କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର
Advertisement
Article Detail0/zeeodisha/odisha669379

କୋରୋନାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର

ଗତ ମଙ୍ଗଳବାର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଯାହା ରହିଥିଲା, ତାର ୯.୯ ପ୍ରତିଶତ ଲୋକ ସୁସ୍ଥ ହୋଇସାରିଥିଲେ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନାକୁ ନେଇ ଦେଶ ପାଇଁ ଆଶ୍ୱସ୍ତିକର ଖବର । ଯେତେବେଳେ ସମଗ୍ର ବିଶ୍ୱ ଏବେ କୋରୋନାକୁ ନେଇ ଚିନ୍ତାରେ ପଡ଼ିଛି, ସେହି ସମୟରେ ଭାରତ ପାଇଁ କିଛି ଆଶ୍ୱସ୍ତିକର ଖବର ଆସିଛି । ଯଦିଓ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତେବେ ସୁସ୍ଥ ହେଉଥିବା ଲୋକଙ୍କ ପ୍ରତିଶତ ମଧ୍ୟ ବଢ଼ିଛି । 

ଏବେ ଗୋଟିଏ ସପ୍ତାହର ପରିସଂଖ୍ୟାନ ଦେଖିଲେ ଆପଣ ଭଲ ଭାବେ ବୁଝିପାରିବେ । ଗତ ମଙ୍ଗଳବାର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଯାହା ରହିଥିଲା, ତାର ୯.୯ ପ୍ରତିଶତ ଲୋକ ସୁସ୍ଥ ହୋଇସାରିଥିଲେ । ସେହିପରି ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟା ଯାହା ରହିଥିଲା, ତାର ୧୧.୪୧ ପ୍ରତିଶତ ଲୋକ ସୁସ୍ଥ ହୋଇସାରିଥିଲେ । ଯଦି ଗୁରୁବାର କଥା ଦେଖିବା, ଏହା ଥିଲା ୧୨.୨ ପ୍ରତିଶତ । ସେହିପରି ଶୁକ୍ରବାର ଏହା ରହିଥିଲା ୧୩.୦୬ ପ୍ରତିଶତ । 

ଆଉ ଶନିବାର ସକାଳ ୯ଟା ମଧ୍ୟରେ ମିଳିଥିବା ରିପୋର୍ଟ କହୁଛି, ଏହା ୧୩.୮୫ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତିକି ରହିଛି, ତାର ୧୩.୮୫ ପ୍ରତିଶତ ସୁସ୍ଥ ହୋଇସାରିଲେଣି । ଆଜିର ରିପୋର୍ଟ କହୁଛି, ବର୍ତ୍ତମାନ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୭୮ । ତେବେ ଏମାନଙ୍କ ମଧ୍ୟରୁ ୧୯୯୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।