କୋଭିଡ19 upadte: ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର
Advertisement

କୋଭିଡ19 upadte: ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର

କୋରୋନା ମହାମାରୀ ଯୋଗୁଁ  ବ୍ୟାପକ ପରିମାଣରେ  କ୍ଷତିଗ୍ରସ୍ତ ହୋଇଛି  ବିଶ୍ୱରୁ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା |  

 କୋଭିଡ19 upadte: ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର

ୱାଶିଂଟନ: କୋଭିଡ19 ମାଡରେ ଘାଇଲା ହୋଇଛି ବିଶ୍ୱରୁ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା |  ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ପାର କରିସାରିଛି | ଏହି ଦେଶରେ ଏବେ ମୋଟ ୨୦ଲକ୍ଷ୨୬ହଜାର ୫୯୭ କୋଭିଡ19 ପଟିଟିଭ ଥିବା ବେଳେ ୬୬୮୩ଟି ନୂଆ ମାମଲା ସମ୍ନାକୁ ଆସିଛି |

ଜୁନ ୮ ତାରିଖ ସୋମବାର ମଧ୍ୟାନ୍ନ ସୁଦ୍ଧା ୱାର୍ଲ୍ଡମିଟର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଗତକାଲି ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧ଲକ୍ଷ ୪୮ ହଜାର ରହିଥିଲା | ଏହା ସହିତ ୬୬ହଜାର ୩୪୨ ମାମଲା ସାମ୍ନାକୁ ଆସିଥିଲା | ଜୁନ ୯ ତାରିଖ ମଙ୍ଗଳବାର ଅପରାହ୍ନ ସୁଦ୍ଧା ବିଶ୍ୱରେ ମୋଟ ପଜିଟିଭଙ୍କ ସଂଖ୍ୟା ୭୨ଲକ୍ଷ ୨୨ ହଜାର ୩୫୩ ରହିଛି |

କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ସୋମବାର ୨୧୫୪ଟି ନୂଆ ମାମଲା ଆସିବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୯୪ ହଜାର ରହିଛି | ଅନ୍ୟପଟେ ତୃତୀୟ ସ୍ଥାନରେ ଥିବା ଋଷିଆରେ ନୂତନ ୮୯୮୫ଟି ମାମଲା ଆସିବା ସହ ଦେଶରେ ପଜିଟିଭଙ୍କ ସଂଖ୍ୟା ୪ଲକ୍ଷ ୭୬ହଜାର ରହିଛି | ୱାର୍ଲ୍ଡମିଟର ୱେବସାଇଟର ଚତୁର୍ଥ ସ୍ଥାନରେ ଥିବା ସ୍ପେନରେ ୨ଲକ୍ଷ ୮୮ ହଜାର ଏବଂ ପଞ୍ଚମରେ ଥିବା ୟୁକେରେ ୨ ଲକ୍ଷ ୮୭ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |  

ଷଷ୍ଠ ସ୍ଥାନରେ ଥିବା ଭାରତରେ ୮୩୪୧ଟି ନୂଆ ମାମଲା ସହ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୫ହଜାର ପାର କରିଛି | ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିବାରେ ଆୟତନ ଦୃଷ୍ଟିରୁ ବିଶ୍ୱର ସର୍ବବୃହତ୍ତ ରାଷ୍ଟ୍ର ଋଷିଆକୁ ପଛରେ ପକାଇଛି ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତ | ଇଟାଲୀରେ ୨.୩୫ ଲକ୍ଷ, ପେରୁରେ ୧.୯୬ ଲକ୍ଷ, ଜର୍ମାନୀରେ ୧.୮୬ ଲକ୍ଷ, ଇରାନରେ ୧.୭୩ ଲକ୍ଷ କୋରୋନା ପଜଟିଭ ଚିହ୍ନଟ ହେବା ସହ କୋରୋନା ଆକ୍ରାନ୍ତ ଦେଶଙ୍କ ତାଲିକାରେ ପ୍ରଥମ ୧୦ଟି ସ୍ଥାନରେ ରହିଥିବା ୱାର୍ଲ୍ଡମିଟର ୱେବସାଇଟରେ ଦର୍ଶାଯାଇଛି | 

ନୂଆ ମାମଲା ସହ ତାଳ ଦେଇ କୋରୋନା ଆକ୍ରାନ୍ତ ଏହି ଉପରୋକ୍ତ ଦେଶରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି | ଜୁନ ୯ ତାରିଖ ମଙ୍ଗଳବାର ଅପରାହ୍ନ ସୁଦ୍ଧା  ୱାର୍ଲ୍ଡମିଟର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଆମେରିକାରେ ମୋଟ ମୃତ୍ୟୁସଂଖ୍ୟା ୧ଲକ୍ଷ୧୩ହଜାର ୦୬୧ ରହିଛି | ବିଗତ ୨୪ ଘଣ୍ଟାରେ ୧୭୭ ଆକ୍ରାନ୍ତ ପ୍ରାଣ ହରାଇଥିବା ଖବର ମିଳିଛି | ୟୁକେରେ ୪୦୫୯୭, ବ୍ରାଜିଲରେ ୩୭,୩୧୨, ଇଟାଲୀରେ ୩୩,୯୬୪, ଫ୍ରାନ୍ସରେ ୨୯୨୦୯, ସ୍ପେନରେ ୨୭,୧୩୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି |