ଡାକୁଛି ଫାଶୀ ଖୁଣ୍ଟ !
Advertisement
Article Detail0/zeeodisha/odisha611722

ଡାକୁଛି ଫାଶୀ ଖୁଣ୍ଟ !

ଗତକାଲି ଏହି ମାମଲାରୁ  ଓହରି ଯାଇଥିଲେ ପ୍ରଧାନ  ବିଚାରପତି ଜଷ୍ଟିସ୍ ଏ.ଏସ୍. ବୋବଡ଼େ I 

ଡାକୁଛି ଫାଶୀ ଖୁଣ୍ଟ !

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଅକ୍ଷୟର ପୁନର୍ବିଚାର ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି I  ଦୋଷୀ ଅକ୍ଷୟ କୁମାର ସିଂହଙ୍କ ରିଭ୍ୟୁ ପିଟିସନ ଉପରେ ଶୁଣାଣି I  ମାମଲାର ଶୁଣାଣି କରୁଛନ୍ତି ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ I  ଜଷ୍ଟିସ ଭାନୁମତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଆଜି ହେବ ଶୁଣାଣି I ଗତକାଲି ଏହି ମାମଲାରୁ  ଓହରି ଯାଇଥିଲେ ପ୍ରଧାନ  ବିଚାରପତି ଜଷ୍ଟିସ୍ ଏ.ଏସ୍. ବୋବଡ଼େ I

ତେବେ ଶୁଣାଣି କାଳରେ ଦୋଷୀ ଅକ୍ଷୟର ଓକିଲ ଏ. ପି. ସିଂହ ଯୁକ୍ତି କରିଥିଲେ ଯେ, ପୀଡ଼ିତାଙ୍କ ବନ୍ଧୁଙ୍କ ଇଣ୍ଟରଭ୍ୟୁ ଦ୍ୱାରା ମାମଲା ପ୍ରଭାବିତ ହୋଇଛି I ପୀଡ଼ିତାଙ୍କ ବନ୍ଧୁ ଅର୍ଥ ନେଇ ଇଣ୍ଟରଭ୍ୟୁ ଦେଇଥିଲେ I ପୀଡ଼ିତାଙ୍କ ବନ୍ଧୁଙ୍କ ଇଣ୍ଟରଭ୍ୟୁ ମାମଲାକୁ ପ୍ରଭାବିତ କରିଛି । ଅପରପକ୍ଷରେ ସୁପ୍ରିମକୋର୍ଟ କହିଲେ, ବର୍ତ୍ତମାନ ଏସବୁ ଦଲିଲର ମହତ୍ତ୍ୱ କ'ଣ? ସେପଟେ ଅକ୍ଷୟର ଓକିଲ କହିଥିଲେ, ଦିଲ୍ଲୀ ଏବେ ଏକ ଗ୍ୟାସ ଚାମ୍ବରରେ ପରିଣତ ହୋଇ ସାରିଛି । ତେଣୁ ସେମିତିରେ ବି ଏଠାକାର ବିଷାକ୍ତ ବାୟୁମଣ୍ଡଳରେ ଜୀବନଧାରଣ କରିବା ଅସମ୍ଭବ । ଏପରି ସ୍ଥଳେ ଫାଶୀ ଦଣ୍ଡାଦେଶ କ'ଣ ନିହାତି ଆବଶ୍ୟକ ? ଏଥିସହ ଅକ୍ଷୟ ସିଂହର ଓକିଲ ଏପି ସିଂହ ଆହୁରି କିଛି ଯୁକ୍ତି ବାଢ଼ିଥଇଲେ । ଯେପରିକି ଜେଲରେ ୨୦୧୩ରେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ଅନ୍ୟତମ ଦୋଷୀ ରାମ ସିଂହର ଭିସେରା ରିପୋର୍ଟରେ ସେ ଆଲକୋହଲ କଞ୍ଜ୍ୟୁମ୍ କରିଥିବା ବାହାରିଥିଲା । ତେବେ ଜେଲରେ ସେ ମଦ କେଉଁଠୁ ପାଇଲା? 

ତେବେ ୨୦୧୨ ଡିସେମ୍ବର ୧୬ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନିର୍ଭୟା । ୧୨ ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଶେଷକୁ ୨୯ ଡିସେମ୍ବରରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା । ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ୨୦୧୭ରେ ରିଭ୍ୟୁ ପିଟିସନ ଦାୟର କରିଥିଲେ । ଅକ୍ଷୟ, ପବନ ଗୁପ୍ତା, ବିନୟ ଶର୍ମା, ମୁକେଶ ସିଂ ଓ ରାମ ସିଂ ଏହି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ରାମ ସିଂ ୨୦୧୩ରେ ଜେଲ ଭିତରେ ଆତ୍ମହତ୍ୟା କରିଥିଲା ।  ଅନ୍ୟତମ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରିଥିଲା, ଯାହାକୁ ପରେ ସେ ପ୍ରତ୍ୟାହାର ମଧ୍ୟ କରି ନେଇଥିଲା । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇସାରିଛି । ଏଣୁ ଆଜିି ଅକ୍ଷୟର ପୁନର୍ବିଚାର ଆବେଦନ ଖାରଜ ହେଲେ ଫାଶୀ ପ୍ରକ୍ରିୟା ଆଗକୁ ବଢିବା ସମ୍ଭାବନା ବଢିଯିବ ।