ଆସନ୍ତା ୨୬ରେ ହେବନି ରାଜ୍ୟସଭା ନିର୍ବାଚନ
Advertisement

ଆସନ୍ତା ୨୬ରେ ହେବନି ରାଜ୍ୟସଭା ନିର୍ବାଚନ

ଆସନ୍ତା ଏପ୍ରିଲ ମାସରେ ୧୭ ରାଜ୍ୟର ୫୫ ରାଜ୍ୟସଭା ଆସନ ଖାଲି ହେଉଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ପାଇଁ ସ୍ଥଗିତ ରହିଲା ରାଜ୍ୟସଭା ନିର୍ବାଚନ । ଆସନ୍ତା ୨୬ ତାରିଖରେ ୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ କୋରୋନାକୁ ଆଖିଆଗରେ ରଖି ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ର ନିର୍ବାଚନ କମିଶନ ପରବର୍ତ୍ତୀ ତାରିଖ ଘୋଷଣା କରିବେ ବୋଲି ଜଣାପଡ଼ିଛି । କୋରୋନା ମୁକାବିଲା ଏବେ ଦେଶ ପାଇଁ ବଡ଼ ଆହ୍ୱାନ ହୋଇଥିବା ବେଳେ ସ୍ଥିତି ସ୍ୱାଭାବିକ ହେବା ପରେ ହିଁ ରାଜ୍ୟସଭା ନିର୍ବାଚନ ହେବା ଆଶା କରାଯାଉଛି । 

କହିରଖୁଛୁ, ଆସନ୍ତା ଏପ୍ରିଲ ମାସରେ ୧୭ ରାଜ୍ୟର ୫୫ ରାଜ୍ୟସଭା ଆସନ ଖାଲି ହେଉଛି । ଏହି ସମସ୍ତ ଆସନରେ ଆସନ୍ତା ୨୬ ତାରିଖରେ ନିର୍ବାଚନ ହେବାର ଥିଲା । ଏଥିପାଇଁ ନାମାଙ୍କନ ମଧ୍ୟ ସରିସାରିଛି । ସେହିପରି ୩୭ ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ୧୮ ଆସନ ପାଇଁ ନିର୍ବାଚନ ହେବାର ଅଛି ।