିବା ସହ ମହାରାଷ୍ଟ୍ରରେ ଆଗାମୀ ସରକାର ଗଢିବାର ରୋଚକ ସମ୍ଭାବନା ମଧ୍ୟ ଦେଖା ଦେଇଛି । 

ଚଳିତ ନିର୍ବାଚନରେ ମହାରାଷ୍ଟ୍ରର ୨୮୮ଟି ଆସନରୁ ବିଜେପିକୁ ୧୦୫, ଶିବସେନାକୁ ୫୬, ଏନସିପିକୁ ୫୪, କଂଗ୍ରେସକୁ ୪୪ ଓ ଅନ୍ୟାନ୍ୟକୁ ୨୯ଟି ଆସନ ମିଳିଛି । ୨୦୧୪ ବିଧାନସଭା ନିର୍ବାଚନରେ ଫଳାଫଳ ଅନୁସାରେ ବିଜେପିକୁ ୧୨୨, ଶିବସେନା ୬୩, କଂଗ୍ରେସ ୪୨ ଓ ଏନସିପିକୁ ୪୧ଟି ଆସନ ମିଳିଥିଲା । ଯଦି ଶିବସେନା, କଂଗ୍ରେସ ଓ ଏନସିପି ଏକାଠି ଆସିବେ ତେବେ ୧୬୦ଟି ଆସନ ହୋଇଯିବ । ଯାହା ସରକାର ଗଢିବା ପାଇଁ ଯଥେଷ୍ଟ ।