ବିଧାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ କହିଲେ ମୋ ପାଇଁ ବୃହତ କ୍ଷତି
Advertisement
Article Detail0/zeeodisha/odisha613276

ବିଧାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀ କହିଲେ ମୋ ପାଇଁ ବୃହତ କ୍ଷତି

ମଧ୍ୟପ୍ରଦେଶ ଜୌରାର କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କ ପରଲୋକ । ଶନିବାର ସକାଳ ୬।୩୦ ମିନିଟ ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ବିଧାୟକଙ୍କ ମୃତ୍ୟୁ ଖବର ଆସିବା ପରେ ଟ୍ୱିଟ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଜୌରାର କଂଗ୍ରେସ ବିଧାୟକ ବନୱାରୀ ଲାଲ ଶର୍ମାଙ୍କ ପରଲୋକ । ଶନିବାର ସକାଳ ୬।୩୦ ମିନିଟ ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ବିଧାୟକଙ୍କ ମୃତ୍ୟୁ ଖବର ଆସିବା ପରେ ଟ୍ୱିଟ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ । 

ଦୀର୍ଘ ଦିନ ହେଲା ବିଧାୟକ ବନୱାରୀ ଲାଲ ଶର୍ମା କ୍ୟାନସରରେ ପୀଡିତ ଥିଲା । ଭୋପଲର ଏକ ଘରୋଇ ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳୁ ହଠାତ ତାଙ୍କ ରକ୍ତ ଚାପ କମି ଯାଇଥିଲା । ସେପଟେ ବିଧାୟକଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ମେଡିକାଲରେ କଂଗ୍ରେସ ନେତାଙ୍କ ଭିଡ ଜମିଛି । କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସେ ବହୁ ନିକଟତର ଥିଲେ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟ ଟ୍ୱିଟ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶର୍ମାଜୀଙ୍କ ମୃତ୍ୟୁ ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ ବଡ କ୍ଷତି ବୋଲି କହିଛନ୍ତି କମଲନାଥ । ସ୍ୱର୍ଗତ ବିଧାୟକଙ୍କ ସଦଗତି କାମନା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । 

ଆହୁରି ପଢନ୍ତୁ; 'ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକ ଦେଶର ଶତ୍ରୁ'