ପାଞ୍ଚ ଦିନ ପରେ ଘରକୁ ଫେରିଲେ ଡାକ୍ତର, ପରିବାର ସହିତ ଏମିତି କାଟିଲେ ସମୟ
Advertisement

ପାଞ୍ଚ ଦିନ ପରେ ଘରକୁ ଫେରିଲେ ଡାକ୍ତର, ପରିବାର ସହିତ ଏମିତି କାଟିଲେ ସମୟ

କୋରୋନା ବିଶ୍ୱ ଯୁଦ୍ଧର ଅସଲି ଯୋଦ୍ଧା ଡାକ୍ତର

ପାଞ୍ଚ ଦିନ ପରେ ଘରକୁ ଫେରିଲେ ଡାକ୍ତର, ପରିବାର ସହିତ ଏମିତି କାଟିଲେ ସମୟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନା ବିପକ୍ଷରେ ଲଢେଇ ଜାରି ରହିଛି। ଆଉ ଏହି ଯୁଦ୍ଧରେ ପ୍ରମୁଖ ଭୁମିକା ତୁଲାଉଛନ୍ତି ଡାକ୍ତର। ଦେଶର ଅନେକ ଡାକ୍ତର ଦିନ ଦିନ ଧରି କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛନ୍ତି। ଦିନ ଦିନ ଧରି ରୋଗୀଙ୍କ ଚିକିତ୍ସାରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ଏପରିକି ନିଜର ପରିବାରକୁ ଭୁଲି ଯାଇ ପ୍ରଥମେ ଦେଶ ପାଇଁ ନିଜକୁ ଉତ୍ସର୍ଗ କରୁଛନ୍ତି। 

ତେବେ ମଧ୍ୟପ୍ରଦେଶର ଭୋପାଳରେ ରହୁଥିବା ଜଣେ ଡାକ୍ତରଙ୍କର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଦୀର୍ଘ ୫ ଦିନ ପରେ ସେ ଘରକୁ ଫେରିଥିବା ଜଣାପଡ଼ିଛି। ଉକ୍ତ ଡାକ୍ତର ଜଣକ ହେଉଛନ୍ତି ଭୋପାଳର ଚିଫ ମେଡ଼ିକାଲ ହେଲଥ ଅଫିସର ଡାକ୍ତର ସୁଧୀର ଦେହରିଆ। ଭାଇରାଲ ଫଟୋରେ ଡାକ୍ତର ଦେହରିଆ ନିଜ ଘର ବାହାରେ ବସି ଚା ପିଉଥିବାର ଦେଖିବାକୁ ମିଳିଛି। 

ଡାକ୍ତର ନିଜ ପରିବାର ସଦସ୍ୟଙ୍କ ଠାରୁ ଦୂରରେ ବସିଥିବାର ଉକ୍ତ ଫଟୋରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ସେ ପାଞ୍ଚ ଦିନ ଓ ରାତି ଧରି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେପଟେ ଡାକ୍ତର ଦେହରିଆଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି। ଲୋକମାନେ ତାଙ୍କୁ ଏହି ଯୁଦ୍ଧ ଅସଲି ଯୋଦ୍ଧା ବୋଲି କହିଛନ୍ତି।