ପରିବା ବଜାରରେ ବାତ୍ୟା ଭୟ
Advertisement

ପରିବା ବଜାରରେ ବାତ୍ୟା ଭୟ

ପୁଣି କନ୍ଦାଇବ ପିଆଜ, ଭିଜିବ ପକେଟ 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ପୁଣି ବଢ଼ିବ ପିଆଜ ଦର । ଆମଦାନୀ କମୁଥିବାରୁ  ୬ରୁ ୧୦ ଟଙ୍କା ବଢ଼ିବ ଦର । ମନ୍ତ୍ରୀଙ୍କ ବୟାନ ପରେ ଚିନ୍ତାରେ ଖାଉଟି । ପରିବା ବଜାରରେ ନିଆଁ ଲଗାଇଲା ବାତ୍ୟା ଭୟ । ୮୦ ଉପରେ ସବୁ ପରିବା ଦର ।

ପୁଣି କନ୍ଦାଇବ ପିଆଜ। ବଢିବ ୬ ରୁ ୧୦ ଟଙ୍କା । ଏଭଳି ଆଶଙ୍କା କରିଛି ରାଜ୍ୟ ଯୋଗାଣ ବିଭାଗ। ଏବେ ପିଆଜ ଦର ପାଖାପାଖି ୭୦ ଟଙ୍କା ଥିବା ବେଳେ ଏହି ଦର ୮୦ ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶରେ ବର୍ଷା ହୋଇ ପିଆଜ ନଷ୍ଟ ହୋଇଥିବାରୁ ଆଵଶ୍ୟକୀୟ ପରିମାଣର ପିଆଜ ଆସୁନାହିଁ ଯେଉଁଥ ପାଇଁ ସର ଦେଶରେ ଏବେ ପିଆଜ ସଙ୍କଟ ଦେଖାଦେଇଛି । ଅନ୍ୟପଟେ ବାତ୍ୟା ଭୟରେ ଏବେ ପରିବା ଦର ମଧ୍ୟ ଆକାଶ ଛୁଆଁ ରହିଛି । 

ପୁଣି କନ୍ଦାଇବ ପିଆଜ, ଭିଜିବ ପକେଟ । ଆହୁରି ୬ରୁ ୧୦ ଟଙ୍କା ବଢିବା ନେଇ ବିଭାଗୀୟ ମନ୍ତ୍ରୀଙ୍କ ବୟାନ ସାଧାରଣ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପିଆଜି ଆମଦାନି ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ବର୍ଷା ହେଉଥିବାରୁ ଦର ବୃଦ୍ଧି ହେଉଛି । ବଜାରରେ ଏବେ ପିଆଜ ଦର ୬୫ ରୁ ୭୦ ଟଙ୍କା ଥିବା ବେଳେ, ୧୦ ଟଙ୍କା ବୃଦ୍ଧି ପାଇଲେ, ପିଆଜ ଦର ୮୦ ଟଙ୍କା ଛୁଇଁବ । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାରେ ମଧ୍ୟ ପିଆଜ କଳାବଜାରୀ ହେବାର ସମ୍ଭାବନା ରହିଥିବା ବେଳେ, ନଜର ରଖାଯାଇଥିବା କହିଛନ୍ତି ବହିଭାଗୀୟ ମନ୍ତ୍ରୀ । ଏପଟେ ଦେଖିଲେ ଖାଲି ପିଆଜ ଦର ନୁହେଁ, ବାତ୍ୟା ଖବର ଶୁଣି, ପରିବା ବଜାରରେ ନିଆଁ ଲାଗିଛି  । ପିଆଜ ୭୦କୁ ପୋଟଳ କିଲୋ ପ୍ରତି ଦର ରହିଛି ୮୦ ଟଙ୍କା । ସେହିପରି ଭେଣ୍ଡି ୮୦କୁ, ଟମାଟୋ ୮୦, କଲରା ବି ୮୦ ଟଙ୍କା ରହିଛି । ତେବେ ଏସବୁ ଭିତରେ ନିତି ଦିନିଆ ପରିବା ଭିତରେ ଆଳୁ, ବାଇଗଣ, ଓ ହରଡ଼ ଡାଲିର ଦର କିଛି ବି କମ ନାହିଁ । ଆଳୁ ୨୦ ଟଙ୍କା ଥିବା ବେଳେ, ବାଇଗଣ ୬୦ ଟଙ୍କା, ଡ଼ାଲି କିଲୋ ରହିଛି ୧୦୦ ଟଙ୍କା । ଯାହାକି କି ଗ୍ରାହକଙ୍କୁ ଆସୁବିଧାରେ ପକାଇଛି । ପିଆଜ ଦରକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ପୁଣି ୧୦ଟଙ୍କା ବଢ଼ିବ । ଅନ୍ୟପଟେ ପୂର୍ବ ଅପେକ୍ଷା ନିତି ଦିନିଆ ପରିବା ଦର ଏବେ ଦୁଇ ଗୁଣ ହୋଇଛି । ଏମିତି ଅହେତୁକ ଦର ବୃଦ୍ଧି ଖାଉଟିଙ୍କ ହାଣ୍ଡିଶାଳକୁ ନିର୍ଘାତ ମାଡ କରିଛି । ସେପଟେ ପରିବାର ଦର ବାତ୍ୟା ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି ।